ବ୍ରହ୍ମପୁର ଅଫିସ,୬ା୪- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲରେ ସୋମବାର କରୋନା ପରୀକ୍ଷା ମେଶିନ ସ୍ଥାପନ କରାଯାଇଛି। କଲିକତାରୁ ୨ ଜଣ ଇଞ୍ଜିନିୟର ସୋମବାର ସକାଳେ ଏମ୍କେସିଜି ମେଡିକାଲରେ ପହଞ୍ଚତ୍ଛନ୍ତି। ସେମାନେ ଉକ୍ତ ମେଶିନକୁ ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗରେ ସ୍ଥାପନ କରି ତାହାର ପରୀକ୍ଷାନିରୀକ୍ଷା କରିଛନ୍ତି ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏପରିକି ସୋମବାର ପରୀକ୍ଷାମୂଳକ ଭାବେ ଏହି ମେଶିନକୁ କାର୍ଯ୍ୟକ୍ଷମ କରାଯାଇଛି। ମଙ୍ଗଳବାରଠାରୁ ଏହା ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ଏଥିରେ ଏକାଥରରେ ୧୭ ଗୋଟି ନମୂନା ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। କରୋନା ପରୀକ୍ଷା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫୦ ଗୋଟି ପରୀକ୍ଷା କିଟ୍ ଆସିଛି। ୩ଟି ପର୍ଯ୍ୟାୟରେ ଜିଲାର ୭୫୦ ଡାକ୍ତରଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯାଇଛି। ଏପରିକି ନର୍ସମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ କରାଯାଇଛି ବୋଲି ସେ କହିଛନ୍ତି। ପୂର୍ବରୁ କରୋନା ୱାର୍ଡ ପାଇଁ ୧୦ଟି ଭେଣ୍ଟିଲେଟର ରହିଥିବାବେଳେ ଏବେ ଆଉ ୧୦ଟି ଭେଣ୍ଟିଲେଟର ଆସିଛି ବୋଲି ଅଧୀକ୍ଷକ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଏମ୍କେସିଜି ମେଡିକାଲର କରୋନା (କୋଭିଡ଼ -୧୯) ପରୀକ୍ଷା ପାଇଁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସ୍ଏମ୍ସି) ତରଫରୁ ୨୨ଲକ୍ଷ ଟଙ୍କାର ଏକ ସ୍ବତନ୍ତ୍ର କରୋନା ପରୀକ୍ଷା ମେଶିନ ସ୍ଥାପନ କରାଯାଇଛି ବୋଲି ଅଧିକ୍ଷକ ମିଶ୍ର ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ, ଗତ ମାର୍ଚ୍ଚ ୧୩ରୁ ଏପ୍ରିଲ ୫ ଯାଏ ଜିଲାରୁ ପର୍ଯ୍ୟାୟକ୍ରମେ ଏମ୍କେସିଜି ମେଡିକାଲର ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ୩୫ ଜଣଙ୍କ ନମୂନା ନେଗେଟିଭ ଆସିଛି ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ
ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…
ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…
ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ
ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…
ଚଳନ୍ତା ସ୍କୁଲ ବସ୍ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…
କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍ ନଂ ଓ ୦୩-ଏନ, ୬୯୪୫ରେ…
LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍, ଏମିତି କରିପାରିବେ ବୁକିଂ…
ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…
ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ
କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…
ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…
ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…
ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…
ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

