ଏଇ ଭାରତରେ

ସେବାରେ ଆନନ୍ଦ, ସେବାରେ ପୁଣ୍ୟ- ଏହି କଥା ଉପଲବ୍ଧି କରିଛନ୍ତି ହରିୟାଣାର ଦେବଦାସ ଗୋସ୍ବାମୀ। ସେ ଗୃହହୀନ ଓ ନିଃସଙ୍ଗ ଜୀବନ ବିତାଉଥିବା ଲୋକମାନଙ୍କ ଆଶାବାଡ଼ି ପାଲଟିଛନ୍ତି। ଏବେ ସୁଦ୍ଧା ସେ ୨୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟ ଦେଇଛନ୍ତି। ପେସାରେ ଜଣେ ଡ୍ରାଇଭର ହେଲେ ବି ସେମାନଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ଚିକିତ୍ସା ଯୋଗାଇ ଦେବାରେ କେବେ ବି ଅବହେଳା କରିନାହାନ୍ତି। ହରିୟାଣାର ଏକ ଗରିବ ପରିବାରରେ ଦେବଙ୍କ ଜନ୍ମ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା । ପିଲାବେଳୁ ସେ କ୍ଷୁଧାର ସମ୍ମୁଖୀନ ହୋଇଛନ୍ତି । ଦାରିଦ୍ର୍ୟକୁ ନିକଟରୁ ଦେଖିତ୍ଥିବା ଦେବ ଗରିବ ଲୋକଙ୍କୁ ଆଶ୍ରୟ ଓ ଖାଦ୍ୟ ଦେବା ଲାଗି ନିଷ୍ପତ୍ତି ନେଇ ତାହାକୁ ସୁଚାରୁରୂପେ ଚଳାଇଛନ୍ତି। ଏଥିପାଇଁ ସେ ‘ଡାଭୋ’ ସଂସ୍ଥା ପ୍ରତିଷ୍ଠା କରି ତା’ଦ୍ୱାରା ସେବା କାର୍ଯ୍ୟ ଚଳାଇଛନ୍ତି। ବହୁ ସମୟରେ ସେ ଅର୍ଥାଭାବର ସମ୍ମୁଖୀନ ହେଉଥିଲେ ବି ତାଙ୍କ କାର୍ଯ୍ୟରୁ ବିରତ ହୋଇନାହାନ୍ତି। ସେ ଦ୍ୱାରକା, ଦିଲ୍ଲୀରେ ଦୁଇଟି ଆଶ୍ରୟସ୍ଥଳ ଖୋଲି ସେଠାରେ ଏହି ଅସହାୟ ଲୋକଙ୍କୁ ରଖିଛନ୍ତି। କେବଳ ଏତିକି ନୁହେଁ ସେ ରାଜପଥରେ ଗାଡ଼ି ଚଳାଉଥିବା ସମୟରେ ରାସ୍ତାକଡ଼ରେ ଅଚିହ୍ନା ଶବ ଦେଖିଲେ ତାହାର ସଂସ୍କାର ଦାୟିତ୍ୱ ଆଇନଗତ ଭାବେ ନିଜେ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri