ଏନ୍‌ଏଚ୍‌ରେ ଜଳୁନି ହାଇମାଷ୍ଟ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ୨୦ନମ୍ବର ଜାତୀୟରାଜପଥର ବିଭିନ୍ନ ସ୍ଥାନରେ ଥିବା ଓଭର ବ୍ରିଜ ଉପରେ ଓ ଜନଗହଳିପୂର୍ଣ୍ଣ ଛକ ରାସ୍ତା ଗୁଡ଼ିକରେ ଲୋକ ତଥା ଯାତାୟାତ କରୁଥିବା ଗାଡିଚାଳକଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଉଜ୍ଜ୍ୱଳ ଆଲୋକ (ହାଇମାଷ୍ଟ) ତଥା ସିଗନାଲ ଲାଇଟ ବ୍ୟବସ୍ଥା କରାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ଏହି ସବୁ ଲାଇଟ ଠିକ ଭାବେ ଜଳୁ ନ ଥିବା ଅଭିଯୋଗ ହେଉଛି । ଏହି ରାସ୍ତାର ପଳାଶପଙ୍ଗା ନିକଟ ଟାଙ୍ଗରାଣୀ ଗ୍ରାମ ନିକଟରେ ଝୁମ୍ପୁରା ପ୍ରବେଶ ରାସ୍ତାରେ ଥିବା ଲାଇଟ ଜଳୁ ନ ଥିବା ଅଭିଯୋଗ ହେଉଛି । ଫଳରେ ଲୋକ ମାନେ ରାତିରେ ବହୁ ଅସୁବିଧା ଭୋଗୁଛନ୍ତି । ଅନେକ ସମୟରେ ଗାଡି ଚାଳକ ମାନେ ରାସ୍ତା ଜାଣି ନ ପାରି ଝୁମ୍ପୁରା ବାଇପାସ ରାସ୍ତାରେ ଭୂଲରେ ପାର ହୋଇ ଯାଉଛନ୍ତି । ଫଳରେ ଲୋକମାନେ ପଥଭ୍ରଷ୍ଟ ହୋଇ ବହୁ ବାଟ ଆଗକୁ ଯାଇ ଫେରିବାକୁ ପଡୁଛି ବୋଲି କେତେକ ଚାଳକ ମତବ୍ୟକ୍ତ କରୁଛନ୍ତି । ସେହିପରି ରାତିରେ ଅନ୍ଧାରର ସୁବିଧା ନେଇ ମଦୁଆ ଟ୍ରକ ଡ୍ରାଇଭର ତଥା ଅସାମାଜିକ ଲୋକ ମାନଙ୍କର ଦୈରାତ୍ମ୍ୟ ବୃଦ୍ଧି ପାଉଥିବାବେଳେ ଲୁଟତରାଜ ଭଳି ଘଟଣା ଘଟିବା ଆଶଙ୍କା ରହୁଛି । ଏଣୁ ଏହାକୁ ମରାମତି କରିବାକୁ ସ୍ଥାନୀୟ ଲୋକ ଜିଲା ପ୍ରଶାସନ ତଥା ଏନଏଚଏଆଇ ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେହିପରି ଏହି ରାସ୍ତାର ଅନେକ ଛକ ସ୍ଥାନରେ ଥିବା ସିଗନାଲ ଲାଇଟ ଗୁଡିକ ଦୁର୍ଘଟଣା ଘଟି ଭାଙ୍ଗିଯାଇଥିବା ବେଳେ ଅନେକ ସ୍ଥାନରେ ମରାମତି ଅଭାବରୁ ଜଳୁ ନାହିଁ। ସେସବୁ ସିଗନାଲ ଲାଇଟ ଗୁଡିକ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri