Posted inଖେଳ

ଏଏଫ୍‌ସି ଏସିଆନ କପ୍‌ ମହିଳା ଫୁଟବଲର ଉନ୍ନତି ସହାୟ ହେବ: ମେମୋଲ

ନୂଆଦିଲ୍ଲୀ,୬।୬(ପି.ଟି.): ଭାରତରେ ୨୦୨୨ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ମହିଳା ଏସିଆନ୍‌ କପ୍‌ ଫୁଟବଲ ଆୟୋଜନ ହେବ। ଘରୋଇ ଦର୍ଶକଙ୍କ ସାମ୍ନାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଲେ ଭାରତୀୟ ଫୁଟବଲର ବିକାଶ ହୋଇପାରିବ। ଏହା ଦ୍ୱାରା ଭାରତୀୟ ମହିଳା ଫୁଟବଲର ବିକାଶ ହୋଇପାରିବ ବୋଲି ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ୍ବେବ୍‌ସାଇଟ୍‌ରେ ଜାତୀୟ ମହିଳା ଫୁଟବଲର ଦଳର କୋଚ୍‌ ମେମୋଲ ରକି କହିଛନ୍ତି।
୧୯୭୯ ପରେ ପ୍ରଥମଥର ପାଇଁ ଭାରତରେ ମହିଳା ଏସିଆନ୍‌ କପ୍‌ ୨୦୨୨ ଫାଇନାଲ୍ସ ଆୟୋଜନ ହେବାକୁ ଯାଉଛି। ଭାରତରେ ଏଭଳି ବଡ଼ ଟୁର୍ନାମେଣ୍ଟ ଆୋୟାଜନ ହେବାକୁ ଯାଉଥିବାରୁ ବହୁତ ଖୁସି ଅଛି ବୋଲି ସେ କହିଛନ୍ତି। ଦୀର୍ଘ ବର୍ଷ ପରେ ଭାରତକୁ ଏସିଆନ୍‌ କପ୍‌ ଆଣିଥିବାରୁ ଏଆଇଏଫ୍‌ଏଫ୍‌କୁ ଧନ୍ୟବାଦ ଦେଉଛି। ଏହି ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଆମ ପାଖରେ ଏବେ ଆଉ ଦେଢ ବର୍ଷ ରହିଛି। ଏହି ମେଗା ଇଣ୍ଟେରେ ଭଲ ପ୍ରଦର୍ଶନ କରିବୁ ବୋଲି ମେମୋଲ ଆଶା ପ୍ରକାଶ କରିଛନ୍ତି।
ଭାରତରେ ମହିଳା ଫୁଟବଲର ବିକାଶ ହେଉଛି ଓ ଏହା ସମସ୍ତଙ୍କୁ ଜଣାଅଛି। ଏସିଆର କେତୋଟି ଶ୍ରେଷ୍ଠ ଦେଶ ବିପକ୍ଷରେ ଭାରତ ଏହି ଟୁର୍ନାମେଣ୍ଟରେ ଖେଳିବ ଓ ପ୍ରଶଂସକମାନେ ଏହା ଭରପୂର ମଜା ନେବେ ବୋଲି ସେ କହିଛନ୍ତି। ଜାପାନ, ଅଷ୍ଟ୍ରେଲିଆ, କୋରିଆ, ଚାଇନା ବିପକ୍ଷରେ ଭାରତୀୟ ମହିଳା ଦଳ ଷ୍ଟାଡିୟମରେ ଖେଳିବ। ଏହାଦ୍ୱାରା ବାଳିକା ଫୁଟବଲରମାନେ ବେଶ୍‌ ଉତ୍ସାହିତ ହେବେ। ମୋଟାମୋଟି ଉପରେ ଦେଶରେ ମହିଳା ଫୁଟବଲର ବିକାଶ ହେବ ବୋଲି ସେ କହିଛନ୍ତି।
ଭାରତୀୟ ମହିଳା ଦଳ ଏବେ ବିଶ୍ୱର ୫୫ ନମ୍ବର ସ୍ଥାନରେ ରହିଛି। ୨୦୧୯ ସାଉଥ୍‌ ଏସିଆନ ଗେମ୍ସରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ଓ ଉଜ୍‌ବେକିସ୍ତାନ ଓ ଭିଏତ୍‌ନାମ ଭଳି ଉଚ୍ଚ ର଼୍ୟାଙ୍କର ଦଳ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଏହି ଟୁର୍ନାମେଣ୍ଟରେ ଖେଳିଲେ ଆମର ସ୍ବପ୍ନ ସାର୍ଥକ ହେବ ବୋଲି ଭାରତୀୟ ଅଧିନାୟିକା ଆଶାଲତା ଦେବୀ କହିଛନ୍ତି। ଅଶାଲତା ଏଏଫ୍‌ସି ଓମ୍ୟାନ ଫ୍ଲେୟାର ଅଫ୍‌ ଦି ଇୟର ୨୦୧୯ ପୁରସ୍କାର ପାଇଁ ଅନ୍ୟ ଦୁଇଜଣଙ୍କ ସହ ନୋମିନେଟ ହୋଇଛନ୍ତି। ଏଭଳି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଭାରତରେ ଆୟୋଜନ ହେବାକୁ ଯାଉଥିବାରୁ ସେ ଏଆଇଏଫ୍‌ଏଫ୍‌ ଓ ମହିଳା କମିଟିକୁ ଧନ୍ୟବାଦ ଜଣାଇଛନ୍ତି। ଗୋଲ କିପର ଆଦିତି ଚୌହାନ ମଧ୍ୟ ଏହି ଟୁର୍ନାମେଣ୍ଟ ନେଇ ବେଶ୍‌ ଉତ୍ସାହିତ ଥିବା କଥା କହିଛନ୍ତି। ଭାରତରେ ଆସନ୍ତାବର୍ଷ ଫେବୃୟାରୀରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ କପ୍‌ ଆୟୋଜନ ହେବ। ତେଣୁ କ୍ରମାଗତ ଭାବେ ଦୁଇଟି ବଡ଼ ଇଭେଣ୍ଟ ଆୟୋଜନ ହେବାକୁ ଯାଉଥିବାରୁ ଭାରତରେ ଫୁଟବଲର ବିକାଶ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri