ଏକାମ୍ର: ଜମି ଅଧିଗ୍ରହଣ ପାଇଁ ୫୧ ଚୁକ୍ତି ସ୍ବାକ୍ଷର

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ଯୋଜନା ‘ଏକାମ୍ର’ (ଏକାମ୍ର କ୍ଷେତ୍ର ଆମେନିଟିସ୍‌ ଆଣ୍ଡ୍‌ ମନୁମେଣ୍ଟ୍‌ସ ରିଭାଇଭାଲ ଆକ୍ସନ) ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବୁଧବାର ଜମି ଅଧିଗ୍ରହଣ ପାଇଁ ଚୁକ୍ତିନାମାର ପ୍ରୋତ୍ସାହନମୂଳକ ଅବଧି ଶେଷ ହୋଇଛି। ଇତିମଧ୍ୟରେ ୪୩ଜଣ ବ୍ୟକ୍ତି ମୋଟ ୫୧ ପ୍ଲଟ୍‌ ପ୍ରଦାନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟ ମଧ୍ୟରେ ଉକ୍ତ ଜମି ମାଲିକମାନେ ଚୁକ୍ତିପତ୍ର ସ୍ବାକ୍ଷରିତ କରିଥିବାରୁ ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ୧୦% ଅଧିକ ପ୍ରୋତ୍ସାହନମୂଳକ ରାଶି ପାଇବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଅଧିଗ୍ରହଣ ହେବାକୁ ଥିବା ୧୦୦ ଘରୋଇ ପ୍ଲଟ୍‌ର ମାଲିକଙ୍କୁ ଜମି ବେଞ୍ଚମାର୍କ ମୂଲ୍ୟର ଦୁଇଗୁଣା ଅର୍ଥ ସହ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି (ସିଏମ୍‌ଆର୍‌ଏଫ୍‌)ରୁ ୨୦ ଲକ୍ଷର ପ୍ରୋତ୍ସାହନ ଦିଆଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି।
ଜମି ଅଧିଗ୍ରହଣ ଚୁକ୍ତିନାମାର ପ୍ରୋତ୍ସାହନମୂଳକ ଅବଧିର ଶେଷଦିନ ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ ଜମି ମାଲିକଙ୍କ ଭିଡ଼ ଲାଗିଥିଲା। ୭ଜଣ ବ୍ୟକ୍ତି ଚୁକ୍ତି କରିଥିବାବେଳେ ମୋଟ ୪୩ଜଣ ୫୧ଟି ପ୍ଲଟ୍‌ ଦେବାକୁ ବିଏମ୍‌ସି ସହ ଚୁକ୍ତିପତ୍ର କାର୍ଯ୍ୟ ସାରିଛନ୍ତି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଚାଲିବ, କିନ୍ତୁ ଆଉ ପ୍ରୋତ୍ସାହନମୂଳକ ରାଶି ୧୦ ପ୍ରତିଶତ ମିଳିବ ନାହିଁ। ଚୁକ୍ତିପତ୍ର କାର୍ଯ୍ୟ ସରିବା ପରେ ମାସକ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିବ। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଜମି ମାଲିକଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯିବ।
ଜମି ଅଧିଗ୍ରହଣ ପ୍ରକ୍ରିୟା ଦାୟିତ୍ୱରେ ଥିବା ବିଏମ୍‌ସି ଡେପୁଟି କମିଶନର କମଲଜିତ୍‌ ଦାସ କହିଛନ୍ତି, ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିବା ୧୦୦ ଘରୋଇ ପ୍ଲଟର ୮୧ଜଣ ମାଲିକଙ୍କୁ ୨୬ ତାରିଖ ପୂର୍ବରୁ ଚୁକ୍ତିସ୍ବାକ୍ଷରିତ କରିବା ପାଇଁ କୁହାଯାଇଥିଲା। ହେଲେ ପାରିବାରିକ ସମସ୍ୟା ଓ ଜମି ବିବାଦ ପାଇଁ ଆଉ ୩୮ଜଣ ଜମି ମାଲିକ ସମୟ ସୀମା ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ କରିପାରୁ ନ ଥିବା ଜଣାଇଛନ୍ତି। ଏକ ନିର୍ଦ୍ଦିଷ୍ଟ ପ୍ୟାକେଜ୍‌ରେ ଗୁରୁବାରଠାରୁ ସେମାନଙ୍କ ସହ ଚୁକ୍ତି କରାଯିବ। ଅଧିଗ୍ରହଣରେ ଯେପରି କୌଣସି ସମସ୍ୟା ନ ଉପୁଜିବ ସେନେଇ ବିଏମ୍‌ସି କର୍ତ୍ତୃପକ୍ଷ ଲଗାତର ଜମି ମାଲିକଙ୍କୁ ସଚେତନ କରାଇଆସୁଛନ୍ତି ଓ ଆଲୋଚନା ଜାରି ରଖିଛନ୍ତି ବୋଲି ଦାସ କହିଛନ୍ତି। ଶେଷ ଦିନରେ ସହକାରୀ ଜିଲାପାଳ ଅଂଶୁମାନ ରଥ, ସମୀର ରଞ୍ଜନ ଦାସ ଓ ଅତିରିକ୍ତ ତହସିଲଦାର ଅଶ୍ୱିନୀ ନାୟକଙ୍କ ସହ ଷ୍ଟାମ୍ପ ଭେଣ୍ଡର ବିଏମ୍‌ସି ମୁଖ୍ୟାଳୟରେ ଉପସ୍ଥିତ ରହି ଚୁକ୍ତିନାମା ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri