ଏଇ ଭାରତରେ

ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ପ୍ରଶାସନ ପୂରା ଦମ୍‌ରେ ଏହାକୁ ପ୍ରତିରୋଧ କରିବା ପାଇଁ ଲାଗିପଡିଛି। ପ୍ରତିଷେଧକ ବ୍ୟବସ୍ଥା ଆବିଷ୍କାର କରାଯାଇ ନ ଥିବାରୁ ପ୍ରତିରୋଧ କିଭଳି କରାଯାଇପାରିବ ସେଥିଲାଗି ମଧ୍ୟପ୍ରଦେଶର ଜଣେ ମହିଳା ଆଇଏଏସ୍‌ ଅଧିକାରୀ ଉଦାହରଣ ସୃଷ୍ଟି କରିଛନ୍ତି। ଜବଲପୁରରେ ପ୍ରଥମ କରୋନା ପଜିଟିଭ ମିଳିବା ପରେ ରାଜ୍ୟରେ ଏହା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସଗର ଜିଲାରେ ଏହାକୁ ମୁକାବିଲା କରିବାରେ ସେଠାକାର ଜିଲାପାଳ ପ୍ରୀତି ମୈଥିଲୀ ନାଏକଙ୍କ ଭୂମିକା ନିଶ୍ଚିତଭାବେ ପ୍ରଶଂସନୀୟ। ତାଙ୍କ ଜିଲାରେ ଲୋକମାନଙ୍କ ଆବଶ୍ୟତାରେ ଅଭାବ ଯେମିତି ନ ରହିବ ସେଥିପ୍ରତି ସେ ଗୁରୁତ୍ୱ ଦେଇଛନ୍ତି। ସେ ସେଣ୍ଟ୍ରାଲ ଜେଲ୍‌ର କଏଦୀମାନଙ୍କ ଦ୍ୱାରା ମାସ୍କ ତିଆରି କରାଇବାର ବ୍ୟବସ୍ଥା କରିଛନ୍ତି। ସେମାନେ ୧୦,୦୦୦ରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରିସାରିଲେଣି। ବଜାରରେ ଗୋଟିଏ ମାସ୍କ ୫୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାକୁ ମାତ୍ର ୧୦ ଟଙ୍କା ମୂଲ୍ୟରେ ରେଡ୍‌କ୍ରସ ଶାଖା ମାଧ୍ୟମରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ଜିଲାପାଳ। ଜିଲାରେ ସେ ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ମାସ୍କ ତିଆରି କରାଯିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ଏମାନେ ବି ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି। ଏହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ଉପାଦାନ ଉପଯୋଗ କରାଯାଇ ପ୍ରସ୍ତୁତ କରାଯାଉଛି। ଏହାକୁ ଏବେ ହସ୍ପିଟାଲ, ଆର୍ମି, ମେଡିକାଲ ସେଣ୍ଟର, ଆଇସୋଲେଶନ ଓ୍ବାର୍ଡ ଏବଂ ସ୍ଥାନୀୟ ପୋଲିସ ଷ୍ଟେଶନଗୁଡିକୁ ଯୋଗାଇ ଦିଆଯାଉଛି। ଆଗାମୀ ପରିସ୍ଥିତକୁ ମୁକାବଲା କରିବା ଲାଗି ଏହାକୁ କମ୍‌ ମୂଲ୍ୟରେ ଲୋକମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହନ୍ତି ଜିଲାପାଳ ନାଏକ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri