ଏଇ ଭାରତରେ

ଇଲେକ୍ଟ୍ରି ବାଇକ୍‌ ଚଲାଇବେ ଓ ତାହାକୁ ଫୋଲ୍‌ଡିଂ କରି ରଖିଦେବେ। ଏମିତି ଏକ ବାଇକ୍‌ ନିର୍ମାଣ କରିଛନ୍ତି ଅହମଦାବାଦର ରାଜ୍‌ ପଟେଲ। ଏହି ବାଇକ୍‌ର ଓଜନ ମଧ୍ୟ କମ୍‌।
ସେ ୨୦୧୭ରେ ‘ସ୍ବିଚ୍‌ ବାଇକ୍ସ ଷ୍ଟାର୍ଟଅପ’୍‌ ଗଠନ କରି ତା’ମାଧ୍ୟମରେ ଏହାକୁ ନିର୍ମାଣ କରୁଛନ୍ତି। ଏବେ ସୁଦ୍ଧା ଏଥିରୁ ସେ ୨ କୋଟି ଟଙ୍କା ରୋଜଗାର କରିସାରିଲେଣି। ସାଧାରଣ ସାଇକେଲ ଘଣ୍ଟାକୁ ୧୦ରୁ ୨୦ କି.ମି. ବେଗରେ ଯାଇପାରୁଥିବା ବେଳେ ସ୍ବିଚ୍‌ ଇଲେକ୍ଟ୍ରି ବାଇକର ଘଣ୍ଟା ପ୍ରତି ବେଗ ରହୁଛି ୨୦ରୁ ୪୦ କି.ମି.। ୨୦୧୯ରେ ସେ ପ୍ରଥମେ ସ୍ବିଚ୍‌ ବାଇକ ନିର୍ମାଣ କରି ୨୦୨୦ ଜାନୁୟାରୀରେ ବିକ୍ରି ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୭୦୦୦ ୟୁନିଟ୍‌ ବିକ୍ରି କରିସାରିଲେଣି। ଭାରତ ସମେତ ଦୁବାଇ, ଆମେରିକା, ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ବି ଏହି ବାଇକ୍‌ ବିକ୍ରି ହେଉଛି। ତାଙ୍କ ଷ୍ଟାର୍ଟଅପ୍‌ରେ ୨୫୦ଜଣ କର୍ମଚାରୀ କାମ କରୁଛନ୍ତି। ରାଜ୍‌ଙ୍କ ବୟସ ଏବେ ୩୦। ସେ ଅଷ୍ଟ୍ରେଲିଆରେ ମାର୍କେଟିଂ ଓ ଫାଇନାନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ଇଭି ବାଇକ୍‌ର ବ୍ୟାଟେରି ଅଢ଼େଇ ଘଣ୍ଟାରେ ପୂରା ଚାର୍ଜ ହୋଇପାରୁଛି ଓ ଏଥିରେ ତାହା ୮୦ରୁ ୧୦୦ କି.ମି. ଯାଇପାରୁଛି। ଏହା ଘଣ୍ଟା ପ୍ରତି ୪୦ କି.ମି. ବେଗରେ ଯାଇପାରୁଛି। ଉକ୍ତ ବାଇକ୍‌କୁ ପରୀକ୍ଷା କରିବାକୁ ଆସୁଥିବା ପ୍ରତି ୧୦ ଜଣରେ ୮ ଜଣ କିିଣୁଛନ୍ତି ବୋଲି କୁହନ୍ତି ରାଜ୍‌। ବାଇକ୍‌ର ମୂଲ୍ୟ ୩୪ ହଜାରରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ଯାଏ ରଖାଯାଇଛି। ଏବେ ରାଜ୍‌ ଇଲେକ୍ଟ୍ରି ମୋଟରବାଇକ୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri