‘ଏନ୍‌ଆର୍‌ସି ନୁହେଁ ଏନ୍‌ଆର୍‌ୟୁ ଆବଶ୍ୟକ’

ପୁରୀ ଅଫିସ, ୩୦ା୧: ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଶକ୍ତିି ଆଜି ଦିଶାହୀନ ହୋଇ ବୁଲୁଛନ୍ତି। ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢି ଚାଲିଛି। ଗତ ୪୫ବର୍ଷ ତୁଳନାରେ ବେକାରୀ ହାର ସର୍ବାଧିକ ରହିଛି। ପ୍ରତିବର୍ଷ ୨ଲକ୍ଷ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ଯୁବସମାଜକୁ ପ୍ରତାରିତ କରିଛନ୍ତି। ନିଯୁକ୍ତି ହାର ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ସରକାର ଯୁବ ସମାଜକୁ ରୋଜଗାର ଦେଇପାରୁ ନ ଥିବା ବେଳେ ଧର୍ମ ଆଳରେ ନ୍ୟାଶନାଲ ରେଜିଷ୍ଟ୍ରାର ଅଫ୍‌ ସିଟିଜେନଶିପ୍‌ (ଏନ୍‌ଆର୍‌ସି) ପଛରେ ପଡ଼ିିଛନ୍ତି। ନାଗରିକତା ସଂଶୋଧନ ଆଇନ (ସିଏଏ), ଏନ୍‌ଆର୍‌ସି ଆଳରେ ଅରାଜକତା ସୃଷ୍ଟି କରୁଛନ୍ତି। ଏହାକୁ ଯୁବ କଂଗ୍ରେସ ତୀବ୍ର ବିରୋଧ କରୁଛି। ଏ ନେଇ ଭାରତୀୟ ଯୁବ କଂଗ୍ରେସ ନ୍ୟାଶନାଲ ରେଜିଷ୍ଟ୍ରାର ଅଫ ଅନ୍‌ଏମ୍ପ୍ଲୋୟମେଣ୍ଟ (ଏନ୍‌ଆର୍‌ୟୁ) ପ୍ରଚାର ଅଭିଯାନ ଆରମ୍ଭ କରିଛି। ଦେଶରେ ଏନ୍‌ଆର୍‌ସି ନୁହେଁ ଏନ୍‌ଆର୍‌ୟୁ ଆବଶ୍ୟକ ବୋଲି ବୁଧବାର ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଆଇସିସି ସଦସ୍ୟ ସୁଜିତ ମହାପାତ୍ର କହିଛନ୍ତି।
ସେ କହିଛନ୍ତି, ଏକ ସର୍ଭେ ଅନୁସାରେ ଦେଶରେ ୪୧ ପ୍ରତିଶତ ଡିଗ୍ରୀଧାରୀ ଯୁବତୀ ଯୁବକ ବେକାର ଅଛନ୍ତି। ଶିକ୍ଷା ବ୍ୟବସ୍ଥା ଭୁଶୁୁଡ଼ିି ପଡ଼ିିଛି। ସିଏମ୍‌ଆଇଇ ସର୍ବେକ୍ଷଣ ଅନୁଯାୟୀ, ଦେଶରେ ଗତ ୫ବର୍ଷରେ ୫ କୋଟି ଯୁବତୀ ଯୁବକ ବେରୋଜଗାର ଅଟନ୍ତି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ମୁତାବକ, ୨୦୧୭-୧୮ରେ ଦେଶରେ ବେରୋଜଗାରୀଙ୍କ ଆତ୍ମହତ୍ୟା କୃଷକଙ୍କ ଆତ୍ମହତ୍ୟାଠାରୁ ଅଧିକ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଯୋଗୁ ଲକ୍ଷାଧିକ ବ୍ୟକ୍ତି ରୋଜଗାର ହରାଇଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ଶିକ୍ଷିତ ଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ଯୁବ କଂଗ୍ରେସ ଏ ନେଇ ସଚେତନତା ପାଇଁ ଅଭିଯାନ ଆରମ୍ଭ କରିଛି। ଗ୍ରାମପଞ୍ଚାୟତରୁ ଜିଲାସ୍ତର ପର୍ଯ୍ୟନ୍ତ ବେକାର ଯୁବତୀ ଯୁବକଙ୍କ ମତାମତ ସଂଗ୍ରହ କରାଯିବ। ଯୁବ କଂଗ୍ରେସ ପକ୍ଷରୁ ଜାରି ଟୋଲ୍‌ ଫ୍ରି ନମ୍ବର ୮୧୫୧୯୯୪୪୧୧ରେ ମିସ୍‌କଲ୍‌ ଦେଇ ନିଜ ନାମ ପଞ୍ଜୀକରଣ କରାଯାଇପାରିବ। ଏହି ଖବରଦାତା ସମ୍ମିିଳନୀରେ ଲୋକ ସଭା ଯୁବ କଂଗ୍ରେସ ସଭାପତି ଇଂ. ଶେଖ ସଫିକ୍‌ଉଦ୍ଦିନ, ଲୋକସଭା ଯୁବ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ, ପୁରୀ ବିଧାନସଭା କଂଗ୍ରେସ କମିଟି ସଭାପତି ପ୍ରେମଜିତ୍‌ ମହାନ୍ତି, ଲୋକସଭା ଯୁବ କଂଗ୍ରେସ କମିଟି ଉପସଭାପତି ସ୍ମୃତିରଞ୍ଜନ ପତି, ଅବିନାଶ ମିଶ୍ର, ଚନ୍ଦ୍ରଶେଖର କର, ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ବିଶ୍ୱରଞ୍ଜନ ମହାପାତ୍ର ଏବଂ ସର୍ବେଶ୍ୱର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri