ଏଇ ଭାରତରେ

ଭାତଥାଳିକୁ ଗୋଡ଼ରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା। ପରମ୍ପରା ନାଁରେ ଏବେ ବି ଅନେକ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଥିବା ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରଷିବା ପରେ ଥାଳିଟିକୁ ଗୋଡରେ ଠେଲି ଦେଇଥାଆନ୍ତି। ଏହା ପଛରେ ଏକ ଇତିହାସ ରହିଛି। ୧୫୭୬ରେ ହଳଦୀଘାଟ ଯୁଦ୍ଧ ସମୟରେ ମହାରାଣା ପ୍ରତାପଙ୍କ ସହଯୋଗୀମାନେ ନିଜ ପରିବାରକୁ ସୁରକ୍ଷା ଦେବାକୁ ଯାଇ ନିଜ ସେବକମାନଙ୍କ ସହ ହିମାଳୟ ପାଦଦେଶକୁ ପଠାଇ ଦେଇଥିଲେ। ବହୁ ବାଟ ବୁଲିବୁଲି ସେମାନେ ନେପାଳ ସୀମାରେ ଥିବା ଉତ୍ତରପ୍ରଦେଶ ତରାଇ ଅଞ୍ଚଳରେ ପହଞ୍ଚିଥିଲେ। ସେହିଠାରେ ହିଁ ସେମାନେ ରହିବାକୁ ଲାଗିଲେ। ରାଜସ୍ଥାନରୁ ଆସିଥିବାରୁ ଏମାନଙ୍କୁ ଥାରୁ ବୋଲି କୁହାଗଲା। ସୁରକ୍ଷା ଦୃଷ୍ଟିରୁ ଏହି ମହିଳାମାନେ ସେମାନଙ୍କ ସେବକ ଓ ସୈନିକଙ୍କୁ ବିବାହ କରିନେଲେ। ହେଲେ ଏହି ମହିଳାମାନେ ନିଜ କୁଳୀନ ପ୍ରବୃତ୍ତି ବା ରାଜକୀୟ ଢଙ୍ଗକୁ ଛାଡି ପାରିଲେନି। ନିଜ ଅହଂକାରକୁ ବଜାୟ ରଖିବାକୁ ଏମାନେ ଯେତେବେଳେ ବି ପୁରୁଷମାନଙ୍କୁ ଖାଇବା ପରଷନ୍ତି ତା’ପରେ ଥାଳିଟିକୁ ଗୋଡ଼ରେ ଠେଲିଦେଇ ନିଜର ଅହମିକା ସାବ୍ୟସ୍ତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

ହୁକେ ହୋ, ଏକ ସାମୂହିକ ସ୍ବର

ଏ ବର୍ଷ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମଣିଷ, ବୃକ୍ଷଲତା, ପଶୁପକ୍ଷୀ ସମସ୍ତ ସଜୀବ ଦହଗଞ୍ଜ ହେଉଛନ୍ତି। ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ। ନଈ, ନାଳ…

ଧର୍ମ ସଙ୍କଟ

ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri