ଏଇ ଭାରତରେ

ଅଦରକାରୀ ଜିନିଷର ସଦୁପଯୋଗ କରି ଶୌଚାଳୟ ସମସ୍ୟାର ସମାଧାନ କରୁଛନ୍ତି ହାଇଦ୍ରାବାଦର ଅଭିଷେକ ନାଥ। ପୁରୁୁଣା ଶିପ୍‌ କଣ୍ଟେନର ଉପଯୋଗ କରି ସେ ଉନ୍ନତ ଜ୍ଞାନକୌଶଳରେ ୨୦୦ରୁ ଊର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ କରିଛନ୍ତି,ଯାହା ପୂତ୍ତିଗନ୍ଧମୟ ପରିବେଶ ଦୂର କରିପାରୁଛି। ଏଥିରେ ସେ ସେନ୍‌ସର ଲଗାଇଛନ୍ତି, ଯାହା ଦୁର୍ଗନ୍ଧ ଆରମ୍ଭ ହେବା କ୍ଷଣି ଜଣାଇ ଦେଉଛି। ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ଅଲଗା ଅଲଗ ଶୌଚାଳୟ କରାଯାଇଛି। କଣ୍ଟ୍ରୋଲ ରୁମରୁ ଏହାର ସୁପରିଚାଳନା ପାଇଁ ଦିନରାତି ଏକ ଟିମ୍‌ ଲାଗିଛନ୍ତି। କଣ୍ଟେନରର ଓ୍ବାଲ୍‌ରେ ଭର୍ଟିକାଲ ଗାର୍ଡେନରେ ସୁବାସିତ ଫୁଲ ଓ ଆକର୍ଷଣୀୟ ଗଛ ଲଗାଇଛନ୍ତି। ଏହାକୁ ଲୋକମାନେ ମାଗଣାରେ ବ୍ୟବହାର କରୁଛନ୍ତି। ଏଣୁ ଶୌଚାଳୟ ପରିଚାଳନାରେ ଆବଶ୍ୟକ ହେଉଥିବା ପାଣ୍ଠି ଯୋଗାଡ କରିବା ଲାଗି ସେ ସେଥିରେ କାଫେ କରିଛନ୍ତି। ଏଠାରେ ଲୋକମାନଙ୍କ ପାଇଁ ପାନୀୟ ଓ ସ୍ନାକ୍ସ ବ୍ୟବସ୍ଥା ବି କରାଯାଇଛି। ଶିପ କଣ୍ଟେନର୍‌ରେ ନିର୍ମିତ ଶୌଚାଳୟକୁ ସହରର ବିଭିନ୍ନ ସ୍ଥାନରେ ରଖିତ୍ଛନ୍ତି। ଦିନକୁ ୨୦୦ରୁ ୧୫୦୦ ଲୋକ ବ୍ୟବହାର କରୁଛନ୍ତି। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ ତାଙ୍କୁ ସ୍ଥାନ ଯୋଗାଇ ଦେବାପରେ ସେ କଣ୍ଟେନରକୁ ସେଠାରେ ସ୍ଥାପନ କରୁଛନ୍ତି। ବସ୍‌ଷ୍ଟାଣ୍ଡ ଓ ଏୟାରପୋର୍ଟ ନିକଟରେ ଏହାକୁ ବେଶି ରଖୁଛନ୍ତି। ଏଥିରୁ ଅନେକରେ ସୌରଶକ୍ତି ବ୍ୟବସ୍ଥା କରାଯାଇଛି। ଲୋକମାନେ ଅନ୍ୟ ପବ୍ଲିକ ଶୌଚାଳୟ ଛାଡ଼ି ଏହାକୁ ବେଶି ବ୍ୟବହାର କରୁଛନ୍ତି ବୋଲି କହନ୍ତି ୪୦ ବର୍ଷୀୟ ଅଭିଷେକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri