ଏମ୍‌ଭିଆଇ ପରିଚୟ ଦେଇ ତୀର୍ଥଯାତ୍ରୀ ବସ୍‌ରୁ ଲୁଟ୍‌ପାଟ : ୫ଜଣଙ୍କୁ କାବୁ କଲେ ଯାତ୍ରୀ

ଜଳେଶ୍ୱର, ୧୪ା୯-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ବେଆଇନ ଭାବେ ଚାନ୍ଦା ଆଦାୟ ଚାଲିଛି। ନକଲି ଏମ୍‌ଭିଆଇ, ଆରଟିଓ, ପୋଲିସ ନାମରେ କେତେକ ଯୁବକ ବିଳମ୍ବିତ ରାତିରେ ଆସୁଥିବା ଗୋରୁ ବୋଝେଇ ଟ୍ରକ୍‌, ମାଛ ବୋଝେଇ ଟ୍ରକ ଓ ତୀର୍ଥଯାତ୍ରୀ ବସ୍‌ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା। ଶନିବାର ଭୋର୍‌ ସମୟରେ ଘଟିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି।
ନେପାଳ, ଛତିଶଗଡ଼ ଓ ବିହାରର ୫ଟି ତୀର୍ଥଯାତ୍ରୀ ବସ୍‌ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଭୋର ସମୟରେ ପହଞ୍ଚତ୍ବା ପରେ ୬ ଜଣରୁ ଊର୍ଦ୍ଧ୍ୱ ଯୁବକ ନିଜକୁ ଏମ୍‌ଭିଆଇ କହି ବସ୍‌ଗୁଡ଼ିକୁ ଘେରିଯାଇ କାଗଜପତ୍ର ଯାଞ୍ଚ ପାଇଁ ମାଗିଥିଲେ। ଡ୍ରାଇଭର କାଗଜପତ୍ର ଦେଖାଇ ସାରିବା ପରେ ସବୁ ଠିକ୍‌ ଥିବା ଦେଖି ଉକ୍ତ ଯୁବକମାନେ ପ୍ରତ୍ୟେକ ବସ୍‌ରୁ ୭ହଜାର ଲେଖାଏଁ ଟଙ୍କା ମାଗିଥିଲେ। ବସ୍‌ରେ ଥିବା ଯାତ୍ରୀମାନେ ସେମାନଙ୍କର ହାବଭାବ ଦେଖି ପରିଚୟପତ୍ର ମାଗିବା ସହ ମୋବାଇଲରେ ସେମାନଙ୍କର ଭିଡ଼ିଓ ଉତ୍ତୋଳନ କରିଥିଲେ। ଏଥିରେ ଯୁବକମାନେ ଉତ୍ତେଜିତ ହୋଇ ଯାତ୍ରୀମାନଙ୍କର ମୋବାଇଲକୁ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ସେମାନଙ୍କ ମାରପିଟ୍‌ ଓ ଲୁଟ୍‌ପାଟ। ଯୁବକମାନେ ଯାତ୍ରୀମାନଙ୍କୁ ମାର୍‌ପିଟ୍‌ କରିବା ସହ ଟଙ୍କା ଓ ଗହଣା ଲୁଟ୍‌ କରିବାକୁ ଲାଗିଥିଲେ। ସେମାନେ ଯାତ୍ରୀମାନଙ୍କଠାରୁ ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ସୁନାଗହଣା ଲୁଟ୍‌ କରିଥିଲେ। ଶେଷରେ ତୀର୍ଥଯାତ୍ରୀମାନେ ସାହାସ ଜୁଟାଇ ସେହି ନକଲି ଏମ୍‌ଭିଆଇଙ୍କ ମଧ୍ୟରୁ ୫ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ ଯାତ୍ରୀମାନେ ରାସ୍ତାରେ ବସ୍‌ଗୁଡିକୁ ରଖି ଅବରୋଧ କରିଥିଲେ। ଯୁବକମାନଙ୍କ ମାଡ଼ରେ ଜଣେ ଡ୍ରାଇଭର ଓ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲ ଓ ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଜଳେଶ୍ୱର ପୋଲିସ ପହଞ୍ଚତ୍ବା ପରେ ତୀର୍ଥଯାତ୍ରୀମାନେ ଅଟକ ରଖିଥିବା ୫ଜଣ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ନେଇ ତୀର୍ଥଯାତ୍ରୀମାନେ ତଥା ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ ଓ ଆଇଆଇସି ପ୍ରଦୀପ ମାଝି ପହଞ୍ଚତ୍ ଧାରଣାକାରୀମାନଙ୍କୁ ବୁଝାଶୁଝା କରିଥିଲେ। ନକଲି ଏମ୍‌ଭିଆଇ କହୁଥିବା ଯୁବକମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପୋଲିସ ୫ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବାର ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri