ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ଲାଗି ବର୍ଷାପାଣି ବ୍ୟବହାରର ଆବଶ୍ୟକତା ଏବେ ଅନୁଭବ କରାଗଲାଣି। ଏଥିପାଇଁ ବର୍ଷାଜଳ ସଂରକ୍ଷଣ ଓ ତାହାର ବ୍ୟବହାର ସମ୍ପର୍କରେ ବହୁ ବ୍ୟକ୍ତି ଓ କମ୍ପାନୀ ଚେଷ୍ଟା କରୁଛନ୍ତି। ତେବେ ଗୁଜରାଟ ସୁରଟର ଯୁବକ ରାହୁଲ କାଚା ବର୍ଷାପାଣି ସଂରକ୍ଷଣ କରିବା ସହ ତାହାକୁ ପାନୀୟଯୋଗ୍ୟ କରି ସେଥିରୁ ଆୟ କରିପାରୁଛନ୍ତି। ବର୍ଷାପାଣି ଅମୃତ ବୋଲି ପ୍ରମାଣ କରିଦେଇଛନ୍ତି। ରାହୁଲ ୨୦୨୧ରେ ଏହାର ବ୍ୟବହାର ସମ୍ପର୍କରେ ବିଚାର କରି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ବର୍ଷାପାଣିକୁ ଗଚ୍ଛିତ କରି ତାହାକୁ ଫିଲ୍‌ଟର କରୁଛନ୍ତି ଓ ବୋତଲରେ ଭର୍ତ୍ତି କରି ୧୫୦ ଜଣ ଲୋକଙ୍କୁ ଦେଉଛନ୍ତି। ସେ ଯେଉଁ ପ୍ରଣାଳୀରେ ବର୍ଷାଜଳକୁ ପାନୀୟଯୋଗ୍ୟ କରିପାରୁଛନ୍ତି, ସେ ସମ୍ପର୍କିତ ଜ୍ଞାନକୌଶଳ ଅନ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି । ପ୍ରାରମ୍ଭରେ ଏହି କାର୍ଯ୍ୟ ସହଜ ନ ଥିଲା। ଏହା ମଧ୍ୟ ବ୍ୟୟବହୁଳ ଥିଲା। ସେଥିପାଇଁ ରାହୁଲ ତାଙ୍କ ଟେକ୍ନୋଲୋଜି ସମ୍ପର୍କରେ ଅନେକ ଲୋକଙ୍କୁ ଜଣାଇବା ପରେ ସେମାନେ ଆର୍ଥିକ ସହଯୋଗ କରିଥିଲେ। ଏବେ ସେ ୨ ଲକ୍ଷ ଲିଟରର ଷ୍ଟୋରେଜ ଟାଙ୍କି ଓ ୧ ଲକ୍ଷ ଲିଟରର ଟାଙ୍କି ନିର୍ମାଣ କରିଛନ୍ତି। ଏଥିରେ ମୋଟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଏତିକି ନୁହେଁ,ରାହୁଲ ବର୍ଷା ପାଣି ଉପରେ ଲୋକଙ୍କୁ ସଚେତନ କରୁଛନ୍ତି। ଏବେ ସେ ତାଙ୍କ ଘର ଆଖପାଖରେ ଥିବା ୧୫୦ ଘରକୁ ବର୍ଷାପାଣି ପିଇବା ଲାଗି ଯୋଗାଇ ଦେଉଛନ୍ତି। ବର୍ଷାଜଳ ସଂରକ୍ଷଣରେ ମଧ୍ୟ ସେମାନଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri