ଏଇ ଭାରତରେ

ପି ତାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ପ୍ରତିଦିନ ମାଗଣାରେ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗୁଜରାଟର ରାକେଶ ପଞ୍ଚାଲ। ଗୁଜରାଟର ଭାସୋ ଅଞ୍ଚଳର ବିଭିନ୍ନ ଗାଁରେ ଥିବା ଏଭଳି ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନିକଟରେ ଟିଫିନରେ ଖାଦ୍ୟ ପହଞ୍ଚାଉଛନ୍ତି। ଏଥିପାଇଁ ସେ ‘ଭିସାମୋ ଟିଫିନ ସେବା’ ଆରମ୍ଭ କରିଛନ୍ତି ଓ ଏଯାବତ ୨.୫ ଲକ୍ଷ ମିଲ୍‌ ଯୋଗାଇ ସାରିଲେଣି। ଏହି କାର୍ଯ୍ୟରେ ୧୮ ଜଣ ଲୋକଙ୍କୁ ନିୟୋଜିତ କରିଛନ୍ତି। ରାକେଶ ବିଏସ୍‌ସି ଦ୍ୱିତୀୟ ବର୍ଷରୁ ପଢା ଛାଡ଼ି ଏକ ଘରୋଇ ନ୍ୟୁଜ ଚ୍ୟାନେଲରେ କାମ କରୁଥିଲେ। ପରେ ସେ ହାଇଦ୍ରାବାଦ, ଦିଲ୍ଲୀ, ଗୁଜରାଟ ଓ ମୁମ୍ବାଇରେ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି। ପରେ ସେ ଭାସୋ ଫେରି ତାଙ୍କ ପିତାଙ୍କ କନ୍‌ଷ୍ଟ୍ରକଶନ କାମ ବୁଝିଲେ। ସେହି ସମୟରେ ତାଙ୍କ ପିତା ଗରିବଙ୍କୁ ମାଗଣାରେ ଖାଦ୍ୟ ଦେଉଥିଲେ ଓ ଜୀବନ ସାରା ଏହା କରିବାକୁ ଇଚ୍ଛା ବି ରଖିଥିଲେ। ତାଙ୍କର ମୃତ୍ୟୁ ହେବା ପୂର୍ବରୁ ସେ ଏହାକୁ ଚାଲୁ ରଖିବା ଲାଗି ରାକେଶଙ୍କୁ କହିଥିଲେ। ପରେ ରାକେଶ ହସ୍ପିଟାଲ ଯାଇ ୧୫ ଜଣ ରୋଗୀଙ୍କୁ ଖାଦ୍ୟ ଦେଇଥିଲେ। ଏହିଠାରୁ ତାଙ୍କ ସେବା ଆରମ୍ଭ ହୋଇ ଏବେ ଭାସୋ ଅଞ୍ଚଳର ବିଭିନ୍ନ ଗାଁରେ ପହଞ୍ଚିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri