Posted inଜାତୀୟ

ଏନ୍‌ପିଆର୍‌ ବିରୋଧରେ କେସିଆର୍‌

ନୂଆଦିଲ୍ଲୀ/ ହାଇଦ୍ରାବାଦ, ୨୬ା୧୨(ଆଇଏଏନ୍‌ଏସ୍‌): ସିଏଏ ଏବଂ ଏନ୍‌ଆର୍‌ସି ପରେ ଏବେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ରାଜନୀତି ଜୋର୍‌ ଧରିବା ଆରମ୍ଭ କରିଛି। ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗରେ ସମସ୍ତ ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବା ଲାଗି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଯୋଜନା କରିଛନ୍ତି। ଏ ସମ୍ପର୍କରେ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି ବୁଧବାର ସୂଚନା ଦେଇଛନ୍ତି। ଦେଶରେ ସୃଷ୍ଟି ହୋଇଥିବା ବାତାବରଣକୁ ନେଇ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଅଧ୍ୟକ୍ଷ ଚିନ୍ତାବ୍ୟକ୍ତ କରିଛନ୍ତି। ନିଜାମାବାଦରେ ଶୁକ୍ରବାର ହେବାକୁ ଥିବା ବିକ୍ଷୋଭ ସଭାରେ ସବୁ ଦଳର ନେତାଙ୍କୁ ଆମନ୍ତ୍ରଣ କରିବା ଲାଗି କେସିଆର୍‌ ମିଳିତ ମୁସଲମାନ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି। ଓଓ୍ବାଇସିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଟିଆର୍‌ଏସ୍‌, କଂଗ୍ରେସ ଓ ବାମଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ସମସ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଏହି ଦଳଗୁଡିକ ଏକାଠି ଭାଗନେବେ। ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବାରେ କେସିଆର୍‌ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ହାତ ମିଳାଇବେ କି ବୋଲି ପ୍ରଶ୍ନ ହେବାରୁ ଏହା ଟିଆର୍‌ଏସ୍‌ ମୁଖ୍ୟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ଓଓ୍ବାଇସି କହିଥିଲେ।
ସାରା ଦେଶରେ ଏନ୍‌ଆର୍‌ସି ଲାଗୁକରିବା ପାଇଁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଯୋଜନା ଚଳାଇଥିବାବେଳେ ଏନ୍‌ପିଆର୍‌ ଏଥିପାଇଁ ପ୍ରଥମ ପଦକ୍ଷେପ ବୋଲି ମୁସଲମାନ ପ୍ରତିନିଧିଦଳ କେସିଆର୍‌ଙ୍କୁ କହିବା ସହ ଏହାକୁ ରାଜ୍ୟରେ ଲାଗୁ ନ କରିବା ପାଇଁ ଅନୁରୋଧ କରିଥିଲେ। ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ମଧ୍ୟରେ କୌଣସି ସମ୍ପର୍କ ନାହିଁ କହି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ କହିଛନ୍ତି। ଏନେଇ ସେ ପାର୍ଲାମେଣ୍ଟରେ ସରକାରଙ୍କ ବିବୃତି ଏବଂ ପିଆଇବି ଇସ୍ୟୁ କରିଥିବା ପ୍ରେସ୍‌ ବିଜ୍ଞପ୍ତି ସମ୍ପର୍କରେ କେସିଆର୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନ୍‌ପିଆର୍‌, ଏନ୍‌ଆର୍‌ସି ଏବଂ ନାଗରିକ ସଂଶୋଧନ ଆଇନ (ସିଏଏ) ପରସ୍ପର ସହ ସମ୍ପୃକ୍ତ। ପୂର୍ବରୁ ଏନ୍‌ପିଆର୍‌ କାର୍ଯ୍ୟକାରୀ କଲାବେଳେ ଏହା ସହିତ ନାଗରିକତ୍ୱକୁ ସଂଯୋଗ କରାଯାଉ ନ ଥିଲା ବୋଲି ହାଇଦ୍ରାବାଦ ଏମ୍‌ପି କହିଛନ୍ତି।
୨୦୧୧ରେ ଉପା ସରକାର ବେଳେ ଏନ୍‌ପିଆର୍‌ର ସୃଷ୍ଟି ହୋଇଥିଲା ଏବଂ ଏହା ସହିତ ଏନ୍‌ଆର୍‌ସିର କୌଣସି ସମ୍ପର୍କ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିବା ସତ୍ତ୍ୱେ ବିରୋଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାରେ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ୨୦୧୧ର ଏନ୍‌ପିଆର୍‌ ଏବଂ ବର୍ତ୍ତମାନର ଏନ୍‌ପିଆର୍‌ ସମ୍ପୂର୍ଣ୍ଣ ଭିନ୍ନ ବୋଲି କଂଗ୍ରେସ କହିଛି। ଏନ୍‌ଆର୍‌ସିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ସରକାର ଏନ୍‌ପିଆର୍‌ ଆଣିଥିବା ବିରୋଧୀ ଦଳ କହିଛି।
ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରତି ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏନ୍‌ପିଆର୍‌ର ଲକ୍ଷ୍ୟ। ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ ଏବଂ ଗବେଷଣାରେ ଏହା ସହାୟକ ହୋଇପାରିବ। ଏଥିପାଇଁ ବ୍ୟକ୍ତିଙ୍କୁ ତଥ୍ୟ ସମ୍ପର୍କରେ ପଚରାଯିବ, କୌଣସି ପ୍ରମାଣ ମଗାଯିବ ନାହିଁ। ତେଣୁ ଏନ୍‌ପିଆର୍‌ ନାଗରିକତ୍ୱ ସମ୍ପର୍କରେ ନିଷ୍ପତ୍ତି ନେବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।
ଏନ୍‌ପିଆର୍‌ର ଏନ୍‌ଆର୍‌ସି ସହ କୌଣସି ସମ୍ପର୍କ ନ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସତ୍ତ୍ୱେ ସେଥିରେ ଥିତ୍ବା କେତେକ ମାନଦଣ୍ଡକୁ ନେଇ କଂଗ୍ରେସ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି। ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଆନ୍ଦୋଳନ ଜାରି ରହିଥିବାବେଳେ ଏନ୍‌ପିଆର୍‌କୁ ନେଇ ଏକ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏନ୍‌ପିଆର୍‌ କାର୍ଯ୍ୟକାରୀ ନ କରିବା ପାଇଁ କେତେକ ଅଣଭାଜପା ଶାସିତ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ବାଏପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍‌, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ଭବାନୀପାଟଣା,୧୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ୍‌ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ…

ଗ୍ରାହକଙ୍କୁ ଝଟ୍‌କା: ହୁ ହୁ ବଢିବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ପେଟ୍ରୋଲ ଏବଂ ଡିଜେଲର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧିକୁ ନେଇ ପୂର୍ବରୁ କେତେକ ଖାଦ୍ୟ ସାମଗ୍ରୀ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ଇତି…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ

ନୂଆଦିଲ୍ଲୀ ,୧୩ା୬: ଗତବର୍ଷ ଜୁନ୍‌ ୧୨ରେ ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଚଳିତ…

ଆକ୍ରମଣ ସ୍ଥଗିତ, ଟ୍ରମ୍ପ୍‌ ଅସ୍ପଷ୍ଟ

ଦୁବାଇ/ଓ୍ବାଶିଂଟନ/ପ୍ୟାରିସ୍‌ ,୧୩ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ…

କିଛିଦିନ ପୂର୍ବରୁ ବାପାଙ୍କର ହୋଇଥିଲା ମୃତ୍ୟୁ, ଏବେ ପୁଅର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

କୋରାପୁଟ, ୧୩।୬ (ଅମିତାଭ ବେହେରା): କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ମାସେ ବିତିଲା, ତୁଟିନି ଟୋକନ ସମସ୍ୟା: ଲାଗି ରହିଛି ଧାନ କିଣାବିକା ସମସ୍ୟା

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନ କିଣାବିକା ସମସ୍ୟା ଲାଗି ରହିଛି। ଅନ୍ୟଥର ଅପେକ୍ଷା ଏଥର ଚାଷୀମାନେ ଟୋକନ…

ବିଶ୍ୱ ବ୍ୟବସାୟ ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ଏଲନ ମସ୍କ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ…

ନୂଆଦିଲ୍ଲୀ/ଶିକାଗୋ,୧୩ା୬(ରଏଟର୍ସ):ବିଶ୍ୱ ବ୍ୟବସାୟ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରତିଷ୍ଠିତ ଆମେରିକୀୟ ଉଦ୍ୟୋଗୀ ତଥା ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri