କେରଳର ବିଜୁ ନାରାୟଣନଙ୍କ ଅନେକ ଆବିଷ୍କାର ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ସେ ଏବେ ଏକ ସୋଲାର ମିକ୍ସି ନିର୍ମାଣ କରିଛନ୍ତି, ଯାହା ଗ୍ରାଇଣ୍ଡିଂ କରିବା ସହ ପାଖାପାଖି ୧୫ଟି କାର୍ଯ୍ୟ କରିପାରୁଛି। ଏହି ମେଶିନ ସୌରଶକ୍ତିରେ ଓ ରିମୋଟ୍ ଦ୍ୱାରା ଚାଲୁଛି। ଏହା ପରିବା କାଟିବା ସହ ନଡ଼ିଆ କୋରି ଦେଉଛି। ଘରେ କୌଣସି ସ୍ଥାନରେ ଧୂଆଁ ଉଠିଲେ ଏହା ଜଣାଇଦେଉଛି । ଏଥିରେ ଏକ ରେଡିଓ ମଧ୍ୟ ଅଛି ଓ ମୋବାଇଲ ଚାର୍ଜ ବ୍ୟବସ୍ଥା ରହିଛି। ଉକ୍ତ ମିକ୍ସିକୁ ଭାକ୍ୟୁମ୍ କ୍ଲିନର ଭାବେ ବି ବ୍ୟବହାର କରାଯାଉଛି। ଏଥିରେ ୩ ଓ୍ବାଟ୍ର ଏମର୍ଜେନ୍ସି ଲାଇଟ୍ ଥିବାବେଳେ ଛୋଟ ଫ୍ୟାନ୍ ମଧ୍ୟ ରହିଛି। ଏହାକୁ ନିର୍ମାଣ କରିବା ଲାଗି ତାଙ୍କୁ ୧ ଦଶନ୍ଧିରୁ ଅଧିକ ସମୟ ଲାଗିଛି। ବିଜୁ ମାତ୍ର ୧୨ ବର୍ଷ ବୟସରେ ଏକ ରେଡିଓ ତିଆରି କରିବା ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି। ୫୩ ବର୍ଷ ବୟସ୍କ ବିଜୁଙ୍କୁ ବିଭିନ୍ନ ଆବିଷ୍କାର ଲାଗି କେରଳର ରୁରାଲ ଇନୋଭେଶନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।
ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ
ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍ ମର୍ନିଂ’ ମେସେଜ୍ ପଠାଇବା,…
କାଳୀଦାସ ବୁଦ୍ଧି
ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…
ବରାବର ଗୁମ୍ପାର ରହସ୍ୟ
ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍…
ପ୍ରଥା ଓ ପରମ୍ପରା
ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…
ଓଡ଼ିଶାରେ ସମବାୟ
୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…
ଫୁଟ୍ବଲରେ ଟ୍ରମ୍ପ୍ କାର୍ଡ
ବିଶ୍ୱକପ୍ ଫୁଟ୍ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍ବଲ ଦଳର ଷ୍ଟ୍ରାଇକର୍ଙ୍କୁ…
ହାତରୁ ଖସୁଛି ସୁରକ୍ଷା
ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…
ଏଇ ଭାରତରେ
ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…
Archives

