ଏମିତି ଚାଲିଛି ସୂଚନା ଅଧିକାର ଆଇନ: ୧୨ବର୍ଷ ପରେ ଅଧା ତଥ୍ୟ ଦେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟରେ ଘଟିଥିବା ହାଜତ ମୃତ୍ୟୁ ତଥ୍ୟକୁ ୧୨ବର୍ଷ ହେବ ଦେଉ ନ ଥିଲା କ୍ରାଇମବ୍ରାଞ୍ଚ। ଏହା ସୂଚନା ଅଧିକାର ପରିସରଭୁକ୍ତ ନୁହେଁ ବୋଲି କହି କ୍ରାଇମବ୍ରାଞ୍ଚ ଏଡ଼ାଇ ଯାଇଥିଲା। ପରବର୍ତ୍ତୀ ସମୟରେ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରି ନ ଥିଲା। ଏପରିକି ବିଚାରବିଭାଗୀୟ ବ୍ୟବସ୍ଥାର ମଧ୍ୟ ଦୁରୁପଯୋଗ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୨ବର୍ଷ ପରେ କ୍ରାଇମବ୍ରାଞ୍ଚ ତଥ୍ୟ ଦେଇଛି, ଯାହାକି ଅସମ୍ପୂର୍ଣ୍ଣ ମଧ୍ୟ। ତେବେ ଦିଆଯାଇଥିବା ତଥ୍ୟରେ ୧୯୮୯ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ୧୬ ହାଜତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅଧିକାର ଆଇନ ଧାରା-୨୫ ଓ ଉପଧାରା ୪ରେ ନିୟମ ରହିଛି ଯେ, ସରକାରଙ୍କ କେତେକ ତଦନ୍ତକାରୀ ଏଜେନ୍ସି ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ। କିନ୍ତୁ ମାନବିକ ଅଧିକାର ଉଲ୍ଲଂଘନ କିମ୍ବା ଦୁର୍ନୀତି ଅଭିଯୋଗ ସୂଚନା ଅଧିକାର ପରିସରଭୁକ୍ତ ହୋଇପାରିବ। ଏହି ଆଧାରରେ ୨୦୦୬ରେ ସୂଚନା ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ୧୯୮୯ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡିଶାରେ କେତେ ହାଜତ ମୃତ୍ୟୁ ଘଟିଥିଲା, ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କ୍ଷତିପୂରଣ ବାବଦକୁ କେତେ ଟଙ୍କା ଦିଆଯାଇଛି ସେନେଇ ପ୍ରଥମେ ଗୃହ ବିଭାଗକୁ ତଥ୍ୟ ମାଗିଥିଲେ। ପରବର୍ତ୍ତୀ ସମୟରେ ଗୃହବିଭାଗ ଏହାକୁ ପୋଲିସ ଡିଜି ଓ ପରେ ପୋଲିସ ଡିଜି ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି)କୁ ଦେଇଥିଲେ। କିନ୍ତୁ ଏହି ସମୟ (୧୯୮୯ରୁ ୨୦୦୦) ମଧ୍ୟରେ ଘଟିଥିବା ହାଜତ ମୃତ୍ୟୁର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଥିଲା। ଏହାପରଠାରୁ ଏଚ୍‌ଆର୍‌ପିିସି ତଦନ୍ତ କରୁଛି। ହେଲେ କ୍ରାଇମବ୍ରାଞ୍ଚ ହାଜତ ମୃତ୍ୟୁ ସଂକ୍ରାନ୍ତ କୌଣସି ତଥ୍ୟ ନ ଦେବାରୁ ସୂଚନା ଅଧିକାର କର୍ମୀ ବିଶ୍ୱପ୍ରିୟ ୨୦୦୭ରେ ଓଡିଶା ସୂଚନା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା କମିଶନ ମାମଲାକୁ ଅନୁଧ୍ୟାନ କରିବା ପରେ ତୁରନ୍ତ ତଥ୍ୟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ କମିଶନଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାମଲାକୁ ହାଇକୋର୍ଟକୁ ନେଇଥିଲା। ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଆର୍‌ଟିଆଇ ନିୟମ ଅନୁଯାୟୀ, ସରକାରଙ୍କ କେତେକ ତଦନ୍ତକାରୀ ଏଜେନ୍ସି ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ, କିନ୍ତୁ ମାନବିକ ଉଲ୍ଲଂଘନ ଓ ଦୁର୍ନୀତି ସମ୍ପର୍କିତ ହୋଇଥିଲେ ତଥ୍ୟ ଦେବାକୁ ବାଧ୍ୟ। ତେଣୁ ୪ ସପ୍ତାହ ମଧ୍ୟରେ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ କ୍ରାଇମବ୍ରାଞ୍ଚ ହାଜତ ମୃତ୍ୟୁ ସଂକ୍ରାନ୍ତ ତଥ୍ୟ ଦେଇଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ବୋଲି ମାନବାଧିକାର କର୍ମୀ ବିଶ୍ୱପ୍ରିୟ ଅଭିଯୋଗ ଉଠାଇଛନ୍ତି। ହାଜତ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କ୍ଷତିପୂରଣ ସଂକ୍ରାନ୍ତରେ କୌଣସି ତଥ୍ୟ ଦିଆଯାଇ ନ ଥିବା ସେ କହିଛନ୍ତି।
ଏନେଇ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କୁହନ୍ତି, ଏହା ଏଚ୍‌ଆରପିସିର ଦାୟିତ୍ୱଥିଲା। କିନ୍ତୁ କ’ଣ ପାଇଁ ଦିଆଯାଇ ନ ଥିଲା ତାହାର ତର୍ଜମା କରାଯିବ ବୋଲି କହି ଅଧାତଥ୍ୟ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। କିନ୍ତୁ ବିଶ୍ୱପ୍ରିୟ କହିଛନ୍ତି ଯେ,ଏଭଳି ତଥ୍ୟ ନ ଦେବା କ୍ରାଇମ୍‌ବ୍ରାଞ୍ଚର ବାହାନା ଥିଲା। ୧୨ବର୍ଷ ଧରି ବିଚାରବିଭାଗୀୟ ବ୍ୟବସ୍ଥାକୁ କାହିଁକି ମାନି ନ ଥିଲା। ତଥ୍ୟ ପାଇଁ ଯେଉଁ ଅଯଥା ଖର୍ଚ୍ଚ ହେଲା ସେଥିପାଇଁ କିଏ ଦାୟୀ? କ୍ରାଇମ୍‌ବ୍ରାଞ୍ଚ ଗୋଟିଏ ତଥ୍ୟକୁ ୧୨ବର୍ଷ ଲଗାଇବା ଓ ଆଉ କିଛି ତଥ୍ୟ ଲୁଚାଇ ରଖିବାର କାରଣ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

-ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri