ଏଇ ଭାରତରେ

ଚାକିରି ଛାଡି ଚାଷ କରି କେରଳର ଓ୍ବିଲିୟମ ମାଥ୍ୟୁସ ଯୁବପିଢିଙ୍କୁ ନୂଆ ବାଟ ଦେଖାଇଛନ୍ତି। ୮ ଏକର ଜମିରେ ୫୫୦ ଫଳ ଗଛ ଲଗାଇଛନ୍ତି। ଏମ୍‌ସିଏ ଗ୍ରାଜୁଏଟ୍‌ ମାଥ୍ୟୁ ରହନ୍ତି କୋଝିକୋଡ୍‌ ଜିଲାର କାବାତୁମାଲା ଗାଁରେ। ଶିକ୍ଷା ଶେଷ କରିବା ପରେ ସେ ଦୁବାଇରେ ଚାକିରି କରିଥିଲେ। ୨୦୧୦ରେ ଚାକିରି ଛାଡି ଘରକୁ ଫେରି ଫଳଚାଷ ଆରମ୍ଭ କରିଥିଲେ। ୧୦ ବର୍ଷ ମଧ୍ୟରେ ସେ ଏହି ଚାଷରେ ସଫଳତା ପାଇଛନ୍ତି। ତାଙ୍କ ଫାର୍ମରେ ଉପତ୍ାଦିତ ଫଳର ଚାହିଦା କେରଳ ସମେତ ଦେଶର ଅନ୍ୟ ରାଜ୍ୟରେ ବେଶ୍‌ ଭଲ ରହିଛି। ଫାର୍ମରେ ୩୦ ପ୍ରକାରର ଲେମ୍ବୁ, ୧୯ ପ୍ରକାର ଖଜୁରି କୋଳି, ୭ ପ୍ରକାର ପିଜୁଳି ଓ ୮ ପ୍ରକାର ବିଦେଶୀ ଫଳଚାଷ କରୁଛନ୍ତି। ୨୦୧୦ରେ ସେ ପ୍ରତ୍ୟେକ ଚାରା ୫୦୦ ଟଙ୍କାରେ କିଣିଥିତ୍ଲେ, ଏବେ ଏହାର ମୂଲ୍ୟ ୧ ହଜାରରୁ ୨ ହଜାର ଟଙ୍କା ହେବ ବୋଲି କହନ୍ତି ୪୨ ବର୍ଷୀୟ ମାଥ୍ୟୁ। ଫଳଚାଷ ସହ ସେ ଦୁଇଟି ପୋଖରୀରେ ମାଛ ଚାଷ କରୁଛନ୍ତି। ମହୁଚାଷ କରିବା ସହ ଅନ୍ୟମାନଙ୍କୁ ଏହି ଚାଷ ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି। ଫାର୍ମରେ ସେ ୧୦୦ଟି ମହୁବାକ୍ସ ରଖିଛନ୍ତି ଓ ବିଭିନ୍ନ ଓ୍ୟଷଧୀୟ ବୃକ୍ଷ ମଧ୍ୟ ଲଗାଇଛନ୍ତି । ସେ ମଧ୍ୟ ତାଙ୍କ ଅଞ୍ଚଳର ପିଲାମାନଙ୍କୁ ଆଇଟି କ୍ଷେତ୍ରରେ ଦକ୍ଷ କରିବା ପାଇଁ ଏକ ଅନୁଷ୍ଠାନ ଗଢି ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri