ଏଇ ଭାରତରେ

ଗଛ ବଞ୍ଚତ୍ଲେ ପରିବେଶ ପ୍ରଦୂଷଣମୁକ୍ତ ରହିବା ସହ ମଣିଷ ମଧ୍ୟ ସୁସ୍ଥ ରହିପାରିବ। ପରିବେଶ ପାଇଁ ଉଦ୍ଭିଦ ଅତ୍ୟନ୍ତ ଉପଯୋଗୀ। ଆସାମରେ ଥିବା ୨୦୭ ବର୍ଷର ପୁରାତନ ଏକ ବରଗଛର ସୁରକ୍ଷା ପାଇଁ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଛନ୍ତି ଗ୍ରାମବାସୀ। ସେମାନେ ଏହାର ସୁରକ୍ଷା ନିମିତ୍ତ ଅଣ୍ଟା ଭିଡ଼ିଛନ୍ତି ।
ସେମାନେ ପ୍ରତିବର୍ଷ ବରଗଛର ଜନ୍ମଦିନ ଖୁବ୍‌ ଆଡମ୍ବର ସହକାରେ ପାଳନ କରୁଛନ୍ତି। ସ୍ଥାନୀୟ ବାରପେଟା ଜିଲାର ଜଲିଖେତି ଗାଁରେ ଏହି ବରଗଛ ରହିଛି। ପ୍ରତିବର୍ଷ ଜୁନ୍‌ ୫ ପରିବେଶ ଦିବସ ଅବସରରେ ଗଁା ଲୋକେ ଏକତ୍ର ହୋଇ ବରଗଛର ଜନ୍ମଦିନ ପାଳନ କରନ୍ତି। ୨୦୧୨ରେ ବରଗଛକୁ ୨ଶହ ବର୍ଷ ପୂରଣ ହୋଇଥିଲା। ସେବେଠାରୁ ଗ୍ରାମବାସୀ ଏଭଳି କରିଆସୁଛନ୍ତି। ୨ଶହ ବର୍ଷ ପୂରଣ ଅବସରରେ ୬୨ କିଲୋଗ୍ରାମ୍‌ର ଏକ ବଡ଼ କେକ୍‌ କଟାଯାଇଥିଲା। ଗଛର ସୁରକ୍ଷା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ସଦସ୍ୟ ଭାବେ ସ୍ଥାନୀୟ ନେତା, ଶିକ୍ଷକ, ଯବାନ ଆଦିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ପରିବେଶ ସୁରକ୍ଷା ଦିଗରେ ଏହି ଗଁା ଲୋକଙ୍କର ବୃକ୍ଷ ବଞ୍ଚାଇବା ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri