ଆଦର୍ଶ ନେତୃତ୍ୱ

ଡ. ଜୟଦେବ ସାହୁ

ଯେକୌଣସି ସମାଜ ବା ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ତା’ର ଦୃଢ଼ ଓ ଲୋକ ତାନ୍ତ୍ରିକ ନେତୃତ୍ୱ ଉପରେ ନିର୍ଭର କରେ। ନେତା ଯଦି ଆଦର୍ଶ ଓ ପ୍ରଜାକୈନ୍ଦ୍ରିକ ହୁଅନ୍ତି ତେବେ ନାଗରିକମାନେ ସୁଖରେ ଜୀବନଯାପନ କରନ୍ତି। ଲୋକମାନେ ନେତାଙ୍କ ପାଇଁ ନୁହେଁ ବରଂ ନେତାମାନେ ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ। କ୍ଷମତା ନେତାମାନଙ୍କୁ ଅନ୍ଧ, ରୁକ୍ଷ ଓ ବର୍ବର କରିଦିଏ। ସେମାନେ ନିର୍ବାଚନ ସମୟରେ ପ୍ରଜାଙ୍କୁ ଅନେକ ସ୍ବପ୍ନ ଦେଖାଇ ନିର୍ବାଚିତ ହୁଅନ୍ତି ଏବଂ ତା’ପରେ ସେମାନଙ୍କୁ ଭୁଲି ଆତ୍ମସର୍ବସ୍ବ ହୋଇ ପ୍ରଜାର ସ୍ବାର୍ଥକୁ ଭୁଲି ଯାଆନ୍ତି । ନିର୍ବାଚନ ନଦୀ ପାରି ହେବା ପାଇଁ ସେମାନେ ‘ହାତୀ ନେ ଘୋଡ଼ା ନେ ମୋ ପେଁକାଳି ବଜାଇ ଦେ’ ନ୍ୟାୟରେ ନାଗରିକଙ୍କଠୁ ଭୋଟ ଭିକ୍ଷା କରନ୍ତି। ତା’ପରେ କିନ୍ତୁ କିପରି ନିଜେ କୋଟି କୋଟି ଟଙ୍କାର ମାଲିକ ହେବେ ସେ ନେଇ ନିଶାରେ ମସ୍‌ଗୁଲ ହୋଇ ଭୋଟଦାତାଙ୍କୁ ଶୋଷଣ କରିବା ଆରମ୍ଭ କରନ୍ତି।
କିନ୍ତୁ ଅନେକ ନେତା ଏବେ ବି ପ୍ରଜାଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ତାହା ଉପରୋକ୍ତ ଘଟଣାରୁ ସ୍ପଷ୍ଟ। ଏହା ସେବକ ନେତୃତ୍ୱର ଏକ ଉଦାହରଣ। ୧୯୭୦ରେ ରବର୍ଟ କେ ଗ୍ରୀନଲିଫ ‘ଦି ସର୍‌ଭେଣ୍ଟ ଏଜ୍‌ ଲିଡର’ ନାମକ ପ୍ରବନ୍ଧ ପ୍ରକାଶ କଲେ ଓ ଏଥିରେ ସେ ସେବକ ନେତୃତ୍ୱ ଉପରେ ବିଶଦ୍‌ ଆଲୋଚନା କଲେ। ଏପରି ନେତୃତ୍ୱ ଜନତାର ସେବାକୁ ପ୍ରାଥମିକତା ଦେଇଥାଏ। ସେବକ ନେତା ଜନତାର ପଛରେ ରହି ସେମାନଙ୍କୁ ସଶକ୍ତ କରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ଖୁସି ହୁଅନ୍ତି। ଏହିଭଳି ନେତୃତ୍ୱର ଜଣେ ମହାନ୍‌ ଉଦାହରଣ ଦକ୍ଷିଣ ଆଫ୍ରିକାର ତ୍ରାଣକର୍ତ୍ତା ନେଲସନ ମାଣ୍ଡେଲା ତାଙ୍କ ଆତ୍ମଜୀବନୀ ପୁସ୍ତକ ଲଙ୍ଗ ୱାକ ଟୁ ଫ୍ରିଡମ୍‌ରେ ସେବକ ନେତାର ସଂଜ୍ଞା ପ୍ରଦାନ କରିଛନ୍ତି। ସେ କହନ୍ତି, ଜଣେ ନେତା ମେଣ୍ଢା ପାଳକ ଭଳି। ସେ ମେଣ୍ଢା ପଲର ପଛରେ ଥାଇ ମେଣ୍ଢାମାନଙ୍କୁ ରକ୍ଷା କରନ୍ତି ଓ ତାଙ୍କ ଭଲ ପାଇଁ କାର୍ଯ୍ୟ କରନ୍ତି। ଏପରି ନେତା ଜନତାଙ୍କ ଦୁଃଖ ଶୁଣନ୍ତି ଏବଂ ତାଙ୍କ ଦୁଃଖରେ ସମଦୁଃଖୀ ହୁଅନ୍ତି। ନେଲସନ ମାଣ୍ଡେଲା ତାଙ୍କ ବ୍ୟକ୍ତିଗତ ଉନ୍ନତି ପାଇଁ ଅନେକ କଷ୍ଟ ସ୍ବୀକାର କରି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ହୋଇ ନ ଥିଲେ ବରଂ କଳା ଲୋକମାନଙ୍କ ଦୁଃଖର ଅନ୍ତ ପାଇଁ କେବଳ ଥରକ ଲାଗି ସେ ରାଷ୍ଟ୍ରପତି ହୋଇ ସ୍ବଇଚ୍ଛାରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇ ନ ଥିଲେ। ଏହା ବିରଳ ତଥା ଆଦର୍ଶ ନେତୃତ୍ୱର ଉଦାହରଣ।
ଭାରତରେ ଜନତା ସେବାଧର୍ମୀ ନେତାର ଅଭାବ ନାହିଁ। ଆଦିମ କାଳରୁ ଭାରତ ବର୍ଷର ନୀତି ହେଉଛି ପରୋପକାର। ସଂସ୍କୃତ ଶ୍ଳୋକ କହେ ପରୋପକାରାୟ ସ୍ବର୍ଗାୟ। ହିନ୍ଦୁ ମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ରାମାୟଣ ଓ ମହାଭାରତ ରାଜା ଏବଂ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ପରୋପକାରୀ ଓ ତ୍ୟାଗୀ ହେବା ପାଇଁ ପରାମର୍ଶ ଦେଇଆସିଛି। ରାଜାମାନଙ୍କୁ ଆଦର୍ଶ ହେବା ପାଇଁ ଭଗବାନ ନିଜେ ତାଙ୍କ ଅବତାରମାନଙ୍କ ମାଧ୍ୟମରେ କହିଛନ୍ତି।
ଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ।
ସ ଯତପ୍ରମାଣମ କୁରୁତେ ଲୋକସ୍ତଦନୁ ବର୍ତ୍ତତେ।
ନେତା ଯେମିତି ଆଚରଣ କରନ୍ତି ତାଙ୍କ ଅନୁଗାମୀମାନେ ସେଭଳି ଆଚରଣରେ ଅଭ୍ୟସ୍ତ ହୋଇଯାନ୍ତି। ତେଣୁ ନେତା ଆଦର୍ଶ ହେଲେ ଜନତା ଆଦର୍ଶ ନିଶ୍ଚିତ ହେବେ। ରାମାୟଣର ମୁଖ୍ୟ ଚରିତ୍ର ରାମଚନ୍ଦ୍ର ଜଣେ ପ୍ରଜା ହିତୈଷୀ ରାଜା ଥିଲେ। ସବୁ ପ୍ରଜାଙ୍କ ହିତ ପାଇଁ ହିଁ ସେ କାର୍ଯ୍ୟ କରୁଥିଲେ। ପ୍ରଜାମାନଙ୍କ ହିସାବରେ ହିଁ ରାଜକାର୍ଯ୍ୟ ପରିଚାଳିତ ହେଉଥିଲା। ଯେତେବେଳେ ଲକ୍ଷ୍ମଣଙ୍କୁ ଶକ୍ତିଭେଦ ହେଲା ଏବଂ ତାଙ୍କୁ ବଞ୍ଚାଇବାର ପ୍ରୟାସ ଚାଲିଲା, ଶ୍ରୀରାମଚନ୍ଦ୍ର କହିଲେ- ତାଙ୍କ ପାଇଁ ତାଙ୍କ ଭାଇ ଯେତିକି ମୂଲ୍ୟବାନ, ନିହତ ବାନରମାନେ ମଧ୍ୟ ସେତିକି ଦୁର୍ମୂଲ୍ୟ। ତେଣୁ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ଯଦି ଚେଷ୍ଟା କରାଯାଏ ତେବେ ବାନରମାନଙ୍କୁ ମଧ୍ୟ ବଞ୍ଚାଯାଉ। ସୀତାଙ୍କ ଉଦ୍ଧାର ପାଇଁ ସାଧାରଣ ଜନତାଙ୍କ ଜୀବନ ଯେମିତି ଅଯଥା ନ ଯାଏ ସେଥିପାଇଁ ସେ ଯତ୍ନଶୀଳ ଥିଲେ। ଦ୍ୱାରିକାଧୀଶ ଶ୍ରୀକୃଷ୍ଣ ସେବକ ନେତୃତ୍ୱର ଆଉ ଏକ ଉଦାହରଣ। ସେ ଓ ତାଙ୍କ ବଡଭାଇ ଅସହାୟ ଲୋକମାନଙ୍କ ରକ୍ଷା ପାଇଁ ସବୁବେଳେ ଚେଷ୍ଟିତ ଥିଲେ, ଦ୍ୱାରିକାର ରାଜା ହିସାବରେ ସେ କେବେ ବି ପ୍ରଜାମାନଙ୍କୁ ଶାସନ କରି ନ ଥିଲେ। ଜରାସନ୍ଧଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ନିଜ ପ୍ରଜାମାନଙ୍କୁ ମଥୁରାରୁ ଦ୍ୱାରିକାକୁ ସ୍ଥାନାନ୍ତର କରିଥିଲେ। ରାଜା କିଭଳି ବ୍ୟଭିଚାରୀ ହେବା କଥା ନୁହେଁ ଏବଂ ରାଜାର ବ୍ୟବହାର କିଭଳି ହେବା ଉଚିତ ସେ ଭଗବଦ୍‌ ଗୀତାରେ କହିଛନ୍ତି।
ଅର୍ଥଶାସ୍ତ୍ରରେ କୌଟିଲ୍ୟ ରାଜାଙ୍କ କର୍ତ୍ତବ୍ୟ ବର୍ଣ୍ଣନା କରି କହିଛନ୍ତି ଯେ, ପ୍ରଜାର ସୁଖରେ ରାଜାର ସୁଖ, ପ୍ରଜାର ଉନ୍ନତିରେ ରାଜାର ଉନ୍ନତି। ରାଜାଙ୍କୁ ଯାହା ଭଲ ଲାଗେ ତାହା ଠିକ୍‌ ବୋଲି ନ ଭାବି ପ୍ରଜାଙ୍କୁ ଯାହା ଭଲ ଲାଗେ ତାହା ହଁି ଠିକ୍‌ ବୋଲି ରାଜା ବିଚାର କରିବେ। କବି ରବୀନ୍ଦ୍ରନାଥ ଟାଗୋର କହନ୍ତି, ମଁୁ ସୁପ୍ତ ଅବସ୍ଥାରେ ସ୍ବପ୍ନ ଦେଖିଲି ଯେ ଜୀବନ ସୁଖମୟ, ମଁୁ ଜାଗ୍ରତ ହେଲି ଏବଂ ଦେଖିଲି ଯେ ଜୀବନ ହେଉଛି ସେବା। ମୁଁ ସେବା କଲି ଓ ଦେଖିଲି ଯେ ଜୀବନ ଆନନ୍ଦମୟ। ମହାତ୍ମା ଗାନ୍ଧୀ ଯିଏ କି ଜନତାଙ୍କ ସେବାରେ ବ୍ରତୀ ଥିଲେ, ସେ ଜଣେ ଆଦର୍ଶ ନେତାର ଉଦାହରଣ।
ଖ୍ରୀଷ୍ଟଧର୍ମର ସଂସ୍ଥାପକ ପ୍ରଭୁ ଯିଶୁଖ୍ରୀଷ୍ଟ ଆଦର୍ଶ ନେତୃତ୍ୱର ଆଉ ଜଣେ ଉଦାହରଣ । ସେ କହୁଥିଲେ, ଶାସକର ଧର୍ମ ସେବା କରିବା। କେତେ ଲୋକ ନେତାଙ୍କୁ ସେବା କରନ୍ତି ତାହା ପ୍ରଣିଧାନଯୋଗ୍ୟ ନୁହେଁ, ମାତ୍ର କେତେ ଲୋକଙ୍କ ସେବା ନେତା କରନ୍ତି ତାହା ହିଁ ପ୍ରଣିଧାନଯୋଗ୍ୟ। ସେ କେବଳ ଏହା କହୁ ନ ଥିଲେ, ନିଜେ ମଧ୍ୟ ସେବାକରି ଦେଖେଇ ଦେଉଥିଲେ। ସେ ନିଜେ ଅନୁଗାମୀମାନଙ୍କ ପାଦ ଅତି ଶ୍ରଦ୍ଧାରେ ଧୋଇ ଦେଉଥିଲେ, ଯାହା ସେମାନଙ୍କ ମନୋବଳକୁ ଦ୍ୱିଗୁଣିତ କରୁଥିଲା। ଏପରି ଉଦାହରଣୀୟ ନେତୃତ୍ୱ ପାଇଁ ମହାମନୀଷୀମାନେ ଭଗବାନ ଭାବରେ ପୂଜିତ।
ବର୍ତ୍ତମାନ ଯଦି ନେତାମାନେ ପ୍ରକୃତ ସେବା ମନୋବୃତ୍ତି ନେଇ ଜନଗଣଙ୍କ ସେବା କରନ୍ତି ଏବଂ ନିଜ ସ୍ବାର୍ଥର ଆହୁତି ଦିଅନ୍ତି ତେବେ ଦେଶ ଓ ଦେଶବାସୀଙ୍କ ମଙ୍ଗଳ ହେବ। ଯେଉଁମାନଙ୍କ ପାଇଁ ସେମାନେ ପଦାସୀନ ସେମାନଙ୍କ ଦୁଃଖ ସୁଖରେ ଛିଡ଼ାହେଲେ ଆଦର୍ଶ ନେତା ହୋଇପାରିବେ ଏବଂ ଭୋଟ ପାଇଁ ବିଭିନ୍ନ ନାଟ କରିବାକୁ ପଡ଼ିବ ନାହଁି।
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା
ମୋ:୭୯୭୮୯୯୦୦୧୬


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri