ଏଇ ଭାରତରେ

ବିଜୁଳି କେମିତି ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ସେଥିପାଇଁ ଉଦ୍ୟମ ଜାରି ରହିଛି। ବିକଶିତ ଭାରତରେ କେହି ବିଜୁଳି ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି ଏଭଳି ଉଦ୍ୟମ କରାଯାଉଛି। ତେବେ ଏହା ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି, ଯାହା ବିଦ୍ୟୁତ୍‌ରୁ ବଞ୍ଚିତ ଲୋକମାନଙ୍କ ମନରେ ଆଶା ସଞ୍ଚାର କରିଛି। ରାଜସ୍ଥାନର ଏକ ଛୋଟ ଗାଁର ୨୬ ବର୍ଷୀୟ ଯୁବକ ଡୁଙ୍ଗର ସିଂ ସୋଢ଼ା ଏକ ଛୋଟ ପବନ ଚକି ଆବିଷ୍କାର କରିଛନ୍ତି, ଯେଉଁଥିରୁ ସହଜରେ ବିଦ୍ୟୁତ୍‌ ଉପତ୍ାଦନ କରିହେଉଛି। ଏହି ଚକିକୁ ସାଥିରେ ନେଇ ଯେକୌଣସି ସ୍ଥାନରେ ଯେ କେହି ବିଦ୍ୟୁତ୍‌ ଉପତ୍ାଦନ କରିପାରିବେ। ଡୁଙ୍ଗରଙ୍କ ଦ୍ୱାରା ନିର୍ମିତ ଏହି ଚକିକୁ ଲାଇସେନ୍ସ ବି ମିଳିସାରିଛି। ଏହାକୁ ସେ ଦେଶ ଓ ବିଦେଶରେ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଏହି ଚକି ମୂଲ୍ୟ ୫୦ ହଜାର ଟଙ୍କା। ପ୍ରତିଦିନ ଏଥିରୁ ୨୦ ୟୁନିଟ୍‌ ଯାଏ ବିଦ୍ୟୁତ୍‌ ମିଳୁଛି। ସେ ଏବେ ସନ୍‌ଓ୍ବିଣ୍ଡ ନାମକ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ପବନ ଚକି ନିର୍ମାଣ କରୁଛନ୍ତି। ଡୁଙ୍ଗର ଗାଁରେ ବହୁ ସମୟରେ ବିଜୁଳି ରହୁ ନ ଥିବାରୁ ପିଲାଦିନେ ଏହି ସମସ୍ୟା ସମାଧାନ କରିବାକୁ ଲକ୍ଷ୍ୟ ରଖିଥିଲେ। ପରେ ଚାକିରି କରିବାକୁ ସୁରଟ ଯାଇ ସେଠାରେ ଏହି ଲକ୍ଷ୍ୟ ପୂରଣ କରିବାକୁ ଲାଗିପଡ଼ିଲେ ଓ ସଫଳତା ମଧ୍ୟ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri