Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ବିରୋଧୀଙ୍କ ସନ୍ଦେହ

ନୂଆଦିଲ୍ଲୀ,୨୧।୫: ଏନ୍‌ଡିଏ ସରକାର ଗଠନ କରିବ ବୋଲି ସବୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ମତ) ଅନୁମାନ କରିବା ପରେ ଉଭୟ ଶାସକ ଓ ବିରୋଧୀ ଶିବିରରେ ଭିନ୍ନ ଭାବାବେଗ ସ୍ପଷ୍ଟ ହୋଇଛି। ୨୩ ତାରିଖ ଫଳାଫଳ ପାଇଁ ଭାଜପା ମୁଖ୍ୟାଳୟରେ ଜୋରଦାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଥିବାବେଳେ କଂଗ୍ରେସ କାର୍ଯ୍ୟାଳୟରେ ନୀରବତା ଦେଖାଦେଇଛି। ତଥାପି ସେମାନେ ଆଶା ହରାଇ ନ ଥିବା ଜଣାପଡିଛି। ଏନ୍‌ଡିଏ କେନ୍ଦ୍ରରେ କ୍ଷମତା ବଜାୟ ରଖିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ଅନୁମାନ କରିଥିବାବେଳେ ଏହାକୁ ନେଇ ବିରୋଧୀ ଦଳଗୁଡିକ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏହା ଏକ ପରିକଳ୍ପନା ଏବଂ ବାସ୍ତବତାର ପରିପନ୍ଥୀ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଫଳାଫଳ ପୂର୍ବାନୁମାନ ଅନୁରୂପ ହେବ ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଗୋଟିଏ ପାଳି କ୍ଷମତାରେ ରହିବେ ବୋଲି ରବିବାର ଏକ୍‌ଜିଟ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଥିଲା। ଏନ୍‌ଡିଏ ୩୦୦ରୁ ଊର୍ଦ୍ଧ୍ୱ ଆସନ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଅଧିକାଂଶ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ତେବେ ଉକ୍ତ ରିପୋର୍ଟ କେତେଦୂର ଠିକ୍‌, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ତେବେ ଏନ୍‌ଡିଏ ସରକାର କରିଥିବା ବିକାଶମୂଳକ କାର୍ଯ୍ୟ ଲାଗି ଏହା ପୁଣି ଥରେ କ୍ଷମତାକୁ ଫେରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ଏକ୍‌ଜିଟ ପୋଲ୍‌ ଯାହା ଅନୁମାନ କରିଛନ୍ତି ଫଳାଫଳ ତାହା ହିଁ ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଅନୁମାନ ଉପରେ ପ୍ରସ୍ତୁତ ରିପୋର୍ଟକୁ ବିଶ୍ୱାସକୁ ନ ନେବା ଲାଗି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି। ପୂର୍ବରୁ ଅନେକ ଥର ଏକ୍‌ଜିଟ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି। ଏକ୍‌ଜିଟ ପୋଲ୍‌କୁ ଜାଲିଆତି କହି ଆରଜେଡି ନେତା ତେଜସ୍ବୀ ଯାଦବ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପ୍ରକୃତ ବାସ୍ତବତା ନୁହେଁ, ସଂଘ ସମର୍ଥତ୍ତ ସଂସ୍ଥା ଦ୍ୱାରା ମାନସିକ ଧୋକାବାଜି ଲାଗି ପୁରୁଣା କୌଶଳ ବୋଲି ସେ କହିଛନ୍ତି। ତେଜସ୍ବୀଙ୍କ ମତକୁ ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବ ସମର୍ଥନ କରିଛନ୍ତି। ଏକ୍‌ଜିଟ ପୋଲ୍‌ ମନଗଢ଼ା କାହାଣୀ ବୋଲି ତୃଣମୂଳ କଂଗ୍ରେସ କହିଛି।
ସାତ ପର୍ଯ୍ୟାୟ ନିର୍ବାଚନ ଲାଗି ଦିନରାତି ଏକ କରି ଅକ୍ଳାନ୍ତ ପରିଶ୍ରମ କରିଥିବା ଅଧିକାଂଶ ଭାଜପା କର୍ମୀଙ୍କୁ ବିଶ୍ରାମ ନେବା ଲାଗି କୁହାଯାଇଥିବାବେଳେ ଅନ୍ୟମାନେ ଫଳାଫଳ ଦିନ ପ୍ରସ୍ତୁତିକୁ ଅନୁଧ୍ୟାନ କରୁଛନ୍ତି। ଭାଜପା ୩୦୦ ସଂଖ୍ୟା ଅତିକ୍ରମ କରିବା ନେଇ ନିଶ୍ଚିିତ ଥିଲା ବୋଲି ଏହାର ମିଡିଆ ସେଲ୍‌ ସଦସ୍ୟ ଜିତେନ୍ଦ୍ର ରାଓ୍ବତ କହିଛନ୍ତି। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି ପୁଣି କ୍ଷମତାକୁ ଫେରିବା ଅନୁମାନକୁ କେତେକ କଂଗ୍ରେସ କର୍ମୀ ଖଣ୍ଡନ କରିଛନ୍ତି। ଏକ୍‌ଜିଟ୍‌ ପୋଲ୍‌ ଦ୍ୱାରା ମିଥ୍ୟାର ବାତାବରଣ ସୃଷ୍ଟି କରାଯାଇଥିବା ସେମାନେ କହିଛନ୍ତି। କଂଗ୍ରେସ ନିଶ୍ଚୟ ଭଲ ପ୍ରଦର୍ଶନ କରିବ। ଯଦି ତାହା ନ ହୁଏ, ତେବେ ଇଭିଏମ୍‌ରେ ଜାଲିଆତି ହୋଇଥିବା କଂଗ୍ରେସ କର୍ମୀ ରାମ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri