ସମ୍ପ୍ରଦାୟରେ ପ୍ରଥମ ପିଢ଼ିର କେହି ଜଣେ ପିଲା ଶିକ୍ଷାରେ ଡିଗ୍ରୀ ହାସଲ କଲେ ପୂରା ସମ୍ପ୍ରଦାୟ ତାଙ୍କ ପାଇଁ ଗର୍ବ ଅନୁଭବ କରେ। କେବଳ ଏତିକି ନୁହେଁ, ଶିକ୍ଷା କ୍ଷେତ୍ରରେ ପଛରେ ଥିବା ଅନ୍ୟ ବର୍ଗ ପାଇଁ ସେ ପ୍ରେରଣା ସାଜିଥାନ୍ତି। ସେଭଳି ଜଣେ ଗ୍ରାଜୁଏଟ ହେଉଛନ୍ତି ରାଜୁ କେନ୍ଦ୍ରି। ସେ ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳର ବୁଲଧାନ ଜିଲା ପିମ୍ପ୍ରିଖଣ୍ଡାରେ ରହୁଥିବା ଓ୍ବାର୍କାରି ସମ୍ପ୍ରଦାୟର ପ୍ରଥମ ଗ୍ରାଜୁଏଟ। ରାଜୁ ଅର୍ଥାଭାବରୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇର୍ଁ ପ୍ରସ୍ତୁତ ହୋଇପାରି ନ ଥିଲେ କି ଆଉ ଅଧିକ ପଢିପାରି ନ ଥିଲେ। ନିଜେ ସୁଯୋଗ ହରାଇଥିଲେ ବି ରାଜୁ ଅନ୍ୟ ପିଲାମାନଙ୍କ ପାଇଁ ଶିକ୍ଷାର ଆଶାବାଡ଼ି ସାଜିଛନ୍ତି। ୨୦୧୮ରେ ଏକଲବ୍ୟ ମୁଭ୍ମେଣ୍ଟ ଆରମ୍ଭ କରି ତୃଣମୂଳ ସ୍ତରର ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି। ଏବେ ସୁଦ୍ଧା ଏହି ସଂସ୍ଥା ୩୦୦ ଗରିବ ପିଲାଙ୍କୁ ଉଚ୍ଚଶିକ୍ଷା ପାଇବା ଲାଗି ଯୋଗ୍ୟ କରିପାରିଛି। ଅନେକେ ମଧ୍ୟ ନିଜସ୍ବ ବ୍ୟବସାୟ ଆରମ୍ଭ କରିବାକୁ ସକ୍ଷମ ହୋଇଛନ୍ତି।
ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍’
ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…
ଯେଉଁ ଅନ୍ଧକାରର ଅବସାନ ନାହିଁ
ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…
ରୋଷେଇ ଘରେ ଇଥାନଲ
ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…
ଏଇ ଭାରତରେ
ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…
ମଶାରି ମଶା
ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…
ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ
କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…
ଇସ୍ରୋ ସଙ୍କଟ
ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍ ଏରୋସ୍ପେସ୍ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…
ଏଇ ଭାରତରେ
ଏମ୍. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…
Archives

