Posted inଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ,ସେମିଫାଇନାଲ: ଭାରତ ଫେଭରାଇଟ

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରୋମାଞ୍ଚକ ସମୟ ଉପନୀତ। ପୁଲ୍‌ ପର୍ଯ୍ୟାୟ ଓ କ୍ରସ୍‌ ଓଭର ପରେ ଶୁକ୍ରବାର ହେବାକୁ ଯାଉଛି ପ୍ରତିଯୋଗିତାର ୨ଟି ଯାକ ସେମିଫାଇନାଲ। ପ୍ରଥମ ସେମିଫାଇନାଲରେ ଆମେରିକାକୁ ଭେଟିବ ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ସେମିରେ ଆୟୋଜକ ଭାରତ ସହିତ ମୁକାବିଲା କରିବ ଏସୀୟ ଚାମ୍ପିୟନ ଜାପାନ। ଏହି ଦିନ ୫-୬ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ। ପୋଲାଣ୍ଡ ଓ ରୁଷିଆ ଏହି ମ୍ୟାଚରେ ପରସ୍ପରକୁ ଭେଟିବେ।
ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଭାରତ-ଜାପାନ ମ୍ୟାଚ ଅପରାହ୍ନ ୫ଟାରେ ହେବାର ଥିଲା। ମାତ୍ର ସମ୍ଭବତଃ ମ୍ୟାଚର ଗୁରୁତ୍ୱ ଏବଂ ଦର୍ଶକଙ୍କୁ ବାନ୍ଧିରଖିବା ପାଇଁ ଏହାକୁ ୭ଟା୧୫କୁ କରାଇବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନର ପ୍ରଦର୍ଶନ ଅନୁସାରେ ଜାପାନ ବିପକ୍ଷରେ ଭାରତ ଫେଭରାଇଟ ବିବେଚିତ ହୋଇଛି। କାରଣ ପୁଲ୍‌‘ଏ’ରେ ଭାରତ ୩ଟି ଯାକ ମ୍ୟାଚ ଜିତି ପୁରା ୯ ପଏଣ୍ଟ ସହିତ ସିଧା ସେମିଫାଇନାଲରେ ପ୍ରବେଶ କରିଥିଲା। କେବଳ ସେତିକି ନୁହେଁ ଦଳ ଚମତ୍କାର ପ୍ରଦର୍ଶନ କରି ଗୋଲବର୍ଷା ସହ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ୧୦-୦ ଗୋଲରେ ରୁଷିଆକୁ ହରାଇଥିବା ମନପ୍ରୀତ ସିଂଙ୍କ ଦଳ ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଓ ତୃତୀୟ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରିଥିଲା। ତେଣୁ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୨୩ଟି ଗୋଲ ଦେଇଥିବା ଭାରତ ମାତ୍ର ଗୋଟିଏ ଗୋଲ ବରଣ କରିଛି। ଅନ୍ୟପକ୍ଷରେ ପୁଲ୍‌‘ବି’ରେ ଜାପାନ ଲିଗ୍‌ ପର୍ଯ୍ୟାୟରେ ୩ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରଖି ୭ ପଏଣ୍ଟ ପାଇଥିଲା। ଫଳରେ ପୁଲ୍‌ରେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହି କ୍ରସ୍‌ ଓଭର ଖେଳିଥିଲା। ଏହି ପର୍ଯ୍ୟାୟରେ ଦଳ ପୋଲାଣ୍ଡକୁ ୬-୨ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଏପର୍ଯ୍ୟନ୍ତ ୧୩ଟି ଗୋଲ ଦେଇଥିବାବେଳେ ୫ ଗୋଲ ବରଣ କରିଛି। ମେକ୍ସିକୋକୁ ୩-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଜାପାନ ପରେ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ହରାଇଥିବାବେଳେ ଆମେରିକା ସହ ୨-୨ ଗୋଲରେ ମ୍ୟାଚ ଡ୍ର ରଖିଥିଲା। ନିକଟ ଅତୀତର ପ୍ରଦର୍ଶନକୁ ଦେଖିଲେ ମସ୍କଟରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ସେମିଫାଇନାଲରେ ଭାରତ ୩-୨ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ପୂର୍ବରୁ ପୁଲ୍‌ ପର୍ଯ୍ୟାୟରେ ଦଳ ସମାନ ପ୍ରତିଦ୍ୱନ୍ଦ୍ୱି ବିପକ୍ଷରେ ୯-୦ ଗୋଲରେ ବିଜୟୀ ହୋଇଥିଲା। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସର ପୁଲ୍‌ ପର୍ଯ୍ୟାୟରେ ମଧ୍ୟ ଭାରତ ୮-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ମାତ୍ର ଏହି ପ୍ରତିଯୋଗିତାରେ ଜାପାନ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ତେଣୁ ଆଗାମୀ ମ୍ୟାଚରେ ଉଭୟ ଦଳ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି। ଗତ ତିନୋଟି ମ୍ୟାଚରେ ଭାରତୀୟ ମିଡ୍‌ଫିଲ୍ଡ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ଫରଓ୍ବାର୍ଡ ଖେଳାଳିମାନେ ଠିକ୍‌ଭାବେ ଫିନିସିଂ କରିପାରି ନ ଥିବା ଅନୁଭବ କରୁଛନ୍ତି କୋଚ୍‌ ଗ୍ରାହାମ ରିଡ୍‌। ଆକାଶଦୀପ ସିଂଙ୍କୁ ଛାଡ଼ିଦେଲେ ଅନ୍ୟ ଷ୍ଟ୍ରାଇକରମାନେ ସେପରି ପ୍ରଭାବୀ ପ୍ରଦର୍ଶନ କରିପାରି ନାହାନ୍ତି। ମନଦୀପ ସିଂ ଓ ଯୁବ ଗୁରସାହିବଜିତ ସିଂ କିଛି ପରିମାଣରେ ସଫଳ ହୋଇଥିବାବେଳେ ୧ ବର୍ଷ ପରେ ଆହତ ସମସ୍ୟାରୁ ଫେରିଥିବା ରମଣଦୀପ ସିଂ ବିଫଳ ରହିଛନ୍ତି। ସେହିପରି ଭାରତୀୟ ରକ୍ଷଣଭାଗ ସେପରି ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇନାହାନ୍ତି। କେବଳ ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ବିଭାଗ କିଛିଟା ଅସୁବିଧାର ସମ୍ମୁଖୀନ ହୋଇଥିଲା। ଦୁଇ ଗୋଲକିପର କ୍ରିଷ୍ଣନ ବାହାଦୂର ପାଠକ ଓ ପି.ଆର. ଶ୍ରୀଜେଶ ମ୍ୟାଚର ଅଧିକାଂଶ ସମୟ ଦେଖଣାହାରୀ ସାଜିଛନ୍ତି। ତେବେ ଶୁକ୍ରବାର ମ୍ୟାଚ ଭିନ୍ନ ଧରଣର ଚ୍ୟାଲେଞ୍ଜ ଆଣିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri