ଏଇ ଭାରତରେ

ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ରାସ୍ତା, ପାର୍କ, ପ୍ରକଳ୍ପ କିମ୍ବା ଭବନର ନାମକରଣ ହେବା ଏକ ସାଧାରଣ କଥା, କିନ୍ତୁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମରେ ଏକ ଗାଁ ନାଁ ରଖାଯିବା କେବେ ଶୁଣିଛନ୍ତି କି? ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି ତେଲଙ୍ଗାନାରେ। ୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଦିବ୍ୟା ଦେବରଞ୍ଜନ ଅଦିଲାବାଦ ଜିଲାପାଳ ଭାବେ ନିଯୁକ୍ତି ପାଇବା ପରେ ଜିଲାର ଗୋଣ୍ଡ (ଆଦିବାସୀ ସମ୍ପ୍ରଦାୟ)ବହୁଳ ଗାଁଗୁଡିକରେ ଏଭଳି କାର୍ଯ୍ୟ କରିଛନ୍ତି ଯେ ସେଠାକାର ବାସିନ୍ଦା ତାଙ୍କୁ ସମ୍ମାନ ଜଣାଇବା ଲାଗି ଏକ ଗାଁର ନାମ ରଖିଛନ୍ତି ଦିବ୍ୟାଗୁଡା। ଆଦିଲାବାଦରେ ଗୋଣ୍ଡ ସମ୍ପ୍ରଦାୟ ବହୁ ସମୟରେ ସେ ଅଞ୍ଚଳରେ ରହୁଥିବା ଅନ୍ୟ ସମ୍ପ୍ରଦାୟଗୁଡ଼ିକ ସହ ହିଂସାରେ ଲିପ୍ତ ରହନ୍ତି। କିନ୍ତୁ ଦିବ୍ୟା ଜିଲାପାଳ ଭାବେ ନିଯୁକ୍ତି ପାଇବା ପରେ ମାତ୍ର ତିନିମାସ ମଧ୍ୟରେ ଗୋଣ୍ଡି ଭାଷା ଶିଖି ସେମାନଙ୍କ ସହ କଥା ହୋଇ ଅନେକ ସମସ୍ୟାର ସମାଧାନ କରିପାରିଥିଲେ। ଚିକିତ୍ସା ସୁବିଧା ପାଇର୍ଁ ସରକାରୀ ଡାକ୍ତରଖାନାରେ ସେମାନଙ୍କ ଭାଷା ବୁଝିବାକୁ ଜଣେ ଗୋଣ୍ଡି ଭାଷା ଅନୁବାଦକଙ୍କୁ ନିଯୁକ୍ତି ଦେଇଛନ୍ତି, ଯାହାଦ୍ୱାରା ସେମାନଙ୍କ ଚିକିତ୍ସା ସହଜ ହୋଇପାରୁଛି। ଚିକିତ୍ସା ପାଇଁ ଆର୍ଥିକ ସହାୟତା ଓ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ଖୁବ୍‌ କମ୍‌ ଦିନରେ ଗୋଣ୍ଡମାନଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବା ସହ ଜଳସେଚନ, ବେକାରି ସମସ୍ୟା ଓ ନିରକ୍ଷରତା ହାରରେ ବି ଉନ୍ନତି ଆଣିପାରିଛନ୍ତି। ସେ ଚଳିତବର୍ଷ ଫେବୃୟାରୀରେ ତେଲଙ୍ଗାନା ମହିଳା, ଶିଶୁ, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ବିଭାଗର ସଚିବ ଓ କମିଶନର ଭାବେ ନିଯୁକ୍ତି ପାଇଥିଲେ ବି ଏ ଅଞ୍ଚଳର ବିକାଶକୁ ନେଇ ଖୁସି ଅଛନ୍ତି ବୋଲି କହନ୍ତି ଦିବ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri