ଏଇ ଭାରତରେ

କୋଟାର ଇଞ୍ଜିନିୟର ଅମରପ୍ରୀତ ସିଂ ‘ଗୌ ଅର୍ଗାନିକ୍ସ’ ନାମକ ଏକ ଡାଏରି ଫାର୍ମ କରି ସେଠାରେ ଉପତ୍ାଦିତ ଦୁଗ୍ଧଜାତୀୟ ଖାଦ୍ୟକୁ ବିଭିନ୍ନ ଦେଶକୁ ରପ୍ତାନି କରୁଛନ୍ତି। ସେଠାରେ ବିଦ୍ୟୁତ୍‌ ଉପତ୍ାଦନ କରି ଫାର୍ମର ୭୦% ଆବଶ୍ୟକତା ପୂରଣ କରୁଛନ୍ତି। ୪୦ କିଲୋ ଓ୍ବାଟ୍‌ର ଦୁଇଟି ବାୟୋଗ୍ୟାସ ପ୍ଲାଣ୍ଟ ମଧ୍ୟ ନିର୍ମାଣ କରିଛନ୍ତି। ଅମରପ୍ରୀତ ୨୦୧୨ରେ ରାଜସ୍ଥାନ ଟେକ୍‌ନିକାଲ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ନ୍ୟାଶନାଲ ଡାଏରି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟରେ ଶିକ୍ଷା ଶେଷ କରିଥିଲେ। ୨୦୧୫ରେ ଇସ୍ରାଏଲର ତେଲ୍‌ ଆଭିଭ ୟୁନିଭର୍ସିଟିରେ ଡାଏରି ଅଟୋମେଶନରେ ପଢା ଶେଷ କରିବା ପରେ ଭାରତରୁ ଫେରି ତାଙ୍କ ଭାଇଙ୍କ ସହ ଗୋପାଳନ ଆରମ୍ଭ କରିଥିଲେ। ପ୍ରଥମେ ସେ ୨୭ଟି ଗାଈ ରଖିଥିଲେ। ଏବେ ଫାର୍ମରେ ୨୫୦ଟି ଗାଈ ଅଛନ୍ତି। ଏହା ସହ ନିକଟରେ ଥିବା ଚାଷୀମାନଙ୍କୁ ମଧ୍ୟ ତାଙ୍କ ସହ ଯୋଡ଼ିପାରିଛନ୍ତି। ସେମାନେ ଘିଅ, ଲହୁଣି, ଛେନା, ଗୋବର ଖତ ଓ ଜିଆଖତ ବିକ୍ରି କରୁଛନ୍ତି। ଅମରପ୍ରୀତି ମଧ୍ୟ ୫୫ ଜଣ କୃଷକଙ୍କୁ ଏଭଳି ଆଧୁନିକ ଗୋପାଳନ ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ତାଙ୍କ ଉପତ୍ାଦିତ ସାମଗ୍ରୀ ଦକ୍ଷିଣ ଆଫ୍ରିକା, କାତାର ଏବଂ ସାଉଦି ଆରବକୁ ପଠାଉଛନ୍ତି। ମୋଟରେ ସେ ବର୍ଷକୁ ୬ କୋଟି ଟଙ୍କା ଆୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri