Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ମନପ୍ରୀତ ଅଧିନାୟକ

ନୂଆଦିଲ୍ଲୀ, ୧୪।୧- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ନେଦରଲାଣ୍ଡ୍ସ। ମନପ୍ରୀତ ସିଂ ଅଧିନାୟକ ଭାବେ ଅପରିବର୍ତ୍ତିତ ରହିଥିବାବେଳେ ତାଙ୍କ ଡେପୁଟି ଭାବେ ଦାୟିତ୍ୱ ତୁଲାଇବେ ହରମନପ୍ରୀତ ସିଂ। ଆହତ ସମସ୍ୟା ଯୋଗୁ ଦୀର୍ଘ ୧ ବର୍ଷ ଧରି ଦଳରୁ ଦୂରେଇ ରହିବାପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚିଙ୍ଗଲେନସାନା ସିଂ। ସେହିପରି ସମାନ କାରଣରୁ ଗତବର୍ଷ ଜୁନ୍‌ରେ ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ଖେଳିପାରି ନ ଥିବା ସୁମିତ ମଧ୍ୟ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। ପୂର୍ବ ପ୍ରତିଯୋଗିତା ଗୁଡ଼ିକ ଭଳି ଏଥର ମଧ୍ୟ ଭାରତୀୟ ଦଳରେ ଓଡ଼ିଶାର ଦୁଇ ତାରକା ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ସ୍ଥାନ ପାଇଛନ୍ତି। ସମ୍ପ୍ରତି ବିଶ୍ୱର ୫ ନମ୍ବରରେ ଥିବା ଭାରତ ୩ ନମ୍ବର ଦଳ ନେଦରଲାଣ୍ଡ୍ସ ସହିତ ଚଳିତମାସ ୧୮ ଓ ୧୯ ତାରିଖରେ ମ୍ୟାଚ ଖେଳିବ। ଦୁଇ ଦଳ ମଧ୍ୟରେ ୨୦୧୮ ହକି ବିଶ୍ୱକପ କ୍ୱାର୍ଟର ଫାଇନାଲ ମୁକାବିଲା ହୋଇଥିଲା। ଏଥିରେ ନେଦରଲାଣ୍ଡ୍ସ ବିଜୟୀ ହୋଇଥିଲା। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ନେଦରଲାଣ୍ଡ୍ସ (ଜାନୁୟାରୀ ୧୮-୧୯), ବେଲଜିୟମ(ଫେବୃୟାରୀ ୮-୯), ଅଷ୍ଟ୍ରେଲିଆ (ଫେବୃୟାରୀ ୨୧-୨୨) ବିପକ୍ଷରେ ଭାରତ ଖେଳିବାକୁ ଯାଉଛି। ଏଥିରେ ଆମେ ନିଜକୁ ସଜାଡ଼ି ନେଇ ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ ଫୋକସ କରୁଛୁ ବୋଲି ରିଡ୍‌ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ-
ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୁର ପାଠକ, ହରମନପ୍ରୀତ ସିଂ(ଉପ ଅଧିନାୟକ), ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୂପିନ୍ଦରପାଲ ସିଂ, ମନପ୍ରୀତ ସିଂ (ଅଧିନାୟକ), ବିବେକ ସାଗର ପ୍ରସାଦ, ଚିଙ୍ଗଲେନସାନା ସିଂ, ନୀଳକାନ୍ତ ଶର୍ମା, ସୁମିତ, ଗୁରଜାନ୍ତ ସିଂ, ଏସ.ଭି. ସୁନୀଲ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଆକାଶଦୀପ ସିଂ, ଗୁରସାହିବଜିତ ସିଂ, କୋଥାଜିତ ସିଂ ଖାଡାଙ୍ଗବାମ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri