ଖାକିରେ କଳଙ୍କ: ଏକ ତରଫା ପ୍ରେମ କରି ନିଲମ୍ବିତ ହେଲେ ଏଏସ୍‌ଆଇ

ଭୁବନେଶ୍ୱର,୧୫ା୬(ବ୍ୟୁରୋ)-ଖାକିରେ କଳଙ୍କ ଲଗାଇଛି ପୋଲିସ ବାବୁଙ୍କ ପ୍ରେମ ନିଶା। ଏବେ ଏଭଳି ଆଉଜଣେ ଜଣେ ପୋଲିସ ଏଏସ୍‌ଆଙ୍କ କାର୍‌ନାମା ପଦାକୁ ଆସିଛି। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଶେଷରେ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ମହିଳାଙ୍କୁ ଏସିଡ୍‌ ମାଡ଼ର ଧମକ ଦେବା ମହଙ୍ଗା ପଡିଛି। ଏନେଇ ଭୁବନେଶ୍ୱର ମହିଳା ଥାନାରେ ପୀଡିତା ଜଣକ ଅଭିଯୋଗ କରିଛନ୍ତି। ପୋଲିସ ଆଇପିସି ଦଫା ୩୫୪, ୨୯୪, ୫୦୬, ୫୦୭ରେ ମାମଲା(ନଂ.୨୯/୨୦) ରୁଜୁ କରି ସୋମବାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତ ଏସ୍‌ଆଇଙ୍କୁ ଥାନାରେ ପଚରାଉଚରା କରାଯାଇଥିବାବେଳେ ୧୬୧ରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ ହୋଇଥିବା ଥାନାଧିକାରୀ ବନିତା ମହାରଣା କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ମହିଳା ଜଣକ ପୂର୍ବରୁ ତାଙ୍କ ନାମରେ ଦୁଇଟି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଏବେ ଲାଗିଥିବା ଦଫାରେ ମଧ୍ୟ ସେ ଖସିଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ (ଏସ୍‌ସିଆର୍‌ବି) ଆଇଜି ସମ୍ପୃକ୍ତ ଏଏସ୍‌ଆଇଙ୍କୁ ନିଲମ୍ବିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ସୁବ୍ରତ ଜ୍ଞାନ ରଞ୍ଜନ।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri