୨.୬୫ ଲକ୍ଷ କୋଟିର ନୂଆ ଆର୍ଥିକ ପ୍ୟାକେଜ

ନୂଆଦିଲ୍ଲୀ,୧୩।୧୧ – କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ପ୍ରୟାସ ଜାରି କରିଛନ୍ତି। ପୂର୍ବରୁ ଆତ୍ମନିର୍ଭର ପ୍ୟାକେଜ ଭାବେ ୨୦ ଲକ୍ଷ କୋଟି ଏବଂ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଭାବେ ପାର୍ବଣ ଉପଲକ୍ଷେ ସରକାରୀ କର୍ମଚାରୀଙ୍କ ଲାଗି ୭୩ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଦୀପାବଳି ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦେଶବାସୀଙ୍କ ଲାଗି ଆଉ ଏକ ଆର୍ଥତ୍କ ପ୍ୟାକେଜ ଗୁରୁବାର ଘୋଷଣା କରିଛନ୍ତି। ୨.୬୫ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଦିଗରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସୀତାରାମନ କହିଛନ୍ତି, ଅର୍ଥବ୍ୟବସ୍ଥାରେ ବର୍ତ୍ତମାନ ଦ୍ରୁତ ଭାବେ ସୁଧାର ପରିଲକ୍ଷିତ ହେଉଛି। ନୂଆ ପଦକ୍ଷେପଗୁଡିକ ଅର୍ଥ ବ୍ୟବସ୍ଥାକୁ ଆହୁରି ଗତି ପ୍ରଦାନ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଦେଶର ଶକ୍ତି ଚାହିଦା, ପରଚେଜିଂ ପାଓ୍ବାର ଇଣ୍ଡେକ୍ସ, ବ୍ୟାଙ୍କଗୁଡିକର ଋଣ ପ୍ରଦାନରେ ଉନ୍ନତି, ଷ୍ଟକ୍‌ ବଜାରରେ ଅଭିବୃଦ୍ଧି ହୋଇଛି। ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତା’ର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିବା ଆରମ୍ଭ ହୋଇଛି। ନୂଆ କରି ଆସିଥିବା ‘ଆତ୍ମନିର୍ଭର ଭାରତ ୩.୦’ରେ ୧୨ ଘୋଷଣା ସାମିଲ ରହିଛି। ଏହା ଦେଶର ଜାତୀୟ ଜିଡିପିର ପ୍ରାୟ ୧୫% ବୋଲି ଜଣାପଡିଛି। ଅର୍ଥମନ୍ତ୍ରୀ ନୂଆ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହୋଇପାରିବ। ଇପିଏଫ୍‌ଓ ପଞ୍ଜୀକୃତ ସଂସ୍ଥାଗୁଡିକରେ କାର୍ଯ୍ୟରତ ନୂଆ କର୍ମଚାରୀ(ବେତନ ୧୫ ହଜାର ଟଙ୍କାରୁ କମ୍‌)ଙ୍କୁ ଏହି ସ୍କିମରେ ମଧ୍ୟ ସାମିଲ କରାଯିବ। ଚଳିତ ବର୍ଷ ଅକ୍ଟୋବରରୁ ଆସନ୍ତା ବର୍ଷ ଜୁନ ୩୦ ସମୟସୀମା ମଧ୍ୟରେ ନିଯୁକ୍ତି ପାଇଥିଲେ ୨ ବର୍ଷ ଯାଏ ସଂସ୍ଥାଗୁଡିକ ଇପିଏଫ୍‌ଓର ବିଭିନ୍ନ ରିହାତି ସୁବିଧା ପାଇବେ। ସେହିଭଳି ଆସନ୍ତା ବର୍ଷ ମାର୍ଚ୍ଚ ୩୧ ଯାଏ ଜରୁରିକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍‌ଜିଏସ୍‌) ଅବଧିକୁ ବଢାଯାଇଛି। ଇସିଏଲ୍‌ଜିଏସ୍‌ ୨.୦ ଋଣ ଅବଧି ୫ ବର୍ଷ ରହିବ। ମୂଳ ଅର୍ଥ ଦେୟ କ୍ଷେତ୍ରରେ ଗୋଟିଏ ବର୍ଷର ମୋରାଟୋରିୟମ ସୁବିଧା ମଧ୍ୟ ରହିଛି।
ମାନୁଫାକ୍‌ଚରିଂ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ୧.୪୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଯୋଜନା ରଖାଯାଇଛି। ଏଥିରେ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଭାବେ ୧୦ କ୍ଷେତ୍ରକୁ ସାମିଲ କରାଯାଇଛି। ମୋବାଇଲ ମାନୁଫାକ୍‌ଚରିଂ, ଇଲେକଟ୍ରୋନିକ୍ସ କମ୍ପୋନେଣ୍ଟ ଏବଂ ଫାର୍ମା ଭଳି ପ୍ରମୁଖ କ୍ଷେତ୍ର ଏହା ମଧ୍ୟରେ ସାମିଲ ରହିଛି। ଏଭଳି ପଦକ୍ଷେପ ନିଯୁକ୍ତି ସୃଷ୍ଟି ଏବଂ ଦେଶର ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ରଖିବ ବୋଲି ସୀତାରାମନ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ-ଅର୍ବାନ) ଲାଗି ସରକାର ଅତିରିକ୍ତ ୧୮ ହଜାର କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିବେ। ୧୨ ଲକ୍ଷ ଘର କାମକୁ ତ୍ୱରାନ୍ବିତ କରିବା ଏବଂ ୧୮ ଲକ୍ଷ ବାସଗୃହ କାମକୁ ଶେଷ କରିବାରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି ସୀତାରାମନ କେତେକ ପଦକ୍ଷେପ ଘୋଷଣା କରିଛନ୍ତି। ଅମାନତ ଅର୍ଥ ଜମା (ଇଏମ୍‌ଡି) ଏବଂ ସରକାରୀ ଟେଣ୍ଡର କ୍ଷେତ୍ରରେ ପରଫରମାନ୍ସ ସିକ୍ୟୁରିଟି ଜମା ନିୟମ କ୍ଷେତ୍ରରେ ନିୟମ କୋହଳ କରାଯାଇଛି। ଫଳରେ ଟେଣ୍ଡର ଲାଗି ଇଏମ୍‌ଡି ଆଉ ଆବଶ୍ୟକ ପଡିବନାହିଁ। କଣ୍ଟ୍ରାକ୍ଟ କ୍ଷେତ୍ରରେ ପରଫରମାନ୍ସ ସିକ୍ୟୁରିଟିକୁ ୩%କୁ ହ୍ରାସ କରାଯାଇଛି। ରେସିଡେନସିଆଲ ରିୟଲ ଇଷ୍ଟେଟ କ୍ଷେତ୍ରରେ ଚାହିଦା ବୃଦ୍ଧି ଲାଗି ଡେଭଲପର ଏବଂ ଘର କିଣୁଥିବା ଲୋକଙ୍କୁ ଆୟକରରେ ରିହାତି ପ୍ରଦାନ କରାଯାଇଛି।
ଅପରପକ୍ଷରେ ଭିତ୍ତିଭୂମି ଡେଟ୍‌ ଫାଇନାନ୍ସି ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ସୁବିଧା ସରକାର ଯୋଗାଇଦେବେ। ସେହିଭଳି ଏନ୍‌ଆଇଆଇଏଫ୍‌ ଡେଟ୍‌ ପ୍ଲାଟଫର୍ମରେ ୬ ହଜାର କୋଟିର ଇକ୍ୱିଟି ପୁଞ୍ଜି ସରକାର ଯୋଗାଣ କରିବେ। ଚଳିତ ଥର ମଧ୍ୟ କୃଷି କ୍ଷେତ୍ରକୁ ସହାୟତା କରିବା ଲାଗି ସରକାର ଆଗେଇ ଆସିଛନ୍ତି। ସାର ସବ୍‌ସିଡି ଲାଗି ୬୫ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ଚଳିତ ଆର୍ଥତ୍କ ବର୍ଷରେ ଅତିରିକ୍ତ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଏମଜିଏନ୍‌ଆର୍‌ଇଜିଏ ଏବଂ ପିଏମ୍‌ଜିଏସ୍‌ଓ୍ବାଇ ଭଳି ଯୋଜନାରେ ଖର୍ଚ୍ଚ କରାଯିବ। ରପ୍ତାନିକୁ ପ୍ରୋତ୍ସାହନ ଦେବାକୁ ଋଣ ଭାବେ ସରକାର ଏକଜିମ ବ୍ୟାଙ୍କକୁ ୩ ହଜାର କୋଟି ଟଙ୍କା ପ୍ରଦାନ କରିବେ। ପୁଞ୍ଜି ଏବଂ ଶିଳ୍ପ କ୍ଷେତ୍ରର ଖର୍ଚ୍ଚ ଲାଗି ସରକାର ଅତିରିକ୍ତ ବଜେଟ ସହାୟତା ଭାବେ ୧୦,୨୦୦ କୋଟି ଟଙ୍କା ପ୍ରଦାନ କରିବେ। ଏହାବାଦ କୋଭିଡ୍‌ ସୁରକ୍ଷା ମିଶନ ଲାଗି ୯୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଭାରତୀୟ ଭାକ୍‌ସିନ ଗବେଷଣା ବିକାଶରେ ଏହା ସହାୟକ ହେବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri