Odisha Elections 2024
Posted inଜାତୀୟ

ଏସଟିଏଫ ଜବତ କଲା ୪ ଟାଇମ ବମ, ଧରାପଡିଲେ ଜଣେ ଅଭିଯୁକ୍ତ

ମୁଜାଫରପୁର,୧୬।୨: ଉତ୍ତର ପ୍ରଦେଶ ମୁଜାଫରନଗରର ନଗର ପୋଲିସ ଷ୍ଟେଶନ ପରିସରରୁ ଏସଟିଏଫ ଟିମ ୪ଟି ଟଶିମ ବମ ଉଦ୍ଧାର କରିଥିବା ଜଣାଯାଇଛି। ଜଣେ ଅଭିଯୁକ୍ତ ମଧ୍ୟ ଧରାପଡିଛି, ଯଦିଓ ପୋଲିସ ଅଧିକାରୀ ଏପର୍ଯ୍ୟନ୍ତ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି।
ଏସଟିଏଫ ମେରଠର ଟିମ ସହରର କୋତୱାଲୀ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର ରାତିରେ ୪ଟି ବୋମା ଉଦ୍ଧାର କରିଛି। ପୋଲିସ ଟିମ ଅଭିଯୁକ୍ତ ଯୁବକଙ୍କୁ ପଚରାଉଚରା କରୁଛି। ମେରଠରୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡକୁ ମଧ୍ୟ ଡକାଯାଇଛି। ତେବେ ପୋଲିସ ଏ ବାବଦରେ କିଛି କହିବା ଠାରୁ ଦୂରେଇ ରହିଛି। କୁହାଯାଇଛି କି ମୁଜାଫରନଗରରେ ଏହି ବୋମା ତିଆରି କରାଯାଉଥିଲା।

ଶୁକ୍ରବାର ସକାଳେ ମୁଜାଫରନଗରର ଖାଲାପର୍‌ ଅଞ୍ଚଳରୁ ଜଣେ ଅଭିଯୁକ୍ତ ଜାଭେଦଙ୍କୁ ଏସଟିଏଫ ମେରଠ ୟୁନିଟ ଗିରଫ କରିଛି, ତାଙ୍କଠାରୁ ୪ଟି ବୋତଲ ବୋମା (ଆଇଏଡି) ଜବତ କରାଯାଇଛି। ଏସଟିଏଫ ଟିମ ଅଭିଯୁକ୍ତଙ୍କୁ ପଚରାଉଚରା କରିବାରେ ବ୍ୟସ୍ତ, ଏହି ବୋମାଗୁଡିକ କିଛି ଯୋଜନାବଦ୍ଧ ଷଡଯନ୍ତ୍ରରେ ବ୍ୟବହାର କରାଯାଉଥିଲା।
ପଚରାଉଚରା ବେଳେ ଜାଭେଦ ସ୍ବୀକାର କରିଛନ୍ତି ଯେ ଏହି ବୋମାଗୁଡିକ ଖାଲାପର୍‌ ଅଞ୍ଚଳରେ ରହୁଥିବା ଜଣେ ମହିଳା ଅର୍ଡର ଦେଇଥିଲେ। ଟିମ ମହିଳାଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଏସଟିଏଫ ଏସପି ବ୍ରିଜେଶ କୁମାର ସିଂ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ସେ ଟାଇମ ବୋମା ତିଆରି କରିଥିଲେ। ଅଭିଯୁକ୍ତଙ୍କ ମାତା ମାମୁ ନେପାଳରେ ଅଛନ୍ତି, ସେ ମଧ୍ୟ ସେଠାକୁ ଯାଇଛନ୍ତି। ଏହାପୂର୍ବରୁ ଜାଭେଦ ରେଡିଓ ତିଆରି କରିବାରେ ମଧ୍ୟ କାମ କରୁଥିଲେ।
ଜାଭେଦଙ୍କ ଜେଜେବାପା ଫାୟାରକ୍ରାକର ତିଆରିରେ ଜଡିତ ଥିଲେ। ସେ ତାଙ୍କ ଜେଜେବାପାଙ୍କଠାରୁ ବୋମା ତିଆରି ଶିଖିଲେ। ଏହା ପରେ, ସେ ୟୁଟ୍ୟୁବ ଇତ୍ୟାଦି ମାଧ୍ୟମରେ ଆଇଇଡି ବୋମା କିପରି ତିଆରି କରବା ଶିଖିଲେ। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଆହୁରି ଅନେକ ସୂଚନା ମିଳିପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ନା ଚାଇନା, କାହାର ସୈନ୍ୟ ଅଧିକ ଶକ୍ତିଶାଳୀ: ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲ/ବେଜିଂ,୨୯।୫: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବରେ ଭାରତୀୟ ସୈନିକମାନେ ଚାଇନା ପ୍ରତିପକ୍ଷଙ୍କ ବିରୋଧରେ ଏକ ଟଗ-ଯୁଦ୍ଧ ପ୍ରତିଯୋଗିତା ଜିତିଛନ୍ତି।...

‘ଆଶ୍ଚର୍ଯ୍ୟ କରିବ ବିହାରର ରେଜଲ୍ଟ’, ରାହୁଲଙ୍କ ସହ ଆଲୋଚନା ସମୟରେ ତେଜସ୍ବୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୫: ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଏକ...

ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ଭାଜପାକୁ ମିଳିବ ଏତେ ଆସନ, ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କଲେ ଲୋକନୀତି-ସିଏସ୍‌ଡିଏସ୍‌ର ସହ-ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୯।୫: ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ସେଣ୍ଟର ଫର ଷ୍ଟଡି ଅଫ ଡେଭଲପିଙ୍ଗ୍‌ ସୋସାଇଟି (CSDS) ଲୋକନୀତିର ସହ-ନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ କୁମାର ଏକ...

ଉତ୍ତରପ୍ରଦେଶରେ ଏତିକି ଆସନ ଜିତିବ ଇଣ୍ଡିଆ ମେଣ୍ଟ, ରାହୁଲ କଲେ ବଡ଼ ଦାବି

ନୂଆଦିଲ୍ଲୀ,୨୯।୫: ନିର୍ବାଚନ ବାତାବରଣ ମଧ୍ୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ (ୟୁପି)ରେ ଇଣ୍ଡିଆ ମେଣ୍ଟର ବିଜୟ ଉପରେ ଏକ ବଡ଼ ଦାବି କରିଛନ୍ତି। ମଙ୍ଗଳବାର...

ସହରୀକରଣରୁ ବଢ଼ୁଛି ରାତିର ତାତି

ନୂଆଦିଲ୍ଲୀ, ୨୯।୫ : ଭାରତର ୧୪୦ଟି ମୁଖ୍ୟ ସହରରେ ରାତିରେ ଗ୍ରାମାଞ୍ଚଳଠାରୁ ୬୦ ପ୍ରତିଶତ ଅଧିକ ଗରମ ଅନୁଭୂତ ହେଉଛି। ଏହାର ପ୍ରମୁଖ କାରଣ ସହରୀକରଣ...

ଆଉ ଏକ ମହାମାରୀ ନିଶ୍ଚିତ

ନୂଆଦିଲ୍ଲୀ,୨୯ା୫: ଅନ୍ୟ ଏକ ମହାମାରୀ ନିଶ୍ଚିତ ବୋଲି ବ୍ରିଟେନ୍‌ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍‌ ପାଟ୍ରିକ୍‌ ଭାଲାନ୍ସ ସତର୍କ କରାଇଛନ୍ତି। ସେଥିପାଇଁ ଆଗାମୀ ସରକାର...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା: ମୃତକଙ୍କ ମଧ୍ୟରେ ଥିଲେ ମାଲିକ

ରାଜକୋଟ,୨୮।୫: ରାଜକୋଟର ଟିଆର୍‌ପି ଗେମ୍‌ ଜୋନ୍‌ରେ ହୋଇଥିବା ଅଗ୍ନିକାଣ୍ଡ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଗେମ୍‌ ଜୋନ୍‌ର ଜଣେ ମାଲିକ ପ୍ରକାଶ ହିରେନଙ୍କର ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri