Posted inଖେଳ

ଏନ୍‌ସିଏ ସୁଧାର ଯୋଜନା: ସହାୟତା କରିବେ ମେଡିକାଲ ପ୍ୟାନେଲ, ସୋସିଆଲ ମିଡିଆ ଏକ୍ସପର୍ଟ

ନୂଆଦିଲ୍ଲୀ,୩।୧(ପି.ଟି.)- ଖେଳାଳିଙ୍କ ଇଞ୍ଜୁରି ତଥା ଆଘାତ ସମସ୍ୟାର ସମାଧାନ ନେଇ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ବେଶ୍‌ ସମାଲୋଚିତ ହୋଇ ଆସୁଛି। ଏବେ ଏନ୍‌ସିଏର ସାମଗ୍ରିକ ସୁଧାର ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା ହାତକୁ ନେଇଛି। ଏଥିପାଇଁ ବିସିସିଆଇ ମେଡିକାଲ ପ୍ୟାନେଲର ସାହାଯ୍ୟ ନେବ। କେବଳ ସେତିକି ନୁହଁ ସୋସିଆଲ ମିଡିଆର ବିଶେଷଜ୍ଞ ତଥା ଏକ୍ସପର୍ଟଙ୍କ ମଧ୍ୟ ସହାୟତା ନିଆଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି।
କିଛିଦିନ ତଳେ ଏନସିଏର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ସୌରଭ ଗାଙ୍ଗୁଲି, ଏନସିଏ ମୁଖ୍ୟ ରାହୁଲ ଡ୍ରାଭିଡ୍‌ଙ୍କ ସମେତ ବିସିସିଆଇର ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ ଓ ସୁଧାର ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଇଞ୍ଜୁରି ମ୍ୟାନେଜ୍‌ମେଣ୍ଟରେ ଏନ୍‌ସିଏର ଭୂମିକାକୁ ନେଇ କଡ଼ା ସମାଲୋଚନା କରାଯାଇଥିଲା। ରିଦ୍ଧିମାନ ଶାହ ଓ ଭୁବନେଶ୍ୱର କୁମାରଙ୍କ ଇଞ୍ଜୁରି ସମସ୍ୟା ଏନ୍‌ସିଏର ବିଫଳତାକୁ ପଦାରେ ପକାଇଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଇଞ୍ଜୁରି ପାଇଁ ଏନ୍‌ସିଏ ବଦଳରେ ବ୍ୟକ୍ତିଗତ ରିହାବିଲିଟେଶନର ବ୍ୟବସ୍ଥା କରିଥିଲେ।
ମେଡିକାଲ ପ୍ୟାନେଲ ଗଠନ ପାଇଁ ବିସିସିଆଇ ଏବେ ଲଣ୍ଡନ ସ୍ଥିତ କ୍ଲିନିକ ଫର୍ଟିୟୁସ ସହ ଯୋଗାଯୋଗ କରିବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ଦ୍ରୁତ ବୋଲିଂର ମୁଖ୍ୟ ପଦ ଫାଙ୍କା ପଡିଥିଲା। ଏବେ ଏହି ପଦର ନିଯୁକ୍ତି କରାଯିବ। ଏଥିସହିତ ଜଣେ ନିଉଟ୍ରିଶନ ହେଡ୍‌ଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ଭୁଲ କାରଣ ଯୋଗୁ ଏନ୍‌ସିଏ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚିତ ରହିଥାଏ। ତେଣୁ ଏଥିରେ ସୁଧାର ପାଇଁ ଜଣେ ସୋସିଆଲ ମିଡିଆ ମ୍ୟାନେଜରଙ୍କୁ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି। ଅଗାମୀ ୧୮ ମାସ ମଧ୍ୟରେ ଏନ୍‌ସିଏର ସୁବିଧା ସୁଯୋଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି। ଫାଙ୍କାଥିବା ଅନ୍ୟ ପଦ ପଦବୀଗୁଡିକରେ ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ। ଏନ୍‌ସିଏରେ ମଧ୍ୟ ଲିଭେଲ ୨ ଓ ଲିଭେଲ ୩ କୋଚିଂ କୋର୍ସର ବ୍ୟବସ୍ଥା କରାଯିବ। କୋଚ୍‌ ଡେଭଲପମେଣ୍ଟ କନସଲଟାଣ୍ଟ ମଧ୍ୟ ନିଯୁକ୍ତ କରାଯିବ। ମୋଟାମୋଟି ଉପରେ ଏନ୍‌ସିଏର ନବକଳେବର କରିବାକୁ ବୋର୍ଡ ଏବେ ଯୋଜନା ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri