ଏଇ ଭାରତରେ

ମୁମ୍ବାଇର ସ୍ଥପତି ପ୍ରତିମା ଜୋଶୀ ବସ୍ତି ବାସିନ୍ଦାଙ୍କ ସ୍ବଚ୍ଛତା ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ଦୀର୍ଘ ୩ ଦଶନ୍ଧି ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ପ୍ରତିମା ଲଣ୍ଡନର ବ୍ୟାଚେଲର୍ସ ସ୍କୁଲରୁ ଆର୍କିଟେକ୍‌ଚର ଓ ପା୍ଲନିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ଗରିବ ବସ୍ତିବାସିନ୍ଦାଙ୍କୁ ଘର, ଘର ଭିତରେ ପାଇଖାନ କିମ୍ବା ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି। ସେ ପୁଣେ, ପିମ୍ପ୍ରି, ଚିନ୍‌ଓ୍ବାଡ, ନଭି ମୁମ୍ବାଇ ଓ କୋହ୍ଲାପୁର ଅଞ୍ଚଳରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଏଠାକାର ବସ୍ତି ବାସିନ୍ଦାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି। ଏହି କାର୍ଯ୍ୟ ସେ ‘ଶେଲ୍‌ଟର ଆସୋସିଏଟ୍ସ’ ଏନ୍‌ଜିଓ ମାଧ୍ୟମରେ କରୁଛନ୍ତି। ୧୯୯୩ରେ ସେ ଏହାକୁ ପ୍ରତିଷ୍ଠା କରିଥିଲେ। ୩ ଦଶନ୍ଧି ମଧ୍ୟରେ ‘ଓ୍ବାନ ହୋମ ଓ୍ବାନ୍‌ ଟଏଲେଟ’ ଅଭିଯାନ ମାଧ୍ୟମରେ ସେ ୨୭,୦୦୦ ବସ୍ତି ଘରେ ପାଇଖାନ ତିଆରି କରିପାରିଛନ୍ତି। ତାଙ୍କ ସଂସ୍ଥାର ସ୍ବେଚ୍ଛାସେବୀମାନେ ସର୍ଭେ କରିବା ପରେ ହିତାଧିକାରୀଙ୍କୁ ଏଭଳି ସୁବିଧା ଯୋଗାଇ ଦିଆଯାଉଛି। କେବଳ ଏତିକି ନୁହେଁ, ପ୍ରତିମା ମଧ୍ୟ ବସ୍ତି ଅଞ୍ଚଳରେ ଋତୁସ୍ରାବ ସମ୍ପର୍କିତ ସ୍ବାସ୍ଥ୍ୟ ସମସ୍ୟା ଉପରେ ସଚେତନତା ଶିବିର ଓ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri