ଏଇ ଭାରତରେ

ବେଙ୍ଗାଲୁରୁର ଏକ ସ୍କୁଲର ବିଜ୍ଞାନ ଶିକ୍ଷକ ସି.ଏମ୍‌. ନାଗରାଜଙ୍କ ଅପସାଇକେଲିଂ ଚିନ୍ତାଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ। ନାଗରାଜ ସ୍କୁଲରେ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେ ଭାଙ୍ଗିଯାଇଥିବା ଧାତବ ଫର୍ନିଚର, ଟେବୁଲ ଓ ଚେୟାରରୁ ପ୍ରୋଜେକ୍ଟର ସ୍କ୍ରିନ, ଷ୍ଟାଫ୍‌ମାନଙ୍କ ପାଇଁ କପ୍‌ବୋର୍ଡ, ନ୍ୟୁଜ୍‌ପେପର ରିଡିଂ ଷ୍ଟାଣ୍ଡ ତିଆରି କରିଛନ୍ତି। ଏହାବ୍ୟତୀତ ସେ ପିଲାମାନଙ୍କ ଦ୍ୱାରା ସଂଗୃହୀତ କ୍ଷୀର ପାଉଚରୁ ୨୦ଟି କମ୍ପ୍ୟୁଟର କଭର ତିଆରି କରିଛନ୍ତି। ଏହି କାର୍ଯ୍ୟରେ ଟେଲର କାର୍ଯ୍ୟ କରୁଥିବା ଅଭିଭାବକମାନେ ତାଙ୍କୁ ସହଯୋଗ କରିଛନ୍ତି। ସେ ଦୁଇଟି ବାୟୋ ଓ୍ବେଷ୍ଟ କନଭର୍ଟର ଏବଂ କାଗଜ ଓ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ର୍ରହ କରି ରଖିବାର ବ୍ୟବସ୍ଥା କରିଛନ୍ତି। ନାଗରାଜ ନିକଟସ୍ଥ କୃଷି କ୍ଷେତରୁ ଶସ୍ୟ ବର୍ଜ୍ୟ ସଂଗ୍ରହ କରି ସେଥିରୁ ଖତ ପ୍ରସ୍ତୁତ କରି ସ୍କୁଲ ବଗିଚାରେ ଲଗାଉଛନ୍ତି। ସ୍କୁଲରୁ ମଧ୍ୟାହ୍ନଭୋଜନରେ ବାହାରୁଥିବା ବର୍ଜ୍ୟରୁ ବି ଖତ ତିଆରି କରୁଛନ୍ତି। ୬ରୁ ୮ ମାସ ମଧ୍ୟରେ ସେ ୧ ଟନ୍‌ ଖତ ପ୍ରସ୍ତୁତ କରିଛନ୍ତି। ବଳକା ଖତ ବିକ୍ରି କରି ସ୍କୁଲ ଉନ୍ନତି ପାଇଁ ବ୍ୟୟ କରୁଛନ୍ତି। ବର୍ଷକ ମଧ୍ୟରେ ସଂଗ୍ରହ ହୋଇଥିବା ୫୮କେଜି କାଗଜ ଓ ପ୍ଲାଷ୍ଟିକ ବର୍ଜ୍ୟକୁ ନିକଟସ୍ଥ ରିସାଇକେଲିଂ କେନ୍ଦ୍ରକୁ ପଠାଇଛନ୍ତି। କେବଳ ଏତିକିି ନୁହେଁ, ସେ ସ୍କୁଲ ପରିସରରେ ଭୂତଳ ଜଳ ଚାର୍ଜ କରିବା ଲାଗି ବ୍ୟବସ୍ଥା ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri