ଏଇ ଭାରତରେ

ପି ତାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ପ୍ରତିଦିନ ମାଗଣାରେ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗୁଜରାଟର ରାକେଶ ପଞ୍ଚାଲ। ଗୁଜରାଟର ଭାସୋ ଅଞ୍ଚଳର ବିଭିନ୍ନ ଗାଁରେ ଥିବା ଏଭଳି ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନିକଟରେ ଟିଫିନରେ ଖାଦ୍ୟ ପହଞ୍ଚାଉଛନ୍ତି। ଏଥିପାଇଁ ସେ ‘ଭିସାମୋ ଟିଫିନ ସେବା’ ଆରମ୍ଭ କରିଛନ୍ତି ଓ ଏଯାବତ ୨.୫ ଲକ୍ଷ ମିଲ୍‌ ଯୋଗାଇ ସାରିଲେଣି। ଏହି କାର୍ଯ୍ୟରେ ୧୮ ଜଣ ଲୋକଙ୍କୁ ନିୟୋଜିତ କରିଛନ୍ତି। ରାକେଶ ବିଏସ୍‌ସି ଦ୍ୱିତୀୟ ବର୍ଷରୁ ପଢା ଛାଡ଼ି ଏକ ଘରୋଇ ନ୍ୟୁଜ ଚ୍ୟାନେଲରେ କାମ କରୁଥିଲେ। ପରେ ସେ ହାଇଦ୍ରାବାଦ, ଦିଲ୍ଲୀ, ଗୁଜରାଟ ଓ ମୁମ୍ବାଇରେ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି। ପରେ ସେ ଭାସୋ ଫେରି ତାଙ୍କ ପିତାଙ୍କ କନ୍‌ଷ୍ଟ୍ରକଶନ କାମ ବୁଝିଲେ। ସେହି ସମୟରେ ତାଙ୍କ ପିତା ଗରିବଙ୍କୁ ମାଗଣାରେ ଖାଦ୍ୟ ଦେଉଥିଲେ ଓ ଜୀବନ ସାରା ଏହା କରିବାକୁ ଇଚ୍ଛା ବି ରଖିଥିଲେ। ତାଙ୍କର ମୃତ୍ୟୁ ହେବା ପୂର୍ବରୁ ସେ ଏହାକୁ ଚାଲୁ ରଖିବା ଲାଗି ରାକେଶଙ୍କୁ କହିଥିଲେ। ପରେ ରାକେଶ ହସ୍ପିଟାଲ ଯାଇ ୧୫ ଜଣ ରୋଗୀଙ୍କୁ ଖାଦ୍ୟ ଦେଇଥିଲେ। ଏହିଠାରୁ ତାଙ୍କ ସେବା ଆରମ୍ଭ ହୋଇ ଏବେ ଭାସୋ ଅଞ୍ଚଳର ବିଭିନ୍ନ ଗାଁରେ ପହଞ୍ଚିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri