ଏଇ ଭାରତରେ

ଯେଉଁ ଦେଶ କୃଷି ଆଧାରିତ ଅର୍ଥବ୍ୟବସ୍ଥାରୁ ଆରମ୍ଭ କରି ଆର୍ଥିକ ମହାଶକ୍ତି ହେବା ଯାଏ ଏକ ଅଭିଯାନ ଚଳାଇଛି; ସେଠାରେ ସ୍ବଦେଶୀ, ସ୍ବରାଜ ଓ ଆମତ୍ନିର୍ଭରତାର ମହାମନ୍ତ୍ର ସେତେ ଗଭୀରତାକୁ ଯିବାରେ ଲାଗିଛି। ଏହା ଆଜି ବି ପ୍ରାସଙ୍ଗିକ ମନେହେଉଛି ଓ ଆଗକୁ ମଧ୍ୟ ରହିବ, ଯାହା ଦେଖାଯାଇଛି ମଧ୍ୟପ୍ରଦେଶର ବେଟୁଲ ଜିଲା ଅନ୍ତର୍ଗତ ମଲିୟାଟାଣା ଗାଁରେ। ଏହି ଆଦିବାସୀ ବହୁଳ ଗାଁର ଲୋକେ ଦୃଢ଼ ସଂକଳ୍ପ ନେଇ ୩ କିଲୋମିଟର ରାସ୍ତା ନିର୍ମାଣ କରିବାରେ ଲାଗିଛନ୍ତି। ଉକ୍ତ ରାସ୍ତା ସେମାନଙ୍କୁ ଆମତ୍ନିର୍ଭର କରିବା ତଥା ବିକାଶର ମୁଖ୍ୟଧାରାରେ ଯୋଡ଼ିବାରେ ସହାୟକ ହେବ। ସଙ୍କଳ୍ପ ପୂରଣ କରିବାକୁ ଗାଁର ପିଲାଠୁ ବୁଢାଯାଏ ସଭିଏଁ କାମରେ ଲାଗିଛନ୍ତି। କାମ ଏତେ ସହଜ ନୁହେଁ, ହେଲେ ସେମାନେ ପାହାଡ଼କୁ ଭାଙ୍ଗି ସମତଳ କରି ରାସ୍ତା ନିର୍ମାଣ କରୁଛନ୍ତି। ବେଟୁଲ ଜିଲା ଭୀମପୁର ବ୍ଲକର ଚୁନାଲୋହମା ପଞ୍ଚାୟତର ଏହି ଗାଁ ତାପ୍ତି ନଦୀ କୂଳରେ ଅବସ୍ଥିତ। ମଲିୟାଟାଣାରୁ ଚୁନାଲୋହମା ପହଞ୍ଚିବାକୁ କୌଣସି ରାସ୍ତା ନାହିଁ। ଲୋକମାନେ ପାହାଡ଼ ଚଢ଼ି ନଈ ପାର ହୋଇ ଯାଇଥାନ୍ତି। ରୋଗୀମାନଙ୍କୁ ମେଡ଼ିକାଲ ନେବାରେ ବି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗାଁକୁ ରାସ୍ତା ନ ଥିବାରୁ ଆଜିଯାଏ କୌଣସି ଲୋକପ୍ରତିନିଧି ଗାଁରେ ପହଞ୍ଚି ପାରିନାହାନ୍ତି। ସବୁ ଅସୁବିଧା ଦୂର କରିବା ଲାଗି ସେମାନେ ରାସ୍ତା ତିଆରି କରିବାରେ ଲାଗିଛନ୍ତି। ଗାଁଲୋକେ ଚାନ୍ଦା କରି ହାତୁଡ଼ି ଓ ଶାବଳ କିଣିଛନ୍ତି। ଏମାନେ ଏବେ ୧ କି.ମି. ରାସ୍ତା ନିର୍ମାଣ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ…

ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ…

ରକ୍ଷକ ଯେବେ ଭକ୍ଷକ ହୁଅନ୍ତି

ଦେଶ ସ୍ବାଧୀନ ହେବା ପୂର୍ବରୁ ଚାକିରିର ଉପର ପଦବୀରେ ପ୍ରାୟ ଇଂରେଜମାନେ ଥିବାରୁ ତାଙ୍କ ଅଧୀନରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିବିଚ୍ୟୁତି ପାଇଁ କଠୋର ଦଣ୍ଡ ବ୍ୟବସ୍ଥା…

ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ…

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri