ଏଇ ଭାରତରେ

ବେଙ୍ଗାଲୁରୁର ୪ ଜଣ ସାଙ୍ଗ ୧ଟଙ୍କା ମୂଲ୍ୟରେ ଗରିବ ଲୋକଙ୍କୁ ପୋଷାକ ଯୋଗାଇ ଦେଉଛନ୍ତି। ମେଲିଶା ନୋରା, ବିନୋଦ୍‌ ଲୋବୋ, ନୀତିନ କୁମାର ଏବଂ ବିଗ୍‌ନେଶ ‘ଇମାଜିନ୍‌ ଟ୍ରଷ୍ଟ’ ଗଠନ କରି ତା’ରି ମାଧ୍ୟମରେ ପୋଷାକ ଦେଉଛନ୍ତି। ଟ୍ରଷ୍ଟର ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯାଉଛି। ଏହି ୪ ସାଙ୍ଗ ଚାକିରି କରିଛନ୍ତି। ସେମାନେ ଏଥିପାଇଁ ‘ଇମାଜିନ୍‌ ବସ୍ତ୍ର ବ୍ୟାଙ୍କ’ ଖୋଲିଛନ୍ତି। ରବିବାର ଏହି ‘ବସ୍ତ୍ର ବ୍ୟାଙ୍କ ଖୋଲା ରହୁଛି ଏବଂ ଗରିବମାନେ ସେଠାରୁ ସେମାନଙ୍କ ପସନ୍ଦର ପୋଷାକ ମାତ୍ର ୧ ଟଙ୍କାରେ କିଣୁଛନ୍ତି। ଲୋକମାନେ ‘ବସ୍ତ୍ର ବ୍ୟାଙ୍କ୍‌’କୁ ପୋଷାକ ଦାନ କରୁଛନ୍ତି। ଏହା ବ୍ୟତୀତ ସ୍ବେଚ୍ଛାସେବୀମାନେ ଲୋକମାନଙ୍କଠାରୁ ବ୍ୟବହୃତ ପୋଷାକ ଯାହା ସମ୍ପୂର୍ଣ୍ଣ ବ୍ୟବହାରଯୋଗ୍ୟ, ତାହା ସବୁ ସଂଗ୍ରହ କରୁଛନ୍ତି। ଏହିସବୁ ପୋଷାକକୁ ସଫା କରାଯାଇ ରଖାଯାଉଛି। ଅଦରକାରୀ କିମ୍ବା ଚିରାଫଟା ପୋଷାକରୁ ତକିଆଖୋଳ କିମ୍ବା ମ୍ୟାଟ୍‌ ପ୍ରସ୍ତୁତ କରାଯାଇ ଗରିବମାନଙ୍କୁ ମାଗଣାରେ ଦିଆଯାଉଛି। ଲକ୍‌ଡାଉନ୍‌ ସମୟରେ ଏଭଳି କାର୍ଯ୍ୟ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରତି ସପ୍ତାହରେ ୧୫୦ରୁ ଅଧିକ ପରିବାର ବସ୍ତ୍ର ବ୍ୟାଙ୍କରୁ ପୋଷାକ ନେଉଛନ୍ତି। ଏବେ ସୁଦ୍ଧା ମୋଟ୍‌ରେ ସେମାନେ ୧୨,୦୦୦ରୁ ଅଧିକ ଗରିବ ଲୋକଙ୍କୁ ୧ ଟଙ୍କାରେ ବସ୍ତ୍ର ଯୋଗାଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri