ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ ଦେଶରେ ସବୁଠୁ ବଡ଼ ଆଶା ଚାକିରି। ସେ ପୁଣି ପ୍ରଶାସନିକ ସେବା ହେଲେ ଖୁବ୍‌ ଭଲ। ଇଂରାଜୀରେ ଭଲଥିଲେ ସିନା ପିଲାଟି କାଲି ସହଜରେ ପ୍ରଶାସନିକ ସେବା କିମ୍ବା ଅନ୍ୟ ପଦ-ପଦବୀଯୁକ୍ତ ସେବା ହାତେଇପାରିବ। ଏହି ଧାରଣା ବସା ବାନ୍ଧିଥାଏ ମା’ବାପାଙ୍କର। ତେଣୁ ପିଲାଟି ଦିନରୁ ନିଜ ଭାଷାରୁ ଦୂରେଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାନ୍ତି। ପିଲାଟି ଆସ୍ତେ ଆସ୍ତେ ମାତୃଭାଷା ପ୍ରତି ବିମୁଖ ରହି ପଢେ, ବଢେ ଏବଂ ନିଜକୁ ଗଢେ।
ଟିକେ ଭାବିଲେ ଟିକିନିଖି ଅନ୍ତରର ଭାବନା ପ୍ରକାଶ କେଉଁ ଭାଷାରେ ସହଜରେ ଏବଂ ଭଲ ଭାବରେ ସମ୍ଭବ ! ନିଜ ଭାଷାରେ ଖାଲି ଲେଖାଯାଏନି, ଭାବ ଆପେ ଆପେ ଅନ୍ତରରୁ ବାହାରି ବାଟ କଢାଇ ନିଏ। ପ୍ରକୃତ ଭାବଧାରା ପ୍ରକାଶକୁ ଖୋଜିବାକୁ ପଡ଼େନି ଶବ୍ଦକୋଷ। କାରଣ ଏହା ସ୍ବତଃ ନିଃସୃତ। ଫଳରେ ଲେଖାଟି ଜୀବନ୍ତ ମନେହୁଏ। ଲେଖାରେ ଘଟଣା ଯାହା ଥାଉନା କାହିଁକି ଏହା ପାଠକଙ୍କୁ ଅନୁଭବୀ ବନାଇଦିଏ। ଅନ୍ୟ ଭାଷାରେ ଶବ୍ଦକାଠିନ୍ୟ ସଂଗୃହୀତ-ସଂଯୋଜନ କୃତ୍ରିମ ଭାବ ଥିବାର ଜଣାଇ ଦିଏ। ବେଳେ ବେଳେ ଖାପଛଡା ଲାଗେ। ହଜାଇଦିଏ ସ୍ବତଃ ପ୍ରବୃତ୍ତ ଭାବନାକୁ ଆଉ ସାଉଁଟି ଆଣେ କେତେ କେତେ ଅମୂଲ୍ୟ ମହାର୍ଘ୍ୟ ଅନ୍ତଃସାରହୀନ ଶବ୍ଦକୋଷକୁ। ଏଇତ ପାର୍ଥକ୍ୟ। ମାତୃଭାଷା ପାଇଁ ଚିନ୍ତନର ଆବଶ୍ୟକତା କମ୍‌ କିନ୍ତୁ ଅନ୍ୟଭାଷା ପାଇଁ ବହୁବିଧ। ଆପେ ଆପେ ବାହାରି ଆସୁଥିବା ଭାଷା ଆଉ ଯୋଡିଯାଡି ସୁନ୍ଦର କରାଯାଉଥିବା ଭାଷାରେ ପ୍ରଭେଦ ପରି। ନିଜ ଅନୁଭବରେ ଆଣି ପହଞ୍ଚାଇଦିଏ ମାତୃଭାଷାରେ ବର୍ଣ୍ଣନା, ପକ୍ଷାନ୍ତରେ ଅନ୍ୟଭାଷା ମନେହୁଏ ବହୁ ଜ୍ଞାନ ବା ଶବ୍ଦ ସମ୍ଭାରରେ ସୃଷ୍ଟି ପରି। ସତେ ଯେପରି କେବଳ ଆଳଙ୍କାରିକ ସଂଯୋଜନା। ପ୍ରାକୃତିକ କୃତିମତ୍ତାରେ ପ୍ରଭେଦ ଭଳି।
ମାତୃଭାଷାରେ ଯିଏ ସମୃଦ୍ଧ ସିଏ ଯେ କୌଣସି ଭାଷାରେ ମଧ୍ୟ ପ୍ରବୀଣ ହୋଇପାରେ। କିନ୍ତୁ ଅନ୍ୟ ଭାଷାରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିଟି ଯେ ନିଜ ଭାଷାରେ ଦକ୍ଷ ଏହା ସଦା ସତ୍ୟ ହୋଇ ନ ପାରେ। ତେଣୁ ପ୍ରଥମେ ମାତୃଭାଷାରେ ଦକ୍ଷତା ହାସଲ ସହ ଇଂରାଜୀରେ ଜ୍ଞାନ ଅର୍ଜନ କଲେ ତାହା ଜୀବନ ପ୍ରଗତିରେ ସହାୟକ ହୋଇପାରିବ। ସମଗ୍ର ପୃଥିବୀର ଅଧିକାଂଶ ଦେଶରେ ନିଜକୁ ଆବଶ୍ୟକ ବେଳେ ଚଳିବାରେ ଯଥେଷ୍ଟ ସହାୟକ ହେବ। ଅଧିକ ଭାଷା ଜାଣିବାରେ ବାଧକ ଭାବନା ନ ରହୁ। ପ୍ରାୟ ସାଧାରଣ ବିଦେଶୀଙ୍କୁ ଦେଖିଲେ ଜାଣିହେବ ଯେ ସେମାନେ କିପରି ଅନର୍ଗଳ କଥା କହିପାରନ୍ତି ନିଜ ଭାଷାରେ। କହିଲା ବେଳେ ତାଙ୍କର ଭାବନା ଦୈହିକ ଭାବଭଙ୍ଗୀରେ ସ୍ବତଃ ପରିସ୍ଫୁଟିତ ହେଉଥାଏ। ତୁଣ୍ଡରୁ ବାହାରି ଚାଲିଥାଏ ଅବିରଳ ତାଙ୍କ କଥିତ ମାତୃଭାଷା। ସେ ଜ୍ଞାନୀ ହେଉ ା ଅଜ୍ଞାନ।
କାଳିଦାସଙ୍କର ‘କାତରେ କବିତା କୃତ’ ମନକୁ ଆସେ। ପ୍ରତ୍ୟେକ ମନୁଷ୍ୟ ଯେତେବେଳେ ଦୁଃଖରେ ଭାଙ୍ଗିପଡେ ଆପେ ଆପେ ବାହାରିପଡେ ତା’ର ମାତୃଭାଷା। କବି ନ ହୋଇ କବିତା ସୃଷ୍ଟି କରେ। ଭୁଲିଯାଏ ସାହିତ୍ୟକୁ ା ସୁସଜ୍ଜିତ ଭାଷା। ତୁଣ୍ଡ ଆପେ ଖୋଲି ହୋଇଯାଏ ନିଜର ମାତୃଭାଷାର ନିଚ୍ଛକ ଏକାନ୍ତ ଭାବନା ନେଇ। ମାତୃଭୂମି ପରି ମାତୃଭାଷାର ଆକର୍ଷଣ ଅଲଂଘ୍ୟ। ଅନ୍ୟ ଭାଷାଭାଷୀ ରାଜ୍ୟରେ ଥିବାବେଳେ ନିଜ ଭାଷାଭାଷୀ ଲୋକଙ୍କୁ ଦେଖିଲେ, ମିଳିବାକୁ କେବଳ ଇଚ୍ଛା ହୁଏନି ବରଂ ଇଚ୍ଛା ହୁଏ ଦୁଇପଦ ନିଜଭାଷାରେ କଥା ହେବାକୁ। ଆତ୍ମୀୟତା ବଢେ। ଗର୍ବ ଆସେ। ଭାଷା ମମତା ସୃଷ୍ଟିକରେ।
ଆମେ ଭାରତୀୟ ହିସାବରେ ଆଜିକା ଦୁନିଆରେ ଟିକେ ଭାଷା ଉପରେ ଆଲୋକପାତ କରିବା। ଆମ ଦେଶ ବିବିଧ ଭାଷାରେ ସମୃଦ୍ଧ। ସମୟ ବଦଳୁଛି। ଆଗପରି ଆଉ କେବଳ ଇଂରାଜୀ ଭାଷା ଆମର ସର୍ବୋଚ୍ଚ ସରକାରୀ ଚାକିରି ପାଇଁ ସୀମିତ ନାହିଁ। ବଦଳିଗଲାଣି ପରୀକ୍ଷା ପଦ୍ଧତି। ବହୁ ଭାରତୀୟ ଭାଷାରେ ପରୀକ୍ଷା ଦେବାର ସୁଯୋଗ ସୃଷ୍ଟି ହେଲାଣି। ଇଂରାଜୀରେ ଅନର୍ଗଳ କହିପାରୁଥିବା ଲୋକ ଯେ ଏକମାତ୍ର ଯୋଗ୍ୟ ଏ ବିଚାର ଆଉ ଆମ ସରକାରଙ୍କର ନାହିଁ। ପ୍ରଶାସନ ପାଇଁ ସ୍ଥାନୀୟ ଭାଷା ଜାଣିଥିବା ଲୋକ ଅଧିକ ଉପଯୁକ୍ତ ମନେହେଲେଣି। ଏପରି କି ନିଜ ମାତୃଭାଷାରେ ପରୀକ୍ଷା ଦେଇ ପିଲେ ଏବେ ଅଧିକ ଆକର୍ଷଣୀୟ ହୋଇ ପାରୁଛନ୍ତି। ହିନ୍ଦୀ, ତାମିଲ, ଓଡ଼ିଆ ଇତ୍ୟାଦି ବିଭିନ୍ନ ଭାରତୀୟ ଭାଷା ବ୍ୟବହାର କରି ବହୁ ପରୀକ୍ଷାର୍ଥୀ ସର୍ବୋଚ୍ଚ ପଦବୀକୁ ଆଗରୁ ଅକ୍ତିଆର କରୁଥିବା କେବଳ ଇଂରାଜୀ ପଢୁଆ ବାବୁଙ୍କ ଆୟତ୍ତରୁ କିଛିଟା ଛଡ଼ାଇ ନେଲେଣି। ତାଙ୍କୁ ପ୍ରାଧାନ୍ୟ ଦେବାର ଯଥାର୍ଥତା ବି ଅଛି। କାରଣ ସେମାନେ ହେବେ ବିଭିନ୍ନ ଭାରତୀୟ ଭାଷା ବ୍ୟବହାର ହେଉଥିବା ରାଜ୍ୟର ପ୍ରଶାସକ। ନିଜ ଭାଷାରେ ନିଜ ରାଜ୍ୟରେ ପ୍ରଶାସକ ଯେତେ ଗ୍ରହଣୀୟ ହୋଇପାରିବେ, ଅନ୍ୟଭାଷୀ ସେତେ ହୋଇ ପାରିବେ କି? ସେମାନେ ନିର୍ଭର କରିବେ ଅନ୍ୟ ଉପରେ ଯେ ତାଙ୍କୁ ସେଠାକାର ଭାଷାରେ ବୁଝେଇ ପାରିବେ, ଯାହାକି ବେଳେବେଳେ ପ୍ରକୃତ ସମସ୍ୟାକୁ ଟିକିନିଖି ଜଣାଇବାରେ ସକ୍ଷମ ହୋଇ ନ ପାରେ।
ଇଚ୍ଛାକୃତ ବିଷୟରେ ଓଡ଼ିଆ ନେଇ ମଧ୍ୟ ଭାରତୀୟ ପ୍ରଶାସନ ସେବା ପାଇବା ଏବେ ଦେଖାଗଲାଣି। ତାମିଲ ଭାଷାରେ କହୁଥିବା ଜଣେ ମହିଳା ଏବଂ ହିନ୍ଦୀ ଭାଷୀ ବହୁ ପୁରୁଷ ବିନା ଇଂରାଜୀରେ ପ୍ରଶାସନ ସେବାରେ ତାଙ୍କ ଦକ୍ଷତା ବଳରେ ବଛାଯାଇ ପାରୁଛନ୍ତି। ମାତୃଭାଷା ଯେ କେବଳ ଏକ ସାଧାରଣ ଭାଷା ତାହା ନୁହେଁ, ତାହା ଆପଣେଇନେବା ଏବଂ ବୌଦ୍ଧିକ ବିକାଶକୁ ବୁଝାମଣାଭିତ୍ତିରେ ଆଗେଇ ନେବାର ଏକ ପ୍ରକୃଷ୍ଟ ମାଧ୍ୟମ। ମାତୃଭାଷା ନିଜର ଅନ୍ତର୍ନିହିତ ଭାବନା ପ୍ରକାଶରେ ନିର୍ମଳତା ରଖେ। ମାତୃଭାଷା ଶିକ୍ଷାଭିତ୍ତିକ ସନ୍ତୋଷଜନକ କୃତିତ୍ୱ ପାଇଁ ଗୋଟିଏ ଉପାଦେୟ ତଥ୍ୟ ଏବଂ ପଥ୍ୟ। ଏହା ଦୈହିକ ଭାବଭଙ୍ଗୀର ସୁପ୍ରକାଶ୍ୟ, ବାର୍ତ୍ତାଳାପରେ ସୁସ୍ପଷ୍ଟ। ବୁଦ୍ଧିପ୍ରଦ ବିଷୟବସ୍ତୁର ପ୍ରସ୍ତୁତି ତଥା ସ୍ପଷ୍ଟ ତଥ୍ୟ ଉପସ୍ଥାପନା ସହ ଦ୍ୱନି ବିଜ୍ଞାନ (ଫୋନେଟିକ୍ସ)ର ଅସଲି ପରିପ୍ରକାଶ ପାଇଁ ଗୋଟିଏ ଗୋଟିଏ ଜୀବନ୍ତ ଉପାଦାନ। ମାତୃଭାଷା ପ୍ରତ୍ୟେକ ବ୍ୟକ୍ତିର ଅସ୍ମିତାର ପ୍ରଥମ ପରିଚୟ।
ଗୁଣ୍ଡିଚାବିହାର, ପୁରୀ
ମୋ: ୮୨୪୯୦୮୨୪୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ କଲା ନାହିଁ, ନିଜେ ତିଆରି କଲେ ରାସ୍ତା

ଖଡ଼ିଆଳ,୧୭ା୭ (ସୁଜିତ କୁମାର ପ୍ରଧାନ)- ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୧ ପୁଟୁପଡ଼ା ମୁଖ୍ୟ ରାସ୍ତା ଖାଲଖମାପୂର୍ଣ୍ଣ ରହିଥିଲା। ବର୍ଷା ଦିନରେ ରାସ୍ତା କାଦୁଅ ହେବା ସହ ଖାଲରେ…

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ଏକାଧିକ ସ୍ଥାନରେ ଉପୁଡ଼ିଲା ଗଛ, ସମସ୍ୟା ଘେରରେ…

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ…

ଏନ୍‌ଇଇଟିରେ କ୍ଷୀରୋଦଙ୍କ ସଫଳତା

କଲମପୁର,୧୭ା୭(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ବଲାଗାଁର କ୍ଷୀରୋଦ କାଣ୍ଡ ଏନ୍‌ଇଇଟିରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବଲାଗାଁର ତ୍ରିନାଥ କାଣ୍ଡ…

 ଥୁଆମୂଳ ରାମପୁର ବ୍ଲକରେ ଭବ୍ୟ ରଥଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଟାଣିଲେ ରଥ

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ…

ଫାଇନାଲ ଦେଖିବାକୁ ଯିବେ ନାହିଁ ଆର୍ଜେଣ୍ଟିିନା ରାଷ୍ଟ୍ରପତି, କାହିଁକି ଜାଣନ୍ତୁ..

ବୁଏନ୍ସ ଏରିଜ, ୧୭ା୭: ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌…

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖୁସିଖବର: ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜେନେରାଲ୍ ଟିକେଟ୍‌ରେ ମିଳିବ ରିହାତି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇ ରେଳ ଯାତ୍ରୀମାନଙ୍କୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଅଣ-ସଂରକ୍ଷିତ (Unreserved) ଅର୍ଥାତ୍ ଜେନେରାଲ୍ ଟିକେଟ୍ ବୁକିଂ ଉପରେ ମିଳୁଥିବା ୩% ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri