ରହସ୍ୟମୟ ସ୍ଥାନ

ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ଏଭଳି କିଛି ଘଟଣା ଦେଖିବାକୁ ମିଳେ; ଯାହାକି ଏବେବି ରହସ୍ୟମୟ। ବହୁ ଗବେଷଣା ପରେ ମଧ୍ୟ ଉକ୍ତ ସ୍ଥାନ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ। ଜାଣିବା ସେମିତି କେତେକ ସ୍ଥାନ ବିଷୟରେ…

ଯେଉଁଠି ପଥର ଚାଲେ: କାଲିଫର୍ନିଆ ଏବଂ ନେଭାଡା ସୀମାରେଖାକୁ ଲାଗି ରହିଥିବା ଡେଥ୍‌ ଭ୍ୟାଲି ନ୍ୟାଶନାଲ୍‌ ପାର୍କରେ ଚାଲେ ପଥର। ଏକଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ। ହେଲେ ଆପଣ ଜାଣନ୍ତି କି, ଏହି ପାର୍କରେ ରହିଛି ଏକ ଶୁଖିଲା ହ୍ରଦ। ଏହାକୁ କୁହାଯାଏ ରେସ୍‌ଟ୍ରାକ୍‌ ପ୍ଲାୟା। ଏଠାରେ ଛୋଟ ଛୋଟ ପଥରରୁ ଆରମ୍ଭ କରି ପ୍ରାୟ ୧୦୦ ପାଉଣ୍ଡରୁ ଅଧିକ ଓଜନ ବିଶିଷ୍ଟ ପଥର ହ୍ରଦର ଏକ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ ଶହ ଶହ ମିଟର ଦୂର ଆପେ ଆପେ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଥିବା ଦେଖିବାକୁ ମିଳେ। ତେବେ କେତେକ ବୈଜ୍ଞାନିକ ସେଠାରେ ଅଧିକ ପବନ ବହିବା ଫଳରେ ଏପରି ହେଉଛି ବୋଲି ଅନୁମାନ କରୁଥିବା ବେଳେ ଏହା ପଛର ପ୍ରକୃତ ତଥ୍ୟ ଏଯାଏଁ ଜଣାପଡ଼ିନାହିଁ। ଯଦିଓ ପଥର ଘୁଞ୍ଚୁଥିବା ବେଳେ କେହି ଏହାକୁ ଦେଖିନାହାନ୍ତି, ହେଲେ ଘୁଞ୍ଚତ୍ବା ଦ୍ୱାରା ମାଟିରେ ହେଉଥିବା ଦାଗରୁ ଏହା ଜଣାଯାଏ।
ଗୁମ୍ଫାରେ ଜଳେ ନିଆଁ: ଆମେରିକାର ନ୍ୟୁୟର୍କ ସହରରେ ରହିଛି ଚେଷ୍ଟନଟ୍‌ ରିଜ୍‌ ପାର୍କ। ଏଠାରେ ରହିଛି ଏକ ଛୋଟ ଝରଣା। ଯାହା ତଳକୁ ଏକ ଗୁମ୍ଫା ରହିଛି, ଯେଉଁଠାରେ ଅହ ରହ ନିଆଁ ଜଳୁଥିବାର ଦେଖିବାକୁ ମିଳେ, ଯାହାର ନାମ ରହିଛି ଏଟର୍ନାଲ୍‌ ଫ୍ଲେମ୍‌ ଫଲ୍ସ। ସେଠାରେ ପ୍ରାକୃତିକ ଉପାୟରେ ମିଥେନ୍‌ ଗ୍ୟାସ୍‌ ପ୍ରସ୍ତୁତ ହେଉଥିବାରୁ ନିଆଁ ଜଳୁଥିବା ଅନେକ ବୈଜ୍ଞାନିକ ମତ ଦେଉଥିଲେ ବି ଏହାର ପ୍ରକୃତ କାରଣ ଏବେବି ରହସ୍ୟମୟ।
ସମୁଦ୍ର କୂଳରେ ଗଦା ଗଦା ଅଣ୍ଡା: ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଡିକ ମଧ୍ୟରେ ରହିଛି ଡ୍ରାଗନ୍‌ ଏଗ୍‌ ବିଚ୍‌। ଏହାର ନାମ ଏପରି ହେବାର କାରଣ ଏହି ବେଳାଭୂମୀରେ ଥିବା ବହୁ ସଂଖ୍ୟାରେ ଗୋଲାକାର ପଥର ଯାହାକି ଡ୍ରାଗନ ଭଳି କୌଣସି ବଡ ଜୀବ ଅଣ୍ଡାର ଭ୍ରମ ସୃଷ୍ଟି କରେ। ତା’ଛଡା ଏହି ପଥରଗୁଡିକରେ ଥିବା ବହୁସଂଖ୍ୟାରେ ଫାଟ ଅଣ୍ଡାରୁ ଛୁଆ ଫୁଟି ବାହାରିବା ଭଳି ଦେଖାଯାଇଥାଏ। ତେବେ ଏହି ପଥର ୬୦ ମିଲିୟନ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଏ। ଏହି ବେଳାଭୂମୀର ନିଆରା ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବାରୁ ଏଠାରେ ନା କେବଳ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମେ ବରଂ ଅନେକ ଚଳଚ୍ଚିତ୍ର ମଧ୍ୟ ଦୃଶ୍ୟାୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri