ଏଇ ଭାରତରେ

ବେଙ୍ଗାଲୁରୁର ୪ ଜଣ ସାଙ୍ଗ ୧ଟଙ୍କା ମୂଲ୍ୟରେ ଗରିବ ଲୋକଙ୍କୁ ପୋଷାକ ଯୋଗାଇ ଦେଉଛନ୍ତି। ମେଲିଶା ନୋରା, ବିନୋଦ୍‌ ଲୋବୋ, ନୀତିନ କୁମାର ଏବଂ ବିଗ୍‌ନେଶ ‘ଇମାଜିନ୍‌ ଟ୍ରଷ୍ଟ’ ଗଠନ କରି ତା’ରି ମାଧ୍ୟମରେ ପୋଷାକ ଦେଉଛନ୍ତି। ଟ୍ରଷ୍ଟର ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯାଉଛି। ଏହି ୪ ସାଙ୍ଗ ଚାକିରି କରିଛନ୍ତି। ସେମାନେ ଏଥିପାଇଁ ‘ଇମାଜିନ୍‌ ବସ୍ତ୍ର ବ୍ୟାଙ୍କ’ ଖୋଲିଛନ୍ତି। ରବିବାର ଏହି ‘ବସ୍ତ୍ର ବ୍ୟାଙ୍କ ଖୋଲା ରହୁଛି ଏବଂ ଗରିବମାନେ ସେଠାରୁ ସେମାନଙ୍କ ପସନ୍ଦର ପୋଷାକ ମାତ୍ର ୧ ଟଙ୍କାରେ କିଣୁଛନ୍ତି। ଲୋକମାନେ ‘ବସ୍ତ୍ର ବ୍ୟାଙ୍କ୍‌’କୁ ପୋଷାକ ଦାନ କରୁଛନ୍ତି। ଏହା ବ୍ୟତୀତ ସ୍ବେଚ୍ଛାସେବୀମାନେ ଲୋକମାନଙ୍କଠାରୁ ବ୍ୟବହୃତ ପୋଷାକ ଯାହା ସମ୍ପୂର୍ଣ୍ଣ ବ୍ୟବହାରଯୋଗ୍ୟ, ତାହା ସବୁ ସଂଗ୍ରହ କରୁଛନ୍ତି। ଏହିସବୁ ପୋଷାକକୁ ସଫା କରାଯାଇ ରଖାଯାଉଛି। ଅଦରକାରୀ କିମ୍ବା ଚିରାଫଟା ପୋଷାକରୁ ତକିଆଖୋଳ କିମ୍ବା ମ୍ୟାଟ୍‌ ପ୍ରସ୍ତୁତ କରାଯାଇ ଗରିବମାନଙ୍କୁ ମାଗଣାରେ ଦିଆଯାଉଛି। ଲକ୍‌ଡାଉନ୍‌ ସମୟରେ ଏଭଳି କାର୍ଯ୍ୟ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରତି ସପ୍ତାହରେ ୧୫୦ରୁ ଅଧିକ ପରିବାର ବସ୍ତ୍ର ବ୍ୟାଙ୍କରୁ ପୋଷାକ ନେଉଛନ୍ତି। ଏବେ ସୁଦ୍ଧା ମୋଟ୍‌ରେ ସେମାନେ ୧୨,୦୦୦ରୁ ଅଧିକ ଗରିବ ଲୋକଙ୍କୁ ୧ ଟଙ୍କାରେ ବସ୍ତ୍ର ଯୋଗାଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri