ଏଇ ଭାରତରେ

ଜଣେ ବ୍ରିଗେଡିୟର ଅବସର ପରେ ନିଜକୁ ଏକ ଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛନ୍ତି, ଯାହା ବେଶ୍‌ ପ୍ରେରଣାଦାୟକ। ଆନ୍ଧ୍ରପ୍ରଦେଶର ଏହି ସେନା ଅଧିକାରୀ ଜଣକ ହେଉଛନ୍ତି ପି. ଗଣେଶନ୍‌। ସେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଦୁର୍ଗମ ଅଞ୍ଚଳଗୁଡ଼ିକୁ ଯାତ୍ରା କରି ତୃଣମୂଳ ସ୍ତରରେ ଲୋକେ ଆବିଷ୍କାର କରିଥିବା ନୂତନ ଯନ୍ତ୍ରପାତିକୁ ଲୋକଲୋଚନକୁ ଆଣୁଛନ୍ତି। ତାଙ୍କର ଏହି ଅଭିଯାନର ନାମ ରଖିଛନ୍ତି ‘ଶୋଧ ଯାତ୍ରା’। ୨୦୦୫ରେ ସେ ‘ପଲ୍ଲୀ ସୃଜନ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରିଆସୁଛନ୍ତି। ଦୀର୍ଘ ୧୮ ବର୍ଷ ମଧ୍ୟରେ ଗଣେଶନ୍‌ ଏଭଳି ୨୦୦ ଉଚ୍ଚକୋଟୀର ଆବିଷ୍କୃତ ଯନ୍ତ୍ରପାତି ଠାବ କରିଛନ୍ତି, ଯାହା ନିତିଦିନ ଜୀବନରେ ବହୁ କାର୍ଯ୍ୟରେ ଲାଗିପାରୁଛି। ଏସବୁ ଆବିଷ୍କାର ମଧ୍ୟରୁ ୧୩ ଜଣ ରାଷ୍ଟ୍ରପତି ପୁରସ୍କାର, ୨ ଜଣ ପଦ୍ମଶ୍ରୀ ପାଇସାରିଛନ୍ତି। ସେ ମଧ୍ୟ ଆବିଷ୍କାରକଙ୍କୁ ସେମାନଙ୍କ ଯନ୍ତ୍ରପାତି ଅଧିକ ସଂଖ୍ୟାରେ ନିର୍ମାଣ କରିବାକୁ ସାହାଯ୍ୟ କରୁଛନ୍ତି ଏବଂ ଏଯାବତ୍‌ ସେ ବିଭିନ୍ନ ଉତ୍ସରୁ ସେମାନଙ୍କୁ ପ୍ରାୟ ୪ କୋଟି ଟଙ୍କା ଋଣ କରାଇପାରିଛନ୍ତି। ଆବିଷ୍କୃତ ଯନ୍ତ୍ରପାତିଗୁଡ଼ିକର ପ୍ରତିକୃତି ସିକନ୍ଦରାବାଦ ବାୟୁପୁରିରେ ଥିବା ତାଙ୍କ ବାସଭବନରେ ପ୍ରଦର୍ଶିତ କରୁଛନ୍ତି। ଏଗୁଡ଼ିକ ମଧ୍ୟରୁ ୨୬ଟି ବିକ୍ରି ପାଇଁ ପ୍ରସ୍ତୁତ ହୋଇଗଲାଣି, ୨୪ଟିର ପ୍ୟାଟେଣ୍ଟ ବି ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା…

ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ…

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri