ଏଇ ଭାରତରେ

ଆର୍‌କା ପାମ୍‌ ବା ଗୁଆଗଛର ପତ୍ର ଓ ଖୋଳପାରୁ କୃତ୍ରିମ ଚମଡ଼ା ଭଳି ଉପତ୍ାଦ ପ୍ରସ୍ତୁତ କରୁଛନ୍ତି କର୍ନାଟକର ସୁରେଶ ଏସ୍‌ ଆର ଓ ତାଙ୍କ ସ୍ତ୍ରୀ ମୈଥିଲି। ପଶୁଙ୍କ ଚମଡ଼ାରେ ଗୋଟିଏ ବ୍ୟାଗ କିମ୍ବା ହଳେ ଚପଲ ତିଆରି କରିବା ଲାଗି ଅନେକ କେ.ଜି. କାର୍ବନ ଡାଇଅକ୍ସାଇଡ ନିର୍ଗମନ ହୋଇଥାଏ। କିନ୍ତୁ ସୁରେଶଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାକୃତିକ ଚମଡ଼ାରେ ବହୁତ କମ୍‌ କାର୍ବନ ନିର୍ଗମନ ହେଉଛି। ଏହା ବ୍ୟତୀତ ଏହି ଭେଗାନ ଲେଦର ବା ଚମଡ଼ା ପାଇଁ କମ୍‌ ପାଣି ମଧ୍ୟ ଦରକାର ହେଉଛି ଓ ଏହା ପୂରା ରାସାୟନମୁକ୍ତ । ତେଣୁ ଏହି ଚମଡ଼ା ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଶିବମୋଗା ନିବାସୀ ସୁରେଶ ଭୂମି ଏଗ୍ରି ଭେଞ୍ଚର ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ୧ ଏକରରୁ ୪,୦୦୦ରୁ ୪,୫୦୦ ଗୁଆ ପତ୍ରର ଖୋଳପା ପାଉଛନ୍ତି ଓ ଅନ୍ୟ କଞ୍ଚାମାଲ ଗୁଆ ଚାଙ୍କେଠାରୁ ସଂଗ୍ରହ କରୁଛନ୍ତି। ଏହି ଭେଗାନ ଚମଡ଼ାରୁ ଚପଲଠାରୁ ଆରମ୍ଭ କରି ବ୍ୟାଗ ଓ ଅନ୍ୟାନ୍ୟ ସୌଖୀନ ଜିନିଷ ତିଆରି କରାଯାଉଛି। ସୁରେଶଙ୍କ ଦ୍ୱାରା ପ୍ରସ୍ତୁତ ଏହିସବୁ ଜିନିଷ ମହାରାଷ୍ଟ୍ର ଓ କର୍ନାଟକରେ ବେଶି ବିକ୍ରି ହେଉଛି। ସୁରେଶ ଦିଲ୍ଲୀ ଜି୨୦ ସମ୍ମିଳନୀରେ ତାଙ୍କ ଦ୍ୱାରା ଉପତ୍ାଦିତ ଜିନିଷକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri