Posted inଖେଳ

ଏନ୍‌ସିଏ ଦାୟିତ୍ୱ ନେଇ ନାହାନ୍ତି ଡ୍ରାଭିଡ

ନୂଆଦିଲ୍ଲୀ, ୨ା୭ (ଏଏଫ୍‌ପି)-ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଜନିତ ସମସ୍ୟା ଯୋଗୁ ରାହୁଲ ଡ୍ରାଭିଡ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର କ୍ରିକେଟମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିପାରୁ ନାହାନ୍ତି। ସେ ଜୁଲାଇ ୧ରେ ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିଥାନ୍ତେ। ଡ୍ରାଭିଡ ବର୍ତ୍ତମାନ ଇଣ୍ଡିଆନ ସିମେଣ୍ଟରେ କାର୍ଯ୍ୟରତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ପଦବୀରେ କାର୍ଯ୍ୟ କରିପାରିବେ ନାହିଁ। ଏହି କାରଣରୁ ପୂର୍ବତନ ଭାରତୀୟ ଅଧିନାୟକ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପରିସରକୁ ଆସୁଛନ୍ତି। ତାଙ୍କୁ ସମ୍ଭବତଃ ଇଣ୍ଡିଆ ସିମେଣ୍ଟରୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ଭଳି ଏକ ପରିସ୍ଥିତିରେ ବିସିସିଆଇ ଏଥିକ୍ସ ଅଫିସର ଡି.କେ. ଜୈନ ଭିଭିଏସ୍‌ ଲକ୍ଷ୍ମଣଙ୍କ ବିରୋଧରେ ଏକ ରୁଲିଂ ଦେଇ ସାରିଛନ୍ତି। ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଲକ୍ଷ୍ମଣ ଏକକାଳୀନ ଦୁଇଟି ପଦବୀରେ ଥିବାରୁ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ଜଣେ ଅନ୍ୟତମ ସଦସ୍ୟ ସଞ୍ଜୀବ ଗୁପ୍ତା ତାଙ୍କ ବିରୋଧରେ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିଲେ। ଗୁପ୍ତା ପୁଣି ଡ୍ରାଭିଡଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି। ଜୁନ୍‌ ୩୦ରେ ସେ ଜୈନ ଏବଂ ବିସିସିଆଇର ପ୍ରଶାସକ କମିଟି(ସିଓଏ) ନିକଟକୁ ଏନେଇ ଏକ ଚିଠି ଲେଖିଛନ୍ତି। କ୍ରିକେଟ ମୁଖ୍ୟ ହିସାବରେ ଡ୍ରାଭିଡ ଜୁନିୟର କ୍ରିକେଟ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିବାକୁ ହେବ। ପରବର୍ତ୍ତୀ ପୀଢି ପାଇଁ ଖେଳାଳି ସୃଷ୍ଟି କରିବାକୁ ହେବ। ସେ ଆହୁରି ମଧ୍ୟ ଏନ୍‌ସିଏ ଓ ଜୋନାଲ କ୍ରିକେଟ ଏକାଡେମୀଗୁଡ଼ିକ ଲାଗି କୋଚ୍‌ ନିଯୁକ୍ତି ବ୍ୟତୀତ ଉଦୀୟମାନ ମହିଳା କ୍ରିକେଟମାନଙ୍କ ମନିଟର ଦାୟିତ୍ୱରେ ରହିବେ। ଏହି ମହାନ ବ୍ୟାଟ୍ସମ୍ୟାନ ପୁନଶ୍ଚ ଇଞ୍ଜୁରି କ୍ରିକେଟରଙ୍କ ଲାଗି ଏନ୍‌ସିଏର ରିହାବିଲିଟିଶେନ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ରହିବେ। ନୂଆ ଭୂମିକା ଯୋଗୁ ସେ ଆଉ ପୂର୍ବଭଳି ଭାରତ ‘ଏ’ ଏବଂ ୧୯ ବର୍ଷରୁ କମ୍‌ ଦଳ ସହିତ ଗସ୍ତ କରିପାରିବେ ନାହିଁ। ପୂର୍ବତନ ପେସ୍‌ ବୋଲର ପାରସ ମାହାମ୍ବ୍ରେ ଏବଂ ଅଭୟ ଶର୍ମା ଜୁନିୟର ଟିମ୍‌ର ସହଯୋଗୀ ଷ୍ଟାଫ୍‌ ଭାବେ କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର…

ଜିନପିଙ୍ଗଙ୍କ ଗସ୍ତ ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କଲା ଭାରତ; ସୀମାରେ ଜାରି କଲା ଅଲଟିମେଟମ

ନୂଆଦିଲ୍ଲୀ,୭।୯: ଅରୁଣାଚଳ ପ୍ରଦେଶରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ରିପୋର୍ଟ ମଧ୍ୟରେ, ଭାରତ ବେଜିଂକୁ କଡ଼ା ଚେତାବନୀ ଦେଇଛି। ନୂଆଦିଲ୍ଲୀ ସ୍ପଷ୍ଟ କରିଛି ଯେ ଚାଇନା ସୈନ୍ୟବାହିନୀର ଏପରି…

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri