Posted inପୁରୀ

ଏଟିଏମ୍‌ରେ ତାଲା ଯୋଗୁ ଗ୍ରାହକ ହନ୍ତସନ୍ତ

କୃଷ୍ଣପ୍ରସାଦ,୧୪ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କେନ୍ଦ୍ରଟିକୁ ଗତ ଜୁନ୍‌ ୧୩ ତାରିଖରେ କେହି ଦୁବୃର୍ତ୍ତ ଟଙ୍କା ଲୁଟ୍‌ ନିମନ୍ତେ ଭାଙ୍ଗି ଦେଇଥିଲେ। ଏହା ପରଠାର ଏଟିଏମ୍‌ଟିରେ ତାଲା ପଡ଼ି ରହିଥିବା ଯୋଗୁ ଗ୍ରାହକମାନେ ସେବା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଉକ୍ତ ଘଟଣା ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଇତି ମଧ୍ୟରେ ୧ ମାସ ବିତିଗଲାଣି। ତଥାପି ମରାମତି ନ ହେବାରୁ ଗ୍ରାହକ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଅଞ୍ଚଳରେ ଏଟିଏମ୍‌ଟି ଟଙ୍କା ଉଠାଣ ନିମନ୍ତେ ବେଶ୍‌ ସହାୟକ ହେଉଥିବାରୁ ଏହା ପ୍ରକୃତରେ କେବେ ଖୋଲିବ ସେ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ଥାନାରେ ଅଭିଯୋଗ ପରେ ତଦନ୍ତ ନ ହେବା ଓ ଏ ପର୍ଯ୍ୟନ୍ତ ସିସି କ୍ୟାମେରା ଫୁଟେଜ୍‌ ଅନୁଧ୍ୟାନ କରାଯାଇ ନ ଥିବା ଶାଖା ପରିଚାଳକ ଶ୍ରୀକାନ୍ତ ସାହୁ ପ୍ରକାଶ କରିଛନ୍ତି ା ପୋଲିସ ଏଠାରେ ପହଞ୍ଚତ୍ବା ପରେ ସିସି ଟିଭି ଫୁଟେଜ ଦେଖାଯିବ ବୋଲି ସାହୁ କହିଛନ୍ତିି ା ଉଲ୍ଲେଖଯୋଗ୍ୟ, ମାଲୁଦରେ ଏହା ଏକମାତ୍ର ଏଟିଏମ୍‌ କେନ୍ଦ୍ର ହୋଇଥିବାରୁ ୧୪ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଏହା ଉପରେ ନିର୍ଭର କରି ଚଳନ୍ତି। ବର୍ତ୍ତମାନ ବ୍ୟାଙ୍କରୁ ଟଙ୍କା ଦେଣନେଣ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବାରୁ ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ୁଛି ବୋଲି କେତେଜଣ ସ୍ଥାନୀୟ ଲୋକ କହିଛନ୍ତି। ପୋଲିସ ଖୁବ୍‌ଶୀଘ୍ର ତଦନ୍ତ କରି ଏଟିଏମ୍‌ଟି କାର୍ଯ୍ୟକ୍ଷମ କରିବା ସହ ଚାରିଛକ, ଚିଲିକା, ନୂଆପଡ଼ାଠାରେ ୨ଟି ଏଟିଏମ୍‌ କେନ୍ଦ୍ର ନୂତନ ଭାବେ ସ୍ଥାପନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?