ଏଇ ଭାରତରେ

ପାହାଡ଼ିଆ ଅଞ୍ଚଳରେ ପାନୀୟ ଜଳଠାରୁ ଆରମ୍ଭ କରି କୃଷି ପାଇଁ ହ୍ରଦର ଆବଶ୍ୟକତା ବେଶି। ସେଥିପାଇଁ ସଙ୍ଗେ ଲାମା ସିକିମର ସିମ୍‌ଗୋ ହ୍ରଦକୁ ବର୍ଜ୍ୟମୁକ୍ତ କରି ତାହାକୁ ବ୍ୟବହାର ଯୋଗ୍ୟ କରିପାରିଛନ୍ତି। ହ୍ରଦରେ ମିଲ୍କ କାର୍ଟୁନଠାରୁ ଆରମ୍ଭ କରି ସ୍ନାକ୍ସ ପ୍ୟାକେଟ,ବିସ୍କୁଟ ଜରି, ପ୍ଲାଷ୍ଟିକ ବୋତଲ ଭର୍ତ୍ତି ହୋଇ ରହିଥିଲା। ଏହା ବ୍ୟତୀତ ଆଖପାଖର ସ୍ବେରେଜ ଜଳ ମଧ୍ୟ ଏଥିରେ ମିଶି ପାଣିକୁ ବିଷାକ୍ତ କରିଦେଇଥିଲା। ତଥାପି ଆଖପାଖର ୨୭୦ଟି ପରିବାର ଏଭଳି ଜଳକୁ ବ୍ୟବହାର କରୁଥିଲେ। ଏହା ଲକ୍ଷ୍ୟ କରି ସଙ୍ଗେ ଲାମା ହ୍ରଦର ପୁନରୁଦ୍ଧାର ଆରମ୍ଭ କରିଥିଲେ। ସେ ବନ ବିଭାଗ ଅଧିକାରୀ, ଦୋକାନ ମାଲିକ ଏବଂ ଗ୍ରାମ ପଞ୍ଚାୟତକୁ ନେଇ ‘ସିମ୍‌ଗୋ ପୋଖରୀ ସଂରକ୍ଷଣ ସମିତି’ ଗଠନ କରିଥିଲେ। ଏହା ମଧ୍ୟରେ ସେ ଦୋକାନୀଙ୍କ ଠାରୁ ବର୍ଜ୍ୟ ସଂଗ୍ରହ କରି ତାହାକୁ ଡମ୍ପିଂୟାର୍ଡକୁ ନେବାର ବ୍ୟବସ୍ଥା କରିବା ସହ ତାହାକୁ ରିକଭରି ସେଣ୍ଟରକୁ ପଠାଉଛନ୍ତି। ପ୍ଲାଷ୍ଟିକ୍‌ ବ୍ୟବହାର କମ୍‌ କରିବା ଲାଗି ଷ୍ଟିଲ୍‌ ଗ୍ଲାସ୍‌ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଏହି ଅଭିଯାନ ଦ୍ୱାରା ଏବେ ହ୍ରଦର ଜଳ ପ୍ରଦୂଷଣ ମୁକ୍ତ ହୋଇଯାଇଛି ଓ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri