Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର,୯।୬(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲ୍ସରେ ଏସିଆନ୍‌ ଗେମ୍ସ ଚାମ୍ପିୟନ ଜାପାନ ପୁଲ୍‌ ବି’ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଶୁକ୍ରବାର ମେକ୍ସିକୋକୁ ୩-୧ ଗୋଲରେ ପରାସ୍ତ କରିଥିବା ଜାପାନ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଜାପାନ ୨-୦ ଗୋଲରେ ବିଜୟୀ ହୋଇଛି। ଜାପାନ ତରଫରୁ କେଣ୍ଟାରୋ ଫୁକୁଡା ଓ କାଜୁମା ମୁରାଟା ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।
ପ୍ରଥମ କ୍ୱାର୍ଟରରେ ବେଶ୍‌ ସଂଘର୍ଷ ଦେଖିବାକୁ ମିଳିଥିଲ। ଫଳରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ତେବେ ଦ୍ୱିତୀୟ କ୍ୱାର୍ଟରର ୨୬ତମ ମିନିଟ୍‌ରେ ଫୁକୁଡା ଫିଲ୍ଡ ଗୋଲ ଦେଇ ଜାପାନକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ତୃତୀୟ କ୍ୱାର୍ଟରରେ ଜାପାନ ଆଉ ଏକ ଫିଲ୍ଡ ଗୋଲ ଦେବାରେ ସଫଳ ହୋଇଥିଲା। ୪୫ତମ ମିନିଟ୍‌ରେ କାଜୁମା ଏକ ଚମତ୍କାର ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅନ୍ତିମ ତଥା ଚତୁର୍ଥ କ୍ୱାର୍ଟରରେ ଭଭୟ ଦଳ ତରଫରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ତେବେ ଗୋଲ ସ୍କୋର ହୋଇପାରି ନ ଥିଲା। ଦକ୍ଷିଣ ଆଫ୍ରିକା କେତୋଟି ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲରେ ପରିଣତ କରିପାରି ନ ଥିଲା। ୫୬ତମ ମିନିଟ୍‌ରେ ଜାପାନର କାଜୁମାଙ୍କୁ ରେଫରି ୟେଲୋ କାର୍ଡ ଦେଖାଇଥିଲେ। ସେହିପରି ଦକ୍ଷିଣ ଆଫ୍ରିକାର ମାଥ୍ୟୁ ଡି ସୌସାଙ୍କୁ ୫୭ତମ ମିନିଟରେ ୟେଲୋ କାର୍ଡ ଦେଖାଯାଇଥିଲା। ଜାପାନ ତା’ର ତୃତୀୟ ତଥା ଅନ୍ତିମ ପୁଲ ମ୍ୟାଚ୍‌ରେ ୧୦ ତାରିଖ ସୋମବାର ଆମେରିକାକୁ ଭେଟିବ। ସେହିପରି ଦକ୍ଷିଣ ଆଫ୍ରିକା ଏହି ଦିନ ତା’ର ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ମେକ୍ସିକୋ ବିପକ୍ଷରେ ପଡିଆକୁ ଓହ୍ଲାଇବ। ପୁଲ ଏ’ ଓ ବି’ର ଶୀର୍ଷ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବେ। ସେହିପରି ପୁଲ ଏ’ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ ପୁଲ ବି’ର ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ କ୍ରସ୍‌ ଓଭର ମ୍ୟାଚ୍‌ରେ ଭେଟିବ। ଏହି ମ୍ୟାଚ୍‌ର ବିଜୟୀ ଦଳ ସେମିଫାଇନାଲରେ ପୁଲ ବି’ର ଶୀର୍ଷ ଦଳକୁ ଭେଟିବ। ଅନ୍ୟପଟେ ପୁଲ ବି’ର ଦ୍ୱିତୀୟ ଓ ପୁଲ ଏ’ର ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ କ୍ରସ୍‌ଓଭର ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ଏହି ମ୍ୟାଚ୍‌ର ବିଜୟୀ ଦଳ ସେମିଫାଇନାଲରେ ପୁଲ ଏ’ର ଶୀର୍ଷ ଦଳକୁ ଭେଟିବ। ଦୁଇଟି ଯାକ କ୍ରସ୍‌ ଓଭର ମ୍ୟାଚ୍‌ ୧୨ ତାରିଖ ଦିନ ଖେଳାଯିବ। ସେହିପରି ଦୁଇଟି ସେମିଫାଇନାଲ ୧୪ ତାରିଖରେ ଆୟୋଜନ ହେବ। ୧୫ ତାରିଖରେ ଫାଇନାଲ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri