ଏଇ ଭାରତରେ

ବଗିଚାରେ ପନିପରିବା ଚାଷ କଲାବେଳେ ରୋଗ, ପୋକ ଓ ଘାସ ମୁଣ୍ଡବ୍ୟଥାର କାରଣ ପାଲଟୁଛି। ଏହି ସମସ୍ୟାର ସମାଧାନ ପାଇଁ କେରଳର ପ୍ରିନ୍ସ ମାମ୍ମନଙ୍କ ଦ୍ୱାରା ଆବିଷ୍କୃତ ରୋବୋ ଅନେକ ଆଶା ସଞ୍ଚାର କରିଛି। ଏହି ରୋବୋ ବଗିଚାରୁ କ୍ଷତିକାରକ ଘାସ ହଟାଇ ଦେଉଥିବାବେଳେ ଗଛର ବିକାଶ ଏବଂ ରୋଗପୋକର ପ୍ରଭାବ ଠାବ କରିବାରେ ସାହାଯ୍ୟ କରୁଛି। ଉକ୍ତ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସକ୍ଷମ ରୋବୋ ନାମ ରଖାଯାଇଛି ଗାର୍ଡୋ। ପ୍ରିନଙ୍କ୍ସ ଘର କୋଲାମରେ। ସେ ମେକାଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସେ ୨୦୨୧ରେ ଗାଡ୍ରୋ ରୋବୋ ନିର୍ମାଣ ଆରମ୍ଭ କରିଥିଲେ। ସେହି ବର୍ଷ ଏହାକୁ ବିକ୍ରି କରିବା ପାଇଁ ‘ଫ୍ରିମ୍ୟାନ ରୋବୋର୍ଟସ’ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଗାର୍ଡୋ ବ୍ୟାଟେରି ଦ୍ୱାରା ଚାଲୁଛି। ଏହାର ଓଜନ ୫୦୦ଗ୍ରାମ, ଲମ୍ବ ୨୦ସେ.ମି., ଚଉଡା ୧୨ସି.ମି ଏବଂ ଉଚ୍ଚତା ୧୦ ସେ.ମି.। ଏଥିରେ କ୍ୟାମେରା ରହିବା ସହ ଏବ୍‌ ଆପ୍ଲିକେଶନ ମଧ୍ୟ ଅଛି। ରୋବୋ ଚାର୍ଜ ହେବା ପରେ ତାହାକୁ ବଗିଚାର ଗୋଟିଏ କୋଣରେ ରଖିଦେଇ ମୋବାଇଲ ଆପ୍ଲିକେଶନ ବ୍ୟବହାର କରି ତାହାର କାର୍ଯ୍ୟକ୍ଷେତ୍ରର ସୀମା ସ୍ଥିର କରାଯାଉଛି। ପରେ ଏହା ଗଛ ମଧ୍ୟରେ ଧୀରେ ଧୀରେ ଗତି କରି ଘାସ ନଷ୍ଟ କରିପାରୁଛି। ଏଥିରେ ଥିବା ଅତ୍ୟାଧୁନିକ ସେନ୍‌ସର ଲଗାଯାଇଛି, ଯାହା ଗଛର ବୃଦ୍ଧି ଓ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri