ଏଇ ଭାରତରେ

କେରଳର କୋଲାମ ନିବାସୀ ବିଜୁ ବଲାନ। ବୟସ ୪୪। ପେସାରେ ଜଣେ ସ୍ଥପତି। ସେ କଂକ୍ରିଟ ମୁକ୍ତ ଘର ନିର୍ମାଣ କରିଛନ୍ତି ।
ସେ କୋଝିକୋଡର ମାଲାପରାମ୍ବବାରେ ୧୭୦୦ ବର୍ଗଫୁଟ ଜାଗା କିଣି ସେଠାରେ କାଦୁଅ, ଟେରାକୋଟା ଓ ଲାଟେରାଇଟ ଷ୍ଟୋନରେ ଏହି ଘର କରିଛନ୍ତି। ଘରର ନାମ ରଖିଛନ୍ତି‘ଚାମନ’ଅର୍ଥାତ ବଗିଚା। ଭଙ୍ଗା କିମ୍ବା ପୁରୁଣା ଘରଗୁଡିକରୁ ପୁନଃ ଉପଯୋଗ କ୍ଷମ ଜିନିଷଗୁଡିକୁ ଘରେ ଲଗାଇଛନ୍ତି। ସବୁ ଜିନିଷ ପରିବେଶ ଉପଯୋଗୀ। ପ୍ରାକୃତିକ ଉପାୟରେ ଘରେ ବାୟୁ ଚଳାଚଳ, ଆଲୋକ ପଡିବାର ବ୍ୟବସ୍ଥା ମଧ୍ୟ ରଖିଛନ୍ତି। ଘର ଭିତରେ ଏକ ଛୋଟ ଫଳ ବଗିଚା ବି ରହିଛି। କାନ୍ଥରେ ଭର୍ଟିକାଲ ଗାର୍ଡେନ କରିବା ସହ ବାଉଁଶ ନିର୍ମିତ ପରଦା ବ୍ୟବହାର କରିଛନ୍ତି। ୪୦ଫୁଟର ଏକ କୂଅରେ ବର୍ଷାପାଣି ସଂରକ୍ଷଣ କରି ତାହାକୁ ବ୍ୟବହାର କରୁଛନ୍ତି। ଦିଆସିଲି କାରଖାନାର ଅଦରକାରୀ କାଠରେ ଚେୟାର ଓ ସିଲେଇ ମେଶିନର ବେସ୍‌ରେ ଟେବୁଲ ନିର୍ମାଣ କରିଛନ୍ତି। ସେ ବ୍ୟବହାର କରୁଥିବା ହୁଇଲ ଚେୟାର ତଳେ ବାଇକର ଅଦରକାରୀ ଗିୟର ଉପଯୋଗ ହୋଇଛି। ଏଥିପାଇଁ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଆର୍କିଟେକଚର ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏହି ଘରର ଏବକାର ମୂଲ୍ୟ ୩୦-୩୫ ଲକ୍ଷ ଟଙ୍କା ହେବ ବୋଲି କହନ୍ତି ବିଜୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri