ଏଇ ଭାରତରେ

ଜେଇଇ ହେଉ କିମ୍ବା ନିଟ୍‌ ଅବା ଅନ୍ୟ କୌଣସି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ସକାଶେ ଅନେକ ଲକ୍ଷ ପିଲା ଟଙ୍କା ଦେଇ ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଉଛନ୍ତି । କିନ୍ତୁ ଗରିବ ତଥା ଅନଗ୍ରସର ପରିବାରର ପିଲାମାନେ ଏଥିରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ପିଲାମାନଙ୍କୁ ମୁମ୍ବାଇର ୪ ଜଣ ବନ୍ଧୁ ସୁମିତ ଶର୍ମା, ଡ.ଅବନିଶ ଦ୍ୱିବେଦୀ, ରବିନ ମଣ୍ଡଳ ଓ ସୌରଭ ସନ୍ତୋଷ ‘ପଥ ପ୍ରଦର୍ଶକ’ ସଂସ୍ଥା ଗଢ଼ି ତା’ ମାଧ୍ୟମରେ କୋଚିଂ ଦେଉଛନ୍ତି। ସେମାନେ ଆଇଆଇଟି, ଏନ୍‌ଆଇଟି, ଆଇଆଇଏସ୍‌ସି ପାଇଁ ସେମାନଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି। ସେମାନେ ‘ଗ୍ରୋ ଭାରତ’ ୟୁ ଟ୍ୟୁବ୍‌ ଚ୍ୟାନେଲ ମାଧ୍ୟମରେ ଅନ୍‌ଲାଇନ କ୍ଲାସ ସକାଳେ ସନ୍ଧ୍ୟାରେ କରୁଛନ୍ତି। ଏବେ ଏଥିରେ ୪୫,୦୦୦ ସବ୍‌ସ୍କ୍ରାଇବର ରହିଛନ୍ତି। ସୁମିତ ରସାୟନ ବିଜ୍ଞାନ, ଡ.ଅବନିଶ ଅର୍ଗାନିକ ରସାୟନ ବିଜ୍ଞାନ, ରବିନ ପଦାର୍ଥ ବିଜ୍ଞାନ ଏବଂ ସୌରଭ ଗଣିତ ପଢ଼ାଉଛନ୍ତି। ଏମାନେ କେବଳ କ୍ଲାସ୍‌ ନେଉନାହାନ୍ତି, ବରଂ ପିଲାମାନଙ୍କ ସହ କଥା ହେଉଛନ୍ତି ଓ ଦୁର୍ଗମ ଅଞ୍ଚଳରେ ଥିବା ପିଲାମାନଙ୍କର ଡେଟାପ୍ୟାକ୍‌ ପାଇଁ ଅର୍ଥ ଦେଉଛନ୍ତି, ଟେଷ୍ଟ ପେପର ବି ପଠାଉଛନ୍ତି। ଏଠାରୁ କୋଚିଂ ପାଇ ବହୁ ପିଲା ଆଇଆଇଟି, ଏନ୍‌ଆଇଟି, ଆଇଆଇଏସ୍‌ସି ଓ ଅନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri