ଏଇ ଭାରତରେ

ପୁଣେର ସିଷ୍ଟେମା ବାୟୋ ଷ୍ଟାର୍ଟଅପ୍‌ ବାୟୋଡାଇଜେଷ୍ଟର ମାଧ୍ୟମରେ କୃଷକମାନଙ୍କୁ ଜାଳେଣି ଗ୍ୟାସ ଯୋଗାଇ ଦେବା ସହ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ନେଉଛି। ଏହି ଅଭିଯାନରେ ୫,୦୦୦ କୃଷକ ଉପକୃତ ହୋଇସାରିଲେଣି। ସେମାନେ ଏଲ୍‌ପିଜି ବାବଦରେ ମାସକୁ ଯାହା ଖର୍ଚ୍ଚ କରୁଥିଲେ ତାହା ବହୁତ କମାଇ ପାରିଛନ୍ତି। ଏହି ବାୟୋଗ୍ୟାସ ପ୍ଲାଣ୍ଟ ଲାଗି ମାତ୍ର ୪୦,୦୦୦ ବ୍ୟୟ କରିବାକୁ ପଡୁଛି, ଯାହା ସେମାନେ ଦେଢ଼ ବର୍ଷ ମଧ୍ୟରେ ପାଇଯାଉଛନ୍ତି। ତା’ପରେ ସେମାନେ ମାଗଣାରେ ଗ୍ୟାସ ପାଉଛନ୍ତି। ମହାରାଷ୍ଟ୍ର, କର୍ନାଟକ ଓ ଗୁଜରାଟର ୫ ହଜାର କୃଷକ ଏହାକୁ ଉପଯୋଗ କରିବା ଦ୍ୱାରା ଜାଳେଣି କାଠ ବ୍ୟବହାର କମିଯାଇଛି। ଏହାଦ୍ୱାରା ପ୍ରାୟ ୬ ଲକ୍ଷ ବୃକ୍ଷର ସୁରକ୍ଷା ହୋଇପାରିଛି। ଜାଳେଣି କାଠ ନ ଜାଳିବା ଦ୍ୱାରା ଏହି ପ୍ଲାଣ୍ଟ୍‌ ୬୦,୦୦୦ ଟନ୍‌ କାର୍ବନ ଡାଇଅକ୍ସାଇଡ ବାୟୁମଣ୍ଡଳରେ ମିଶିବାକୁ ଦେଇନି ବୋଲି କହନ୍ତି ସିଷ୍ଟେମାବାୟୋର ପରିଚାଳକ ପୀୟୂଷ ସୋହାନି। ଅନ୍ୟପକ୍ଷରେ କୃଷକମାନେ ୨୩,୪୫୦ ହେକ୍ଟର ଜମି ପାଇଁ ଜୈବିକ ଖତ ମଧ୍ୟ ପାଇଛନ୍ତି। ଛୋଟ ବାୟୋଡାଇଜେଷ୍ଟର ଲାଗି ଦିନକୁ ୪୫ କେ.ଜି. ଓ ବଡ଼ ପାଇଁ ସର୍ବାଧିକ ୨ଟନ୍‌ ଗୋବର ଆବଶ୍ୟକ। ବ୍ୟବହୃତ ଗୋବର ବାହାର କରିବା ପାଇଁ ସ୍ବୟଂଚାଳିତ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ଏହା ଧୂମହୀନ ଓ ସ୍ବାସ୍ଥ୍ୟ ଉପରେ ଏହାର କୌଣସି ନକାରାମତ୍କ ପ୍ରଭାବ ନାହିଁ। ମଜଭୁତ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଗ୍ୟାସ୍‌ ଷ୍ଟୋର୍‌ କରାଯିବା ବ୍ୟବସ୍ଥା ଥିବାରୁ ବାୟୋଡାଇଜେଷ୍ଟରକୁ ଯେ କୌଣସି ସମୟରେ ସ୍ଥାନାନ୍ତର କରିହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri