Posted inଫୁରସତ

ଏଠି ସବୁ ସମୟରେ ମାରିଥାଏ ବିଜୁଳି, କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ଆଜିର ସମୟରେ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି ସତ କିନ୍ତୁ ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି ପାଉନାହାନ୍ତି। ସେହିପରି ଦକ୍ଷିଣ ଆମେରିକା ଭେନିଜୁଏଲାର ଏକ ଝରଣା ଉପରେ ସବୁ ସମୟରେ ବିଜୁଳି ମାରୁଛି ମାତ୍ର ଆଜିପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ବୈଜ୍ଞାନିକମାନେ ମଧ୍ୟ ପାଇ ପାରୁନାହାନ୍ତି। ସାଧାରଣତଃ ଆକାଶରେ ଗୋଟିଏ ସ୍ଥାନରେ ବିଜୁଳି ଗୋଟିଏ ଥରରୁ ଅଧିକ ମାରି ନ ଥାଏ ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଭେନିଜୁଏଲାରେ ୧ ଘଣ୍ଟାରେ ହଜାରେ ଥର ବିଜୁଳି ମାରିଥାଏ। ସାରା ବିଶ୍ୱକୁ ଚକିତ କରିଦେଲା ପରି ଏହି ଘଟଣା। ଏହି ରହସ୍ୟକୁ ‘ବିକ୍‌ନୀ ଅଫ୍‌ ମୈରାକାଇବୋ’ କୁହାଯାଏ। ଆଉ କିଛି ନାମରେ ମଧ୍ୟ ଏହି ସ୍ଥାନ ଜଣାଶୁଣା। ଯେପରିକି, କାଟାଟୁମ୍ବୋ ଲାଇଟିନିଙ୍ଗ୍‌, ଇଭର ଲାଷ୍ଟିଂ ଷ୍ଟର୍ମ, ଡ୍ରୈମେଟିକ୍‌ ରୋଲ୍‌ ଅଫ୍‌ ଥଣ୍ଡର ଇତ୍ୟାଦି।


ଏକ ରିପୋର୍ଟ ଅନୁଯାୟୀ, ଭେନିଜୁଏଲାର କାଟାଟୁମ୍ବୋ ନଦୀ ଯେଉଁ ସ୍ଥାନରେ ରହିଛି ସେଠାରେ ମୈରାକାଇବୋ ଝରଣା ରହିଛି। ଏଠାରେ ବର୍ଷକୁ ୨୬୦ ଦିନ ଝଡ଼ତୋଫାନ ହୋଇଥାଏ। ମୈରାକାଇବୋ ବିଶ୍ୱରେ ସବୁଠୁ ଅଧିକ ବିଜୁଳି ମାରୁଥିବା ସ୍ଥାନ ଭାବରେ ଗିନିଜ୍‌ ରେକର୍ଡ ରହିଛି। ଶୀତଋୁତରେ ଏଠାରେ ଟିକେ କମ୍‌ ବିଜୁଳି ମାରୁଥିବାବେଳେ ବର୍ଷାଦିନେ ସବୁଠୁ ଅଧିକ ମାରିଥାଏ। ଏପରିକି ପ୍ରତି ମିନିଟ୍‌ରେ ୨୮ ଥର ବିଜୁଳି ମାରିଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବିଜୁଳି ମାରିବା ପ୍ରାୟ ୪୦୦ କିଲୋମିଟର ପର୍ଯ୍ୟନ୍ତ ଦେଖାଯାଇଥାଏ। ଲୋକେ କୁହନ୍ତି, ଆକାଶରେ ରଙ୍ଗୀନ ଆଲୋକମାଳା ଝଲସୁଥିବା ପରି ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri