ଏଇ ଭାରତରେ

ପାଇଖାନା ନ ଥିବା ଘରକୁ ବୋହୂ ହୋଇ ଆସିଥିବା ଝିଅଟି ନିଜସ୍ବ ଉଦ୍ୟମରେ ଗାଁରେ ବର୍ଷକ ଭିତରେ ୨୫୦ଟି ପାଇଖାନା ନିର୍ମାଣ କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ୨୧ ବର୍ଷୀୟା କୋମଲ ହଡାଲା ଏଭଳି କାର୍ଯ୍ୟ କରି ସ୍ବଚ୍ଛ ଭାରତର ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଦକ୍ଷିଣପୁରୀରେ ତାଙ୍କର ଜନ୍ମ। ତାଙ୍କ ବାହାଘର ହୋଇଥିଲା ଉତ୍ତରପ୍ରଦେଶର ନିଥୋରା ଗାଁରେ। ଶାଶୁଘରେ ପାଇଖାନା ନ ଥିଲା। ତାଙ୍କୁ ବାହାରେ ଶୌଚ କରିବାକୁ ପଡୁଥିଲା। ଏହା କେବଳ ତାଙ୍କ କ୍ଷେତ୍ରରେ ଘଟୁ ନ ଥିଲା, ବରଂ ନିଥୋରାର ସବୁ ମହିଳା ଏଭଳି ସମସ୍ୟାକୁ ସାମ୍‌ନା କରୁଥିଲେ। ପ୍ରଥମେ କୋମଲ ପରିବାର ଲୋକଙ୍କୁ ସ୍ବଚ୍ଛତା ସମ୍ପର୍କରେ ବୁଝାଇ ଘରେ ପାଇଖାନା ନିର୍ମାଣ କରାଇଥିଲେ। ପରେ ଗାଁରେ ଅନ୍ୟ ଘରଗୁଡିକରେ ପାଇଖାନା ନିର୍ମାଣ କରିବାର ପ୍ରୟାସ ଆରମ୍ଭ କରିଥିଲେ। ଘର ଭିତରେ ପାଇଖାନା ନିର୍ମାଣ କରିବା ଠିକ୍‌ ନୁହେଁ ବୋଲି ବିଶ୍ୱାସ କରୁଥିବା ବୟସ୍କ ବ୍ୟକ୍ତିମାନେ କୋମଲଙ୍କୁ ପ୍ରଥମେ ବିରୋଧ କରିଥିଲେ। କିନ୍ତୁ ପାଇଖାନାର ଉପକାରିତା ସମ୍ପର୍କରେ ଜାଣିବା ପରେ ସେମାନେ ଗାଁରେ ପାଇଖାନା ନିର୍ମାଣ କରିବା ଲାଗି କୋମଲଙ୍କୁ ସମର୍ଥନ କରିଥିତ୍ଲେ। ସେ ଗାଁ ମୁଖିଆଙ୍କୁ ପାଇଖାନା ନିର୍ମାଣ କରିବା ଲାଗି ଅନୁରୋଧ କରି ସଫଳତା ପାଇବା ପରେ କୋମଲ, ତାଙ୍କ ଶାଶୁ ଓ ଗାଁର ଅନ୍ୟ ମହିଳାମାନେ ଏକାଠି ହୋଇ ଗଠନ କରିଥିଲେ ଏକ ନିଗରାନୀ ସମିତି। ଏହାପରେ ଗାଁର ପୁରୁଷମାନେ ବି ଏଥିରେ ସହଯୋଗର ହାତ ବଢାଇଥିଲେ। ଏହାଦ୍ୱାରା ନିଥୋରାରେ ୨୦୧୯ରେ ୨୫୦ ନୂଆ ପାଇଖାନା ନିର୍ମାଣ କରାଯାଇଥିତ୍ଲା। ଏମିତିକି ୨୦୧୯ରେ ନରଓ୍ବେର ପ୍ରଧାନମନ୍ତ୍ରୀ ଏର୍‌ନା ସୋଲବର୍ଗ ନିଥୋରା ଯାଇ କୋମଲଙ୍କୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ କୋମଲଙ୍କ ତତ୍ତ୍ୱାବଧାନରେ ମହିଳାମାନେ ଭୋର ୪ଟାରେ ଉଠି ମହିଳାମାନଙ୍କୁ ବାହାରେ ଶୌଚ କରିବାରୁ କ୍ଷାନ୍ତ କରାଇ ପାଇଖାନା ବ୍ୟବହାର କରିବାକୁ କହୁଛନ୍ତି। କୋମଲ ଏବେ ମହିଳାମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri