ଏଇ ଭାରତରେ

ଗାଁ ର ନାମ ମୁରଲୀପୁର। ଉତ୍ତରପ୍ରଦେଶ ଜାଉନପୁର ଜିଲାର ଏହି ଗାଁର ଝିଅମାନେ ପୁରୁଣା କଟକଣାକୁ ଭାଙ୍ଗି ଦେଇ ଏବେ ସେମାନେ କ୍ରିକେଟ ଖେଳିବାକୁ ବାହାରି ଆସିଛନ୍ତି। ଏହି ଗାଁରେ ରହିଛି ଅଜବ ପରମ୍ପରା। ଏଠାରେ ଝିଅକୁ ଖେଳିବାକୁ କି ପଢ଼ିବାକୁ ବାରଣ କରାଯାଏ। ଯେଉଁମାନେ ଅନ୍ୟ ଗାଁରୁ ଏହି ଗାଁକୁ ବୋହୂ ହୋଇ ଆସନ୍ତି ସେମାନଙ୍କୁ ବି ବହୁ କଟକଣା ମଧ୍ୟରେ ରହିବାକୁ ପଡ଼େ। କିନ୍ତୁ ପଡୋଶୀ ଗାଁ ଉଦପୁର ଗେଲହାଓ୍ବାରୁ ବାହା ହୋଇ ଆସିଥିବା କାଞ୍ଚନ ଏହି ସବୁ କଟକଣାକୁ ଭାଙ୍ଗିବା ଲାଗି ଆଗକୁ ବାହାରି ସଫଳ ହୋଇଛନ୍ତି। ତାଙ୍କ ଉଦ୍ୟମରେ ଏବେ ଝିଅମାନେ ସ୍କୁଲକୁ ଯାଉଛନ୍ତି। ସ୍କୁଲରୁ ଆସି ଘର କାମ କରୁଛନ୍ତି। ଲିଜର ଟାଇମରେ ସେମାନେ ଖେଳିବା ଦରକାର ବୋଲି କାଞ୍ଚନ ସେମାନଙ୍କ ମା’ଙ୍କୁ ଅବଗତ କରିବା ପରେ ଏବେ ଝିଅମାନଙ୍କୁ ଖେଳିବାକୁ ଅନୁମତି ଦିଆଯାଇଛି। ସେମାନେ କ୍ରିକେଟ ଖେଳିବା ଆରମ୍ଭ କରିଦେଇଛନ୍ତି। ଏହା କ’ଣ ଝିଅଙ୍କ ଖେଳ କହି ବିରୋଧ କରୁଥିବା ସେମାନଙ୍କ ପିତା ଏବେ ଖେଳିବା ଲାଗି ଉତ୍ସାହିତ କରୁଛନ୍ତି। ଖେଳିଲେ ମାଡ ମାରିବାର ଧମକ ଦେଉଥିତ୍ବା ସେମାନଙ୍କ ଭାଇମାନେ ବି ପଡିଆରେ ଉତ୍ସାହିତ କରିବାକୁ ପହଞ୍ଚତ୍ୟାଉଛନ୍ତି। ବେଳେବେଳେ ଝିଅମାନଙ୍କ ସହ ମିଶି ଏମାନେ ବି ଖେଳୁଛନ୍ତି। ଝିଅମାନେ ପୁରୁଣାକାଳିଆ ପ୍ରଥାକୁ ଭାଙ୍ଗି ଆଗକୁ ବଢିଥିବାରୁ ସେମାନଙ୍କ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri